୫ ଥର କ୍ଷମତାସୀନ, ନାଟକୀୟ ପଳାୟନ

ଢାକା/ନୂଆଦିଲ୍ଲୀ, ୬ା୮(ପି.ଟି.):ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆଓ୍ବାମି ଲିଗ୍‌ ଦଳର ନେତ୍ରୀ ଶେଖ୍‌ ହାସିନା କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ସେ ମୋଟ ୫ ଥର ସରକାର ଗଢ଼ିଥିଲେ। ଲୌହ ମାନବୀ କୁହାଯାଉଥିବା ହାସିନାଙ୍କୁ ସୋମବାର ନାଟକୀୟ ଭାବେ ନିଜ ପଦବୀରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଯିବାକୁ ପଡ଼ିଛି।
ଏକଦା ସାମରିକ ଶାସନାଧୀନ ଥିବା ବାଂଲାଦେଶକୁ ହାସିନା ସ୍ଥିର ସରକାର ଦେଇଥିଲେ। ସେ ବିଶ୍ୱରେ ସର୍ବାଧିକ ସମୟ ଏକ ସରକାରର ମହିଳା ମୁଖ୍ୟ ରହିବାରେ ରେକର୍ଡ କରିଛନ୍ତି। ତେବେ ବିରୋଧୀମାନେ ତାଙ୍କୁ ଏକଚ୍ଛତ୍ରବାଦୀ କହି ସମାଲୋଚନା କରିଥାନ୍ତି। ବାଂଲାଦେଶର ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରହମାନଙ୍କ ୭୬ ବର୍ଷୀୟା ଝିଅ ହାସିନା ୨୦୦୯ରୁ ବାଂଲାଦେଶକୁ ଶାସନ କରି ଆସୁଥିଲେ। ଗତ ଜାନୁଆରୀରେ ସେ କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟୀ ହୋଇ ରେକର୍ଡ କରିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ନେତୃତ୍ୱାଧୀନ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ଏହି ନିର୍ବାଚନକୁ ବର୍ଜନ କରିଥିଲା।
୧୯୪୭ ସେପ୍ଟେମ୍ବରରେ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରେ ଜନ୍ମିତ ହାସିନା ୬୦ ଦଶକର ଶେଷ ଭାଗରେ ଢାକା ୟୁନିଭର୍ସିଟିରେ ପଢ଼ୁଥିବାବେଳେ ରାଜନୀତିରେ ସକ୍ରିୟ ଭାବେ ଭାଗ ନେଇଥିଲେ। ପାକିସ୍ତାନୀ ସରକାର ରହମାନଙ୍କୁ ଜେଲରେ ରଖିବାରୁ ଝିଅ ହାସିନା ତାଙ୍କ ରାଜନୈତିକ ଲିଆଇସନ ଭାବେ କାର୍ଯ୍ୟ କରିଥିଲେ। ୧୯୭୧ରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ପରେ ରହମାନ ରାଷ୍ଟ୍ରପତି ଓ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ୧୯୭୫ ଅଗଷ୍ଟରେ ତତ୍କାଳୀନ ସେନା ଅଧିକାରୀମାନେ ରହମାନ, ତାଙ୍କ ସ୍ତ୍ରୀ ଏବଂ ୩ ପୁଅଙ୍କୁ ସେମାନଙ୍କ ବାସଭବନରେ ହତ୍ୟା କରିଥିଲେ। ହାସିନା ଏବଂ ତାଙ୍କ ସାନ ଭଉଣୀ ରେହନା ବିଦେଶରେ ଥିବାରୁ ବଞ୍ଚତ୍ୟାଇଥିଲେ। ଭାରତରେ ୬ ବର୍ଷ ନିର୍ବାସନରେ ରହିବା ପରେ ହାସିନା ତାଙ୍କ ବାପାଙ୍କ ପ୍ରତିଷ୍ଠିତ ଦଳ ଆଓ୍ବାମୀ ଲିଗ୍‌ର ନେତ୍ରୀ ନିର୍ବାଚିତ ହୋଇଥିଲେ।
୧୯୮୧ରେ ହାସିନା ସ୍ବଦେଶ ଫେରି ସାମରିକ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଥିଲେ। ଫଳରେ ତାଙ୍କୁ ବାରମ୍ବାର ଗୃହବନ୍ଦୀ ରଖାଯାଇଥିଲା। ୧୯୯୧ ସାଧାରଣ ନିର୍ବାଚନରେ ହାସିନାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବାରୁ ବିଏନ୍‌ପି ନେତ୍ରୀ ଖାଲେଦା ଜିଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାର ୫ ବର୍ଷ ପରେ ୧୯୯୬ ସାଧାରଣ ନିର୍ବାଚନରେ ହାସିନାଙ୍କ ଆଓ୍ବାମି ଲିଗ୍‌ ବିଜୟୀ ହୋଇଥିଲା ଓ ସେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ସେ ୨୦୦୧ରେ କ୍ଷମତାରୁ ଯିବା ପରେ ୨୦୦୮ରେ ପୁନର୍ବାର ବିଜୟୀ ହୋଇଥିଲେ। ୨୦୦୪ରେ ତାଙ୍କର ଏକ ରାଲିରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିବାବେଳେ ସେ ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ୨୦୦୯ରେ କ୍ଷମତାକୁ ଆସିବା ପରେ ହାସିନା ୧୯୭୧ର ଯୁଦ୍ଧ ଅପରାଧୀମାନଙ୍କ ବିଚାର ପାଇଁ ଏକ ଟ୍ରିବ୍ୟୁନାଲ ଗଢ଼ିଥିଲେ। ଉକ୍ତ ଟ୍ରିବ୍ୟୁନାଲ କେତେଜଣ ହାଇପ୍ରୋଫାଇଲ ବିରୋଧୀ ନେତାଙ୍କୁ ଦୋଷୀସାବ୍ୟସ୍ତ କରିବାରୁ ଦେଶରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ବିଏନ୍‌ଏସ୍‌ର ସହଯୋଗୀ ଦଳ ଜମାତ୍‌-ଇ-ଇସ୍‌ଲାମୀକୁ ୨୦୧୩ ନିର୍ବାଚନ ଲଢ଼ିବାରୁ ବ୍ୟାନ୍‌ କରାଯାଇଥିଲା। ଦୁର୍ନୀତି ଅଭିଯୋଗରେ ବିଏନ୍‌ପି ନେତ୍ରୀ ଖାଲେଦାଙ୍କୁ ୧୭ ବର୍ଷ ଜେଲଦଣ୍ଡ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ଏକ ଅଣରାଜନୈତିକ କାମଚଳା ସରକାରଙ୍କ ତତ୍ତ୍ୱାବଧାନରେ କରାଯିବାକୁ ଦାବି କରି ବିଏନ୍‌ଏସ୍‌ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଭୋଟ ବର୍ଜନ କରିଥିଲେ। ନିର୍ବାଚନରେ ବିଜୟୀ ହୋଇ ହାସିନା କ୍ରମାଗତ ୪ର୍ଥ ଥର ସରକାର ଗଢ଼ିବାର ୬ ମାସ ପରେ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଜୋର୍‌ଦାର ବିରୋଧର ସମ୍ମୁଖୀନ ହୋଇଥିଲେ। ୧୯୭୧ ବାଂଲା ମୁକ୍ତି ଯୁଦ୍ଧର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ପରେ ହାସିନା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ହୋଇପାରେ ଜୋରଦାର ଟକ୍କର! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri