ବିପଦ ସଙ୍କେତ ଉପରେ ୫ ସ୍ଥାନ

ଜଗତ୍‌ସିଂହପୁର ଅଫିସ,୩୧।୮: ଜଗତ୍‌ସିଂହପୁର ଜିଲାର ମହାନଦୀ, ଦେବୀ, ପାଇକା, ବିଲୁଆଖାଇ ନଦୀର ଜଳପତ୍ତନ ବୃଦ୍ଧି ପାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ। ଯେଉଁ କାରଣରୁ ସେଭଳି ବିପଦ ନ ଥିବା କୁହାଯାଇଛି। କିନ୍ତୁ ବନ୍ୟା ଯୋଗୁ ଜିଲାର ବିଶେଷକରି କୁଜଙ୍ଗ ବ୍ଲକ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ଏହି ବ୍ଲକର ୯ଟି ପଞ୍ଚାୟତର ୨୪ଟି ଗାଁ ଜଳମଗ୍ନ ହେବା ସହ ୨୦,୨୩୮ ଲୋକ ପ୍ରଭାବିତ ହୋଇଛନ୍ତି। ୧୬୫ଜଣ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ସେହିପରି ତିର୍ତ୍ତୋଲ ବ୍ଲକର ୫ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୪୧୨ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୪ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ସହ ୧୨୩ କିଲୋଗ୍ରାମ ଚୂଡା ଓ ୪୨ କିଲୋଗ୍ରାମ ଗୁଡ଼ ବଣ୍ଟନ କରାଯାଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଜିଲାର ମହାନଦୀ, ଦେବୀ, ପାଇକା ଓ ବିଲୁଆଖାଇ ନଦୀର ୫ଟି ସ୍ଥାନରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିବା ଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଟକସ୍ଥିତ ମହାନଦୀ ସାଉଥ ଡିଭିଜନ୍‌ ନଂ. ୧ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀର ତାରପୁରଠାରେ ବିପଦ ସଙ୍କେତ ୯.୮୦ ଥିବାବେଳେ ସେଠାରେ ୧୧.୦୭ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ତିର୍ତ୍ତୋଲଠାରେ ବିପଦ ସଙ୍କେତ ୪.୯୩୫ ମିଟର ଥିବାବେଳେ ବନ୍ୟାଜଳ ପ୍ରବାହ ୫.୨୯ ମିଟର ଥିଲା। ପାଇକା ନଦୀର ଶଙ୍ଖେଶ୍ୱରଠାରେ ଗେଜ୍‌ ଲେବୁଲ୍‌ ୨୨.୭୫ ଫୁଟ୍‌ ଥିବାବେଳେ ସେଠାରେ ୨୬.୭୦ ଫୁଟର ଜଳ ପ୍ରବାହିତ ହୋଇଥିଲା। ଦେବୀ ନଦୀର ଦଳେଇ ଘାଇ ଓ ମାଛଗାଁଠାରେ ବିପଦସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛ। ଦଳେଇଘାଇଠାରେ ବିପଦ ସଙ୍କେତ ୫୫ ଫୁଟ ଥିବାବେଳେ ସେଠାରେ ୫୭.୧୦ ଫୁଟ, ମାଛଗାଁଠାରେ ବିପଦ ସଙ୍କେତ ୧୧ ଫୁଟ ଥିବାବେଳେ ୧୪.୪୦ ଫୁଟରେ ଜଳ ପ୍ରବାହିତ ହେଉଛି। ଆଳିପିଙ୍ଗଳଠାରେ ବିପଦ ସଙ୍କେତ ୧୦.୮୫ ଥିବାବେଳେ ଜଳ ପ୍ରବାହ ୧୧.୧୬ ମିଟର ରହିଛି। ବିଲୁଆଖାଇ ନଦୀର ଶଙ୍ଖାରିସାହିଠାରେ ବିପଦ ସଙ୍କେତ ୧୭.୫୦ ମିଟର ଥିବାବେଳେ ସେଠାରେ ୧୬.୩୨ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏହି ନଦୀର ବୀରବରପାଟଣାଠାରେ ବିପଦ ସଙ୍କେତ ୧୪.୪୦ ମିଟର ଥିବାବେଳେ ସେଠାରେ ୧୪.୮୫ ମିଟର ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀ ବନ୍ଧଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ଆଲର୍ଟ ରହିବା ସହ ରାତ୍ରୀକାଳୀନ ପାଟ୍ରୋଲିଂ ଜୋରଦାର କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri