ୟୁକ୍ରେନ୍‌ରୁ ଫେରିଲେ ୫ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨।୩(ବ୍ୟୁରୋ): ଯୁଦ୍ଧ ବିଭୀଷିକା ମଧ୍ୟରେ ଥିବା ୟୁକ୍ରେନ୍‌ରୁ ମଙ୍ଗଳବାର ୫ଜଣ ଛାତ୍ରୀଛାତ୍ର ଓଡ଼ିଶା ଫେରିଛନ୍ତି। ୟୁକ୍ରେନ୍‌ ସୀମାରେ ଦୀର୍ଘ ସମୟ ଧରି ଫସି ରହିବା ପରେ ଜଗତ୍‌ସିଂହପୁରର ବିକାଶ ବେହେରା, ସମ୍ବଲପୁରର ଐଶ୍ୱର୍ଯ୍ୟା ପାଣି, ଭୁବନେଶ୍ୱରର ଶୁଭସ୍ମିତା ପ୍ରିୟଦର୍ଶିନୀ ଏବଂ ଝାରସୁଗୁଡ଼ାର ଅମନ କୁମାର ଓ ଅନୁପମ କର ମୁମ୍ବାଇ ଦେଇ ବିଜୁ ପଟ୍ଟାନୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମଙ୍ଗଳବାର ରାତିରେ ପହଞ୍ଚତ୍ଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ସେଠାରେ ଡାକ୍ତରୀ ଶିକ୍ଷା ଲାଭ କରୁଥିବା ଓଡ଼ିଶାର ଛାତ୍ରୀଛାତ୍ରମାନେ ନିଜ ଅଞ୍ଚଳକୁ ଫେରିବାକୁ ଚାହିଁଥିଲେ। ହେଲେ ବିମାନସେବା ବନ୍ଦ ହୋଇଯିବାରୁ ସେମାନଙ୍କୁ ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଥିଲା। ୟୁକ୍ରେନ୍‌ ଦୂତାବାସରୁ ଅନୁମତି ପାଇବା ପରେ ଏକ ବସ୍‌ରେ ବହୁ ଛାତ୍ରୀଛାତ୍ର ୟୁକ୍ରେନ୍‌ ସୀମାକୁ ଆସିଥିଲେ। ସେଠାରେ ବହୁ ସମୟ ଅଟକି ରହିବା ପରେ ବିମାନ ଯୋଗେ ଭାରତ ଫେରିଥିଲେ। ଆଉ କିଛି ଛାତ୍ରୀଛାତ୍ର ବୁଧବାର ଆସିବେ। ସେମାନେ ଏବେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଅଛନ୍ତି। ଓଡ଼ିଶା ସରକାର ପିଲାମାନଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମେଡିକାଲ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ୟୁକ୍ରେନ୍‌ ପଠାଇଥିବା ଓ୍ବାଇଜ୍‌ ଏଜୁକେଶନ ଗ୍ରୁପର ଆଲୋକ କୁମାର ଲାଲ କହିଛନ୍ତି।
ରୋମାନିଆ ସୀମାରେ ଥିବା ଭିନ୍ନିସିଆରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ମଧୁସୂଦନ ମିଶ୍ରଙ୍କ କହିବା ହେଲା, ବାହାରକୁ ବାହାରିବାକୁ ଦୂତାବାସ ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା। ତେଣୁ ଆମେ ଦୂତାବାସରୁ ଅନୁମତି ନେଇ ବସ୍‌ ବ୍ୟବସ୍ଥା କରି ରୋମାନିଆ ସୀମାର ସୁକିଭାରେ ପହଞ୍ଚତ୍ଥିଲୁ। ସେଠାରେ ଆଶ୍ରୟସ୍ଥଳରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ପର୍ଯ୍ୟାୟକ୍ରମେ ବିମାନ ଯୋଗେ ଭାରତ ପଠାଯାଇଥିଲା। ମୁମ୍ବାଇ ଏବଂ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏବେ ଅନେକ ଛାତ୍ରୀଛାତ୍ର ରହିଛନ୍ତି। ଅନେକ ଛାତ୍ରୀଛାତ୍ର ସୋସିଆଲ ମିଡିଆ ମାଧ୍ୟମରେ ସେଠାକାର ଅବସ୍ଥା ସମ୍ପର୍କରେ ଅବଗତ କରାଉଛନ୍ତି। ଛାତ୍ରୀଛାତ୍ରମାନେ ସେଠାରେ ବହୁ ଦୟନୀୟ ଅବସ୍ଥାରେ ରହୁଥିବାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଲାଣି। ତେଣୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ମଧୁସୂଦନ କହିଛନ୍ତି। ସେଠାରେ ବିଯୁକ୍ତ ୧୦ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଜଣେ ଛାତ୍ର ଫସି ରହିଥିବାବେଳେ ଆଉ ଜଣେ ଖାର୍କିବ ଅଞ୍ଚଳରେ ଫସି ରହିଛନ୍ତି। ଖାର୍କିବ ଅଞ୍ଚଳରେ ଘନ ଘନ ବୋମାମାଡ଼ ହେଉଥିବାରୁ ଭୟ ଓ ଆଶଙ୍କା ମଧ୍ୟରେ ସେ ରହିଛନ୍ତି। ସେଠାରୁ ଭାରତ ଆସିବାକୁ ହେଲେ ପୋଲାଣ୍ଡ କିମ୍ବା ରୋମାନିଆ ସୀମାକୁ ଆସିବା ଦରକାର। ହେଲେ କୌଣସି ଯାତାୟାତର ସୁବିଧା ନ ଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ। ଏପରି କି ଏଟିଏମ୍‌ ଠିକ୍‌ଭାବେ କାର୍ଯ୍ୟ କରୁ ନ ଥିବାରୁ ଟଙ୍କା ମଧ୍ୟ ପିଲାଙ୍କ ନିକଟରେ ଶେଷ ହୋଇଗଲାଣି। ତେଣୁ ୟୁକ୍ରେନ୍‌ରେ ଫସି ରହିଥିବା ପିଲାଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା କରିବାକୁ ଛାତ୍ର ଏବଂ ଅଭିଭାବକ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?