ୟୁକ୍ରେନ୍‌ରୁ ଫେରିଲେ ୫ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨।୩(ବ୍ୟୁରୋ): ଯୁଦ୍ଧ ବିଭୀଷିକା ମଧ୍ୟରେ ଥିବା ୟୁକ୍ରେନ୍‌ରୁ ମଙ୍ଗଳବାର ୫ଜଣ ଛାତ୍ରୀଛାତ୍ର ଓଡ଼ିଶା ଫେରିଛନ୍ତି। ୟୁକ୍ରେନ୍‌ ସୀମାରେ ଦୀର୍ଘ ସମୟ ଧରି ଫସି ରହିବା ପରେ ଜଗତ୍‌ସିଂହପୁରର ବିକାଶ ବେହେରା, ସମ୍ବଲପୁରର ଐଶ୍ୱର୍ଯ୍ୟା ପାଣି, ଭୁବନେଶ୍ୱରର ଶୁଭସ୍ମିତା ପ୍ରିୟଦର୍ଶିନୀ ଏବଂ ଝାରସୁଗୁଡ଼ାର ଅମନ କୁମାର ଓ ଅନୁପମ କର ମୁମ୍ବାଇ ଦେଇ ବିଜୁ ପଟ୍ଟାନୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମଙ୍ଗଳବାର ରାତିରେ ପହଞ୍ଚତ୍ଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ସେଠାରେ ଡାକ୍ତରୀ ଶିକ୍ଷା ଲାଭ କରୁଥିବା ଓଡ଼ିଶାର ଛାତ୍ରୀଛାତ୍ରମାନେ ନିଜ ଅଞ୍ଚଳକୁ ଫେରିବାକୁ ଚାହିଁଥିଲେ। ହେଲେ ବିମାନସେବା ବନ୍ଦ ହୋଇଯିବାରୁ ସେମାନଙ୍କୁ ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଥିଲା। ୟୁକ୍ରେନ୍‌ ଦୂତାବାସରୁ ଅନୁମତି ପାଇବା ପରେ ଏକ ବସ୍‌ରେ ବହୁ ଛାତ୍ରୀଛାତ୍ର ୟୁକ୍ରେନ୍‌ ସୀମାକୁ ଆସିଥିଲେ। ସେଠାରେ ବହୁ ସମୟ ଅଟକି ରହିବା ପରେ ବିମାନ ଯୋଗେ ଭାରତ ଫେରିଥିଲେ। ଆଉ କିଛି ଛାତ୍ରୀଛାତ୍ର ବୁଧବାର ଆସିବେ। ସେମାନେ ଏବେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଅଛନ୍ତି। ଓଡ଼ିଶା ସରକାର ପିଲାମାନଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମେଡିକାଲ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ୟୁକ୍ରେନ୍‌ ପଠାଇଥିବା ଓ୍ବାଇଜ୍‌ ଏଜୁକେଶନ ଗ୍ରୁପର ଆଲୋକ କୁମାର ଲାଲ କହିଛନ୍ତି।
ରୋମାନିଆ ସୀମାରେ ଥିବା ଭିନ୍ନିସିଆରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ମଧୁସୂଦନ ମିଶ୍ରଙ୍କ କହିବା ହେଲା, ବାହାରକୁ ବାହାରିବାକୁ ଦୂତାବାସ ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା। ତେଣୁ ଆମେ ଦୂତାବାସରୁ ଅନୁମତି ନେଇ ବସ୍‌ ବ୍ୟବସ୍ଥା କରି ରୋମାନିଆ ସୀମାର ସୁକିଭାରେ ପହଞ୍ଚତ୍ଥିଲୁ। ସେଠାରେ ଆଶ୍ରୟସ୍ଥଳରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ପର୍ଯ୍ୟାୟକ୍ରମେ ବିମାନ ଯୋଗେ ଭାରତ ପଠାଯାଇଥିଲା। ମୁମ୍ବାଇ ଏବଂ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏବେ ଅନେକ ଛାତ୍ରୀଛାତ୍ର ରହିଛନ୍ତି। ଅନେକ ଛାତ୍ରୀଛାତ୍ର ସୋସିଆଲ ମିଡିଆ ମାଧ୍ୟମରେ ସେଠାକାର ଅବସ୍ଥା ସମ୍ପର୍କରେ ଅବଗତ କରାଉଛନ୍ତି। ଛାତ୍ରୀଛାତ୍ରମାନେ ସେଠାରେ ବହୁ ଦୟନୀୟ ଅବସ୍ଥାରେ ରହୁଥିବାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଲାଣି। ତେଣୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ମଧୁସୂଦନ କହିଛନ୍ତି। ସେଠାରେ ବିଯୁକ୍ତ ୧୦ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଜଣେ ଛାତ୍ର ଫସି ରହିଥିବାବେଳେ ଆଉ ଜଣେ ଖାର୍କିବ ଅଞ୍ଚଳରେ ଫସି ରହିଛନ୍ତି। ଖାର୍କିବ ଅଞ୍ଚଳରେ ଘନ ଘନ ବୋମାମାଡ଼ ହେଉଥିବାରୁ ଭୟ ଓ ଆଶଙ୍କା ମଧ୍ୟରେ ସେ ରହିଛନ୍ତି। ସେଠାରୁ ଭାରତ ଆସିବାକୁ ହେଲେ ପୋଲାଣ୍ଡ କିମ୍ବା ରୋମାନିଆ ସୀମାକୁ ଆସିବା ଦରକାର। ହେଲେ କୌଣସି ଯାତାୟାତର ସୁବିଧା ନ ଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ। ଏପରି କି ଏଟିଏମ୍‌ ଠିକ୍‌ଭାବେ କାର୍ଯ୍ୟ କରୁ ନ ଥିବାରୁ ଟଙ୍କା ମଧ୍ୟ ପିଲାଙ୍କ ନିକଟରେ ଶେଷ ହୋଇଗଲାଣି। ତେଣୁ ୟୁକ୍ରେନ୍‌ରେ ଫସି ରହିଥିବା ପିଲାଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା କରିବାକୁ ଛାତ୍ର ଏବଂ ଅଭିଭାବକ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା

ଭୁବନେଶ୍ୱର, ୧୫।୪(ସୁନିତ୍‌ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ...

ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri