ବିଡିଓଙ୍କ ବିରୋଧରେ ଧାରଣାରେ ବସିଲେ ୫ ବିଧାୟକ

ଯାଜପୁର/ଧର୍ମଶାଳା/କାଏମା (ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି),୪ା୯:ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମଧ୍ୟରେ କଳି ବଢ଼ିବାରେ ଲାଗିଛି। କଳାପଥର ଖାଦାନ ଲୁଟ, ସରକାରୀ ଜମି ଜବରଦଖଲ, କଳ୍ପତରୁଙ୍କ ପ୍ରତିମୂର୍ତ୍ତିରେ ଗେରୁଆ କପଡ଼ା ଢାଙ୍କିବା ପ୍ରସଙ୍ଗ ଠାରୁ ଆରମ୍ଭ କରି ଧର୍ମଶାଳା ବିଡିଓଙ୍କ ମନଇଚ୍ଛା କାର୍ଯ୍ୟ ବିରୋଧରେ ଅଭିଯୋଗ ମଧ୍ୟ ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି। ବିଡିଓଙ୍କ ଉପସ୍ଥିତିରେ ବିଜେଡି ଜନପ୍ରତିନିଧିଙ୍କୁ ଭାଜପା କର୍ମୀ ଗାଳିଗୁଲଜ କରିବା ପ୍ରତିବାଦରେ ମଙ୍ଗଳବାର ପ୍ରଣବଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ୫ ଜଣ ବିଧାୟକ ସାମିଲ ହୋଇ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବିଜେଡି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଧର୍ମଶାଳାର ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଘୋଡ଼ାଇବା ଅଭିଯୋଗକୁ ନେଇ ଗତ ୨୮ ତାରିଖ ବିଜେଡିର ଜିଲା ପରିଷଦ ସଭ୍ୟଙ୍କ ସମେତ ସମିତିସଭ୍ୟ ଓ ସରପଞ୍ଚମାନେ ଧର୍ମଶାଳା ବିଡିଓଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ହେଲେ ବିଧାୟକ ହିମାଂଶୁଙ୍କ କେତେକ ସମର୍ଥକ ବିଡିଓଙ୍କ ଉପସ୍ଥିତିରେ ଏହି ପ୍ରତିନିଧିମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ।
ଏହି ଘଟଣାକୁ ନେଇ ସେମାନେ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ। ଜିଲାପାଳ ଏହାର ତଦନ୍ତ କରି ନ୍ୟାୟ ଦେବାପାଇଁ ୩ଦିନ ସମୟ ନେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ୍‌, ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମେତ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ, ଜିଲା ପରିଷଦ ଅଧ୍ୟକ୍ଷା ନଳୀନିପ୍ରଭା ଜେନା ପ୍ରମୁଖ ଯୋଗ ଦେଇ ଧର୍ମଶାଳାରେ ସ୍ଥିତି ବିଗିଡ଼ି ଯାଇଥିବା କହିଛନ୍ତି। ଧର୍ମଶାଳା ବ୍ଲକରେ ବିଡିଓ ମନଇଚ୍ଛା କାର୍ଯ୍ୟ କରୁଥିବା ଓ ଜନପ୍ରତିନିଧିଙ୍କୁ ମାଡ଼ ମରାଯାଇଥିବା ଘଟଣାରେ ସେ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ କିମ୍ବା ତାଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି କହି ଏମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ କହିଛନ୍ତି, ସେମିତି କିଛି ଘଟି ନ ଥିଲା। ଉକ୍ତ ଅଭିଯୋଗ ଉପରେ ଜିଲାପାଳ ତଦନ୍ତ କରୁଛନ୍ତି, ଯାହା ସେ ପଦକ୍ଷେପ ନେବେ।
ସେପଟେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୨୦ ଜଣରୁ ଅଧିକ ବିଧାୟିକା ବିଧାୟକ ମୁଖ୍ୟ ଶାସନ ସଚିବଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ ବନ କର୍ମଚାରୀ

ଢେଙ୍କାନାଳ,୧୦ା୯(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ...

ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଦାଦନ ଦୁଖ ଦେଖୁବାକୁ ମିଳିଛି। ଜିଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଚିନୈଗୁଡା ଗ୍ରାମର ରାକେଶ ସୁନା (୨୮) ନାମକ...

କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ସରପଞ୍ଚ ସଂଘର ଗଣଧାରଣା ପାଇଁ ନିଷ୍ପତ୍ତି, ଜିଲାପାଳଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ କଳାପ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦେବାପାଇଁ ସରପଞ୍ଚ ସଙ୍ଘ...

ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରରେ ମହିଳାଙ୍କୁ ଠକେଇ: ଖବର ପ୍ରକାଶ ପରେ ଚଢାଉ କଲେ ଏସଡିପିଓ, ପୋଲିସ

ପୁରୁଷୋତ୍ତମପୁର,୧୦।୯ (ସୀମାଞ୍ଚଳ ମିଶ୍ର): ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକ ଟଙ୍କା ନେଉଥିବାର ଅଭିଯୋଗ ପରେ ଚଢ଼ାଉ କରିଛନ୍ତି ପୁଷୋତ୍ତମପୁର ଏସଡିପିଓ, ପୋଲିସ।...

ଅଜଣା ଗାଡି ଧକ୍କାରେ ତିନି ଗୁରୁତର

ଛତ୍ରପୁର,୧୦।୯(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅଧିନ ସାନରାମଚନ୍ଦ୍ରପୁର ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ବାପା, ଝିଅ ଓ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ରାଜ୍ୟରେ ବ୍ୟାପିବାରେ ଲାଗିଛି ବାର୍ଡ଼ ଫ୍ଲୁ: କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ

ଭୁବନେଶ୍ୱର,୧୦।୯: ରାଜ୍ୟରେ ଏବେ ବାର୍ଡ଼ ଫ୍ଲୁ ରୋଗରେ କୁକୁଡ଼ା ଆକ୍ରାନ୍ତ ଖବର ମଧ୍ୟରେ କେନ୍ଦ୍ରାପଡା ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କଠାରେ ଲକ୍ଷଣ ଦେଖାଯିବାରୁ କିଛି କୁକୁଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri