Advertisement
Posted inଜାତୀୟ

ସୁଧୀର ସୁରୀ ହତ୍ୟାକାଣ୍ଡର ତଦନ୍ତ କରିବ ୫ ଜଣିଆ ଏସ୍‌ଆଇଟି ଟିମ୍‌

ଅମୃତସର,୭।୧୧: ଅମୃତସରରେ ଶିବସେନା ନେତା ସୁଧୀର ସୁରୀଙ୍କ ହତ୍ୟା ଘଟଣାର ଯାଞ୍ଚ ପାଇଁ ପଞ୍ଜାବ ପୋଲିସର ଏକ ୫ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ଡେପୁଟି କମିଶନର ପୋଲିସ (ଡିଟେକ୍ଟିଭ) ଜଗ୍‌ଜିତ୍‌ ସିଂ ୱାଲିଆଙ୍କ ନେତୃତ୍ୱରେ ଏହି ଟିମ୍‌ ପରିଚାଳିତ ହେବ। ଅନ୍ୟ ସଦସ୍ୟମାନେ ହେଲେ ଅତିରିକ୍ତ ଡେପୁଟି କମିଶନର ପ୍ରଭୋଜିତ୍‌ ସିଂ ଭିର୍କ, ଅଭିମନ୍ୟୁ ରାଣା, ସିଆଇଏ ଦାୟିତ୍ୱରେ ଥିବା ଅମୃତଦୀପ ସିଂ ଏବଂ ଆଣ୍ଟି ଗ୍ୟାଙ୍ଗ୍‌ଷ୍ଟର ଷ୍ଟାଫ୍‌ ୱିଙ୍ଗ୍‌ ଦାୟିତ୍ୱରେ ଥିବା ଶିବଦର୍ଶନ ସିଂ, ଏଡିଜିପି (ଆଭ୍ୟନ୍ତରୀଣ ସୁରକ୍ଷା) ଆର୍‌.ଏନ୍‌. ଧୋକେ ଯାଞ୍ଚ କମିଟିରେ ରହିଥିବା ପୋଲିସ କମିଶନର ଅରୁଣ ପାଲ ସିଂ ଏହି ସୂଚନା ଦେଇଛନ୍ତି।

ଏପରିକି ଏସ୍‌ଆଇଟିର ପ୍ରାଥମିକ ଅନୁସନ୍ଧାନ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ)କୁ ମଧ୍ୟ ମାମଲା ହସ୍ତାନ୍ତର ହେବା ସମ୍ଭାବନା ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ରବିବାର ଶିବସେନା ନେତା ସୁଧୀର ସୁରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରବଳ ଜନସମାଗମ ଯୋଗୁ ସୁରୀଙ୍କ ଅନ୍ତିମ ଯାତ୍ରା ଶେଷକୃତ୍ୟ ସ୍ଥଳରେ ପହଞ୍ଚତ୍ବାକୁ ଦେଢ଼ଘଣ୍ଟା ସମୟ ଲାଗିଯାଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଅମୃତସରର ଗୋପାଳ ମନ୍ଦିର ନିକଟରେ ସୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ସନ୍ଦୀପ ସିଂ ଓରଫ୍‌ ସନ୍ନୀଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି। ଏହି ହତ୍ୟାକାଣ୍ଡ ପାଇଁ କାନାଡାର ଗ୍ୟାଙ୍ଗ୍‌ଷ୍ଟର ଲଖବୀର ସିଂ ଛଦ୍ମନାମ ଲଣ୍ଡା ହରିକା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ...

ମଙ୍ଗଳବାର ୟେଦୁରପ୍ପାଙ୍କ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁରୁ, ୧୮ା୮: କର୍ନାଟକରେ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ଅପରାହ୍ନରେ କରାଯିବ। ସେହିଦିନ ପୂର୍ବାହ୍ନରେ ଭାଜପା ବିଧାୟକ ଦଳର ବୈଠକ ବସିବା ସହ ମନ୍ତ୍ରିମଣ୍ଡଳର...

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

କାଢା ପିଇଲେ ଯକୃତ ନଷ୍ଟ ହେବାର କୌଣସି ପ୍ରମାଣ ନାହିଁ: ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୭।୧୦: ଅଧିକ ଦିନ ଧରି କାଢା ପିଇଲେ ଯକୃତ କ୍ଷତି ହେବାର କୌଣସି ପ୍ରମାଣ ନାହିଁ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ...

ଛୁଟି ନେଇ ମଧ୍ୟ ଭୋଟ ନ ଦେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୯।୬ : ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ (ଇସି) ସମସ୍ତ କେନ୍ଦ୍ର ତଥା ରାଜ୍ୟ ସରକାରୀ ବିଭାଗ, ସରକାରୀ...

ଘର ଖାଲି କରିବାକୁ ମେହେବୁବାଙ୍କୁ ନୋଟିସ

ଶ୍ରୀନଗର,୨୧ ।୧୦: ପିପୁ୍‌ଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ମୁଖ୍ୟ ମେହେବୁବା ମୁଫତିଙ୍କୁ ତାଙ୍କ ଶ୍ରୀନଗର ଘର ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।...

ନିଧି ରାଜଦାନ ଫିଶିଙ୍ଗ୍‌ ଶିକାର

ନୂଆଦିଲ୍ଲୀ,୧୬ା୧: ଏନ୍‌ଡିଟିଭିର ପୂର୍ବତନ ଖବରଦାତା ନିଧି ରାଜଦାନ ଫିଶିଙ୍ଗ୍‌ (ଅନ୍‌ଲାଇନ୍‌ ଠକେଇ)ର ଶିକାର ହୋଇଥିବା ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ନିଧି କହିଛନ୍ତି, ସେ ଅତ୍ୟନ୍ତ...

ଲକ୍‌ଡାଉନ୍‌ରେ ଡ୍ରୋନ୍‌ ଦ୍ୱାରା ପାନମସଲା ପଠାଉଥିବା ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ: ୨ ଗିରଫ

ଅହମଦାବାଦ,୧୪।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କେତେକ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିପାରୁ ନ ଥିବା...

Advertisement
Archives

Model This Week