୫ ମେଗା ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ମେଟାଲ ସେକ୍ଟରରେ ୯୨,୭୧୩ କୋଟି ଟଙ୍କାର ୫ ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୪ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ଏହି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ୫ମେଗା ପ୍ରକଳ୍ପ ମଧ୍ୟରେ ଷ୍ଟେନ୍‌ଲେସ ଷ୍ଟିଲ୍‌, ସ୍ଲାଗ୍‌ ଓ ଫ୍ଲାଏ ଆଶ୍‌, ପେଲେଟ୍‌ସ ମ୍ୟାନୁଫ୍ୟାକ୍‌ଚରିଂ, ଆଇରନ୍‌ ଏବଂ ରୋଲ୍‌ଡ ଉତ୍ପାଦ ଆଦି ରହିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୧,୯୭୯ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ ଅକ୍ଟୋବର ୯ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଥିଲେ।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତ ସରକାରୀ ସଂସ୍ଥାଙ୍କୁ ମିଳିତଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁମୋଦିତ ୫ ପ୍ରକଳ୍ପର ସମୀକ୍ଷା ସହ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟ ସମ୍ପର୍କରେ ନିୟମିତଭାବେ ତାଙ୍କୁ ଅବଗତ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟକୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ମିଳିଥିବା ସଫଳତାରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଶିଳ୍ପଭିତ୍ତିକ ଅର୍ଥନୀତି ଖୁବ୍‌ କମ୍‌ ସମୟ ମଧ୍ୟରେ ଟ୍ରାକ୍‌କୁ ଫେରିଛି। ୨୦୨୦ଫେବୃୟାରୀରୁ ଇତିମଧ୍ୟରେ ମୋଟ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
ଏହାଦ୍ୱାରା ୫୩ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଯୋଗୁ ରାଜ୍ୟରେ ସବୁ ବର୍ଗର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁଶନ(ଆଇପିଆର)-୨୦୧୫ ଅବଧି ମଧ୍ୟରେ ଏଚ୍‌ଏଲ୍‌ସିଏ ଦ୍ୱାରା ଅନୁମୋଦନ ଲାଭ କରିବାରେ ଏହା ସର୍ବବୃହତ୍‌ ପୁଞ୍ଜିନିବେଶ ପ୍ରସ୍ତାବ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ ଅନୁମୋଦିତ ୫ ମେଗା ପ୍ରକଳ୍ପ ମଧ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାଓ୍ବାରର କ୍ଷମତା ସମ୍ପ୍ରସାରଣ, ଜେଏସ୍‌ଏଲର କ୍ଷମତା ସମ୍ପ୍ରସାରଣ, ଏସାର ମିନ୍‌ମେଟ ଲିମିଟେଡ୍‌ର ବେନିଫିସିଏଶନ ଓ ପେଲେଟ ପ୍ରକଳ୍ପ, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ର ବେନିଫିସିଏଶନ ଓ ପେଲେଟ ପ୍ରକଳ୍ପର କ୍ଷମତା ସମ୍ପ୍ରସାରଣ ଓ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପ ରହିଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ ଦ୍ୱାରା ୬,୦୧୮କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାକୁ ଥିବାବେଳେ ଏଥିରେ ଅନୁଗୋଳରେ ଥିବା ଜିନ୍ଦଲର ଷ୍ଟିଲ ପ୍ଲାଣ୍ଟ କ୍ଷମତାକୁ ବାର୍ଷିକ ୬ ନିୟୁତ ଟନ୍‌ରୁ ୧୮.୬ ନିୟୁତ ଟନ୍‌କୁ ସମ୍ପ୍ରସାରଣ କରାଯିବ। ସେହିଭଳି ୭୬,୦୧୮ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୩୬ ନିୟୁତ ଟନ୍‌ର ସ୍ଲରି ପାଇପ୍‌ଲାଇନ୍‌ ଏବଂ ବାର୍ଷିକ ୧୨.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସିମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ। ଜେଏସ୍‌ଏଲ୍‌ର କ୍ଷମତାକୁ ବାର୍ଷିକ ୧.୧ ନିୟୁତ ଟନ୍‌ରୁ ୩.୨ ନିୟୁତ ଟନ୍‌କୁ ସମ୍ପ୍ରସାରଣ କରାଯିବ। କଳିଙ୍ଗନଗର, ଯାଜପୁରରେ ଥିବା କୋଲ୍ଡ ରୋଲିଂ ମିଲ୍‌ କ୍ଷମତାକୁ ମଧ୍ୟ ବର୍ଦ୍ଧିତ କରାଯିବ। ଏସାର ମିନ୍‌ମେଟ ଲିମିଟେଡ୍‌ ଦ୍ୱାରା କେନ୍ଦୁଝର ଓ ପାରାଦୀପରେ ବାର୍ଷିକ ୧୪ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ବେନିଫିସିଏଶନ, ପେଲେଟ ପ୍ଲାଣ୍ଟ ଓ ସ୍ଲରି ପାଇପଲାଇନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେବ। କେନ୍ଦୁଝରରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ବେନିଫିସିଏଶନ ପ୍ଲାଣ୍ଟର ବାର୍ଷିକ କ୍ଷମତାକୁ ୧୦.୭୬ ନିୟୁତ ଟନ୍‌ରୁ ୧୬.୭୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ। ପାରାଦୀପରେ ଥିବା ପେଲେଟ ପ୍ରକଳ୍ପର ବାର୍ଷିକ କ୍ଷମତାକୁ ୬ ନିୟୁତ ଟନ୍‌ରୁ ୧୨ନିୟୁତ ଟନ୍‌କୁ ସମ୍ପ୍ରସାରଣ କରାଯିବ। ୨ ହଜାର କୋଟି ବିନିଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ୧୨୦୫ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର ବାର୍ଷିକ କ୍ଷମତା ୦.୭୭ ନିୟୁତ ଟନରୁ ୨.୩୭୩ ନିୟୁତ ଟନକୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?