ଭୋଟ୍‌ ଦେଲେ ୫ ଲକ୍ଷ ହଂକଂବାସୀ

ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍‌ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ ବିରୋଧରେ ଅଣଆନୁଷ୍ଠାନିକ ଭୋଟ ଦେଇଛନ୍ତି। ଏହା ବେଜିଂର କଠୋର ଆଇନ ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ ଭୋଟ ବୋଲି ହଂକଂର ବିରୋଧୀ ଶିବିର ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବରରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ଗଣତନ୍ତ୍ର ସପକ୍ଷବାଦୀ ପ୍ରାର୍ଥୀ ଲଢ଼ିବେ କି ନାହିଁ ତାହା ଏହି ଅଣଆନୁଷ୍ଠାନିକ ଭୋଟରୁ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି। ବେଜିଂ ସପକ୍ଷବାଦୀଙ୍କ କବଳରୁ ହଂକଂକୁ ମୁକ୍ତ କରିବା ପାଇଁ ପ୍ରଥମ ଥର ଏଭଳି ଚାଇନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ହଂକଂର ଏହି ଅଣଆନୁଷ୍ଠାନିକ ଭୋଟ ଉପରେ ସମସ୍ତଙ୍କର ନଜର ରହିଛି। ହଂକଂ ସ୍ବାଧୀନତାକୁ ସଙ୍କୁଚିତ କରିଥିବା ଚାଇନା ଆଇନକୁ କେତେ ବିରୋଧ କରାଯାଉଛି, ତାହା ଭୋଟ ଫଳାଫଳରୁ ସ୍ପଷ୍ଟ ହେବ। ଆଇନ ବିରୋଧରେ ଯେତେ ଅଧିକ ଭୋଟ ଯିବ, ଅନ୍ତର୍ଜାତୀୟ ସମୁଦାୟକୁ ସେତେ ବଡ଼ ବାର୍ତ୍ତା ଯିବ ବୋଲି କୁହାଯାଉଛି। ହଂକଂ ଜନସାଧାରଣ କେବେ ଛାଡ଼ିବେ ନାହିଁ ବୋଲି ଯୁବ ଡେମୋକ୍ରାଟ ନେତା ସନ୍ନି ଚେଉଙ୍ଗ୍‌ କହିଛନ୍ତି। ଗଣତନ୍ତ୍ର ଓ ସ୍ବାଧୀନତାକୁ ଆମର ସମର୍ଥନ ଅବ୍ୟାହତ ରହିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।
ଅନ୍ୟପକ୍ଷରେ ହଂକଂର ବରିଷ୍ଠ ଅଧିକାରୀମାନେ ଜନସାଧାରଣଙ୍କୁ ଚେତାବନୀ ଦେଇ କହିଛନ୍ତି, ଏହା ଜାତୀୟ ସୁରକ୍ଷା ପ୍ରତି ଅବମାନନା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ସହରର ୨୫୦ରୁ ଊର୍ଦ୍ଧ୍ୱ ଭୋଟକେନ୍ଦ୍ରରେ ହଜାର ହଜାର ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଥିଲା। ଭୋଟ କେନ୍ଦ୍ର ବାହାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଅନେକ ଲୋକ ମୋବାଇଲ ଫୋନ୍‌ ଯୋଗେ ଅନ୍‌ଲାଇନ୍‌ ବାଲଟରେ ଭୋଟ ଦେଇଥିଲେ। ସହରର ଲୋକ ସଂଖ୍ୟା ୭୫ ଲକ୍ଷ ହୋଇଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ୫ ଲକ୍ଷ ଲୋକ ଭୋଟ ଦେଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଦୁଇଦିନର ଭୋଟିଂ ପରେ କେତେ ଭୋଟ ପଡ଼ିଛି ସୋମବାର ସକାଳେ ଘୋଷଣା କରାଯିବା ଆଶା କରାଯାଉଛି।
ଚାଇନା ଆଣିଥିବା ନୂଆ ସୁରକ୍ଷା ଆଇନ ଅନୁଯାୟୀ ବିଚ୍ଛିନ୍ନତାବାଦୀ, ଦେଶରୁ ବାଦ୍‌ ପଡ଼ିଥିବା ବ୍ୟକ୍ତି, ଆତଙ୍କବାଦୀ ଏବଂ ବିଦେଶୀ ଶକ୍ତି ସହ ମିଶି ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି। ପ୍ରଥମ ଥର ପାଇଁ ହଂକଂରେ ଏହି ଆଇନ କାର୍ଯ୍ୟକାରୀ କରିବା ଦାୟିତ୍ୱ ଚାଇନା ମୁଖ୍ୟ ଭୂଖଣ୍ଡର ସୁରକ୍ଷା ଏଜେନ୍ସିମାନଙ୍କୁ ମିଳିଛି। ସେପ୍ଟେମ୍ବରରେ ହେବାକୁ ଥିବା ନିର୍ବାଚନରେ ଚାଇନା କର୍ତ୍ତୃପକ୍ଷ କେତେକ ପ୍ରାର୍ଥୀଙ୍କୁ ଲଢ଼ିବା ପାଇଁ ଅନୁମତି ଦେଇ ନ ପାରନ୍ତି ବୋଲି ଗଣତନ୍ତ୍ର ସପକ୍ଷବାଦୀ କର୍ମୀମାନେ ଆଶଙ୍କା କରୁଛନ୍ତି। ଉପଯୁକ୍ତ କାରଣ ନ ଥାଇ ସୁରକ୍ଷା ଆଇନ ଆଳରେ ବେଜିଂ ଯେକୌଣସି ପ୍ରାର୍ଥୀଙ୍କୁ ଗିରଫ କିମ୍ବା ଅଯୋଗ୍ୟ ଘୋଷଣା କରିପାରେ ବୋଲି ଓଓ୍ବେନ୍‌ ଚୋ ନାମକ ଜଣେ ଗଣତନ୍ତ୍ର ସପକ୍ଷବାଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?