ଭୋଟ୍‌ ଦେଲେ ୫ ଲକ୍ଷ ହଂକଂବାସୀ

ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍‌ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ ବିରୋଧରେ ଅଣଆନୁଷ୍ଠାନିକ ଭୋଟ ଦେଇଛନ୍ତି। ଏହା ବେଜିଂର କଠୋର ଆଇନ ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ ଭୋଟ ବୋଲି ହଂକଂର ବିରୋଧୀ ଶିବିର ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବରରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ଗଣତନ୍ତ୍ର ସପକ୍ଷବାଦୀ ପ୍ରାର୍ଥୀ ଲଢ଼ିବେ କି ନାହିଁ ତାହା ଏହି ଅଣଆନୁଷ୍ଠାନିକ ଭୋଟରୁ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି। ବେଜିଂ ସପକ୍ଷବାଦୀଙ୍କ କବଳରୁ ହଂକଂକୁ ମୁକ୍ତ କରିବା ପାଇଁ ପ୍ରଥମ ଥର ଏଭଳି ଚାଇନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ହଂକଂର ଏହି ଅଣଆନୁଷ୍ଠାନିକ ଭୋଟ ଉପରେ ସମସ୍ତଙ୍କର ନଜର ରହିଛି। ହଂକଂ ସ୍ବାଧୀନତାକୁ ସଙ୍କୁଚିତ କରିଥିବା ଚାଇନା ଆଇନକୁ କେତେ ବିରୋଧ କରାଯାଉଛି, ତାହା ଭୋଟ ଫଳାଫଳରୁ ସ୍ପଷ୍ଟ ହେବ। ଆଇନ ବିରୋଧରେ ଯେତେ ଅଧିକ ଭୋଟ ଯିବ, ଅନ୍ତର୍ଜାତୀୟ ସମୁଦାୟକୁ ସେତେ ବଡ଼ ବାର୍ତ୍ତା ଯିବ ବୋଲି କୁହାଯାଉଛି। ହଂକଂ ଜନସାଧାରଣ କେବେ ଛାଡ଼ିବେ ନାହିଁ ବୋଲି ଯୁବ ଡେମୋକ୍ରାଟ ନେତା ସନ୍ନି ଚେଉଙ୍ଗ୍‌ କହିଛନ୍ତି। ଗଣତନ୍ତ୍ର ଓ ସ୍ବାଧୀନତାକୁ ଆମର ସମର୍ଥନ ଅବ୍ୟାହତ ରହିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।
ଅନ୍ୟପକ୍ଷରେ ହଂକଂର ବରିଷ୍ଠ ଅଧିକାରୀମାନେ ଜନସାଧାରଣଙ୍କୁ ଚେତାବନୀ ଦେଇ କହିଛନ୍ତି, ଏହା ଜାତୀୟ ସୁରକ୍ଷା ପ୍ରତି ଅବମାନନା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ସହରର ୨୫୦ରୁ ଊର୍ଦ୍ଧ୍ୱ ଭୋଟକେନ୍ଦ୍ରରେ ହଜାର ହଜାର ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଥିଲା। ଭୋଟ କେନ୍ଦ୍ର ବାହାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଅନେକ ଲୋକ ମୋବାଇଲ ଫୋନ୍‌ ଯୋଗେ ଅନ୍‌ଲାଇନ୍‌ ବାଲଟରେ ଭୋଟ ଦେଇଥିଲେ। ସହରର ଲୋକ ସଂଖ୍ୟା ୭୫ ଲକ୍ଷ ହୋଇଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ୫ ଲକ୍ଷ ଲୋକ ଭୋଟ ଦେଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଦୁଇଦିନର ଭୋଟିଂ ପରେ କେତେ ଭୋଟ ପଡ଼ିଛି ସୋମବାର ସକାଳେ ଘୋଷଣା କରାଯିବା ଆଶା କରାଯାଉଛି।
ଚାଇନା ଆଣିଥିବା ନୂଆ ସୁରକ୍ଷା ଆଇନ ଅନୁଯାୟୀ ବିଚ୍ଛିନ୍ନତାବାଦୀ, ଦେଶରୁ ବାଦ୍‌ ପଡ଼ିଥିବା ବ୍ୟକ୍ତି, ଆତଙ୍କବାଦୀ ଏବଂ ବିଦେଶୀ ଶକ୍ତି ସହ ମିଶି ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି। ପ୍ରଥମ ଥର ପାଇଁ ହଂକଂରେ ଏହି ଆଇନ କାର୍ଯ୍ୟକାରୀ କରିବା ଦାୟିତ୍ୱ ଚାଇନା ମୁଖ୍ୟ ଭୂଖଣ୍ଡର ସୁରକ୍ଷା ଏଜେନ୍ସିମାନଙ୍କୁ ମିଳିଛି। ସେପ୍ଟେମ୍ବରରେ ହେବାକୁ ଥିବା ନିର୍ବାଚନରେ ଚାଇନା କର୍ତ୍ତୃପକ୍ଷ କେତେକ ପ୍ରାର୍ଥୀଙ୍କୁ ଲଢ଼ିବା ପାଇଁ ଅନୁମତି ଦେଇ ନ ପାରନ୍ତି ବୋଲି ଗଣତନ୍ତ୍ର ସପକ୍ଷବାଦୀ କର୍ମୀମାନେ ଆଶଙ୍କା କରୁଛନ୍ତି। ଉପଯୁକ୍ତ କାରଣ ନ ଥାଇ ସୁରକ୍ଷା ଆଇନ ଆଳରେ ବେଜିଂ ଯେକୌଣସି ପ୍ରାର୍ଥୀଙ୍କୁ ଗିରଫ କିମ୍ବା ଅଯୋଗ୍ୟ ଘୋଷଣା କରିପାରେ ବୋଲି ଓଓ୍ବେନ୍‌ ଚୋ ନାମକ ଜଣେ ଗଣତନ୍ତ୍ର ସପକ୍ଷବାଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri