ଓଡ଼ିଶାରେ ପ୍ରଥମ: ଚିଲିକାରେ ମାଛ ସଂଗ୍ରହାଳୟ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିଲିକା ସହ ଯୋଡ଼ିହୋଇଛି ଆଉଏକ ସଫଳତା। ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଲିକା ହ୍ରଦ କୂଳରେ ନିର୍ମାଣ ହୋଇଛି ଓଡ଼ିଶାର ପ୍ରଥମ ଫିଶ୍‌ ମ୍ୟୁଜିୟମ୍‌ ବା ମାଛ ସଂଗ୍ରହାଳୟ। ଏସିଆ ମହାଦେଶର ଏହି ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଶତାଧିକ ପ୍ରଜାତି ମାଛଙ୍କ ବାସସ୍ଥାନ ହୋଇଥିବାବେଳେ ଏହାକୁ ପର୍ଯ୍ୟଟକ ଓ ବିଶ୍ୱବାସୀଙ୍କ ନଜରକୁ ଆଣିବାକୁ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଚିଲିକାରେ ରହୁଥିବା ବିବିଧ ପ୍ରଜାତିର ମାଛଙ୍କୁ ଏହି ମ୍ୟୁଜିୟମ୍‌ ମଧ୍ୟରେ ଲୋକେ ଦେଖିପାରିବେ। ତେବେ ଏହି ମ୍ୟୁଜିୟମ୍‌ ଏବେ ଖୋଲାଯିବ ନାହିଁ। କରୋନା ମହାମାରୀ ପରିସ୍ଥିତିରେ ସୁଧାର ଆସିଲେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଏହି ହ୍ରଦରେ ୩୩୦ ପ୍ରକାରର ମାଛ ଓ ୧୨ ପ୍ରଜାତିର ଚିଙ୍ଗୁଡ଼ି ରହୁଥିବା ଦେଖାଯାଏ। ଏଥିପାଇଁ ଚିଲିକା ଉପରେ ନିର୍ଭର କରି ଆଖପାଖ ୧୩୨ ଗାଁର ୨ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରୁଛନ୍ତି। ଓଡ଼ିଶାରୁ ବାହାରକୁ ରପ୍ତାନି ହେଉଥିବା ସାମୁଦ୍ରିକ ଖାଦ୍ୟ ବା ସି’ ଫୁଡ୍‌ର ୨୦% କେବଳ ଚିଲିକାରୁ ମିଳୁଛି, ଯାହାକୁ ଏହି ମ୍ୟୁଜିୟମ୍‌ ମାଧ୍ୟମରେ ପ୍ରଦର୍ଶିତ କରାଯିବ। କନ୍‌ଭେନଶନାଲ ଆର୍‌ସିସି ଷ୍ଟ୍ରକ୍‌ଚରରେ ମାଛ ଆକୃତିରେ ନିର୍ମିତ ଏହି ମ୍ୟୁଜିୟମ୍‌ ଚିଲିକାର ପଶ୍ଚିମ ଦିଗରେ ବଡ଼କୁଳ ନିକଟରେ ରହିଛି। ଏହାର ଆର୍କିଟେକ୍‌ଚର୍‌ ଡିଜାଇନ୍‌ ବିଶେଷ ଆକର୍ଷଣୀୟ ହୋଇଥିବାବେଳେ ଆଗାମୀଦିନରେ ଏହା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି କୁହାଯାଉଛି। ବିଶ୍ୱ ଐତିହ୍ୟସ୍ଥଳୀର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା ଚିଲିକାର ବିକାଶ ଲାଗି ଗତ କିଛିବର୍ଷ ହେଲା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଥିବା ଜୈବ ବିବିଧତାର ସଂରକ୍ଷଣ କରାଯିବା ସହ ସ୍ଥାନୀୟ ଲୋକଙ୍କୁ କିଭଳି ରୋଜଗାର ଓ ଥଇଥାନ କରାଯିବ ସେନେଇ ଆଲୋଚନା ହୋଇଛି। ସିଡିଏ ପକ୍ଷରୁ ଚିଲିକାରେ ଥିବା ବେଆଇନ୍‌ ଚିଙ୍ଗୁଡି ଘେରି ହଟାଇ ଦିଆଯିବା ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ହ୍ରଦ ଚାରିପାର୍ଶ୍ୱରେ ଥିବା ଦ୍ୱୀପକୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ କରିବାକୁ ଯୋଜନା ହୋଇଛି। ଗତ ୩ବର୍ଷ ମଧ୍ୟରେ ଚିଲିକା ହ୍ରଦରେ ଥିବା ୧୬୦ ବର୍ଗକିମିରୁ ଅଧିକ ବେଆଇନ ଘେରିକୁ ଉଚ୍ଛେଦ କରାଯାଇଛି। ଏହାର ଅନୁକୂଳ ପ୍ରଭାବ ଏବେ ଚିଲିକାର ପ୍ରାକୃତିକ ପରିବେଶ ଉପରେ ପଡିଛି। ହ୍ରଦରେ ସାମୁଦ୍ରିକ ଘାସ ତଥା ସବୁଜିମା ବୃଦ୍ଧି ପାଇବା ସହ ପୂର୍ବଭଳି ସ୍ପଞ୍ଜ୍‌ ସୃଷ୍ଟିହୋଇଛି। ମୁହାଣରୁ ଘେରି ଓ ଖନ୍ଦା ସଫା ହେବାଦ୍ୱାରା ଚିଲିକା ଓ ସଂଲଗ୍ନ କେନାଲଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଦୀର୍ଘ ଦଶନ୍ଧି ପରେ ଗଞ୍ଜାମ ଜିଲାର ପାଲୁର କେନାଲରେ ଇର୍‌ଓ୍ବାଡ଼ି ଡଲ୍‌ଫିନଙ୍କୁ ଦେଖିବାକୁ ମିଳୁଛି। ଦଳ ଦଳ ଡଲ୍‌ଫିନ୍‌ କେନାଲ ମଧ୍ୟକୁ ଖାଦ୍ୟ ସନ୍ଧାନରେ ଆସୁଥିବାରୁ ଆଗାମୀଦିନରେ ଏହି ବିରଳ ସାମୁଦ୍ରିକ ପ୍ରାଣୀଙ୍କ ବଂଶବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଏହାଛଡ଼ା ବିଭିନ୍ନ ପ୍ରକାର ମାଛ ସହ ୩୭ ପ୍ରଜାତିର ସରୀସୃପ ଏବଂ ଉଭୟଚର ପ୍ରାଣୀ ଓ ଶୀତଦିନେ ଚିଲିକା ଆସୁଥିବା ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ବାସସ୍ଥାନ ସୁରକ୍ଷିତ ରହିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?