ପାଣିରେ ପଡ଼ିଲା ୫ଲକ୍ଷ

ବେତନଟୀ,୧୯ା୯(ଡିି.ଏନ.ଏ.):ପ୍ରଶାସନର ଭୁଲ ନିଷ୍ପତ୍ତି ଯୋଗୁ ମୟୂରଭଞ୍ଜ ଜିଲା ବେତନଟୀଠାରେ ନିର୍ମାଣ ହୋଇଥିତ୍ବା ଶବ ବ୍ୟବଚ୍ଛେଦ ଗୃହ କାମରେ ଲାଗି ପାରୁନି। ଏଥିଯୋଗୁ ସରକାରଙ୍କ ୫ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ପୁଣି ଏକ ଗୃହ ନିର୍ମାଣ ଚାଲିଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ପ୍ରାୟ ୨ କି.ମି. ଦୂର ବେତନଟୀ -ମାଣତ୍ରୀ ରାସ୍ତାର ଶ୍ମଶାନ ନିକଟରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇ ଏହି ଗୃହକୁ ୨୦୧୨ ଅପ୍ରେଲ ମାସରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଏହି ଗୃହ ନିର୍ମାଣ ସରିବା ପରେ ତତ୍କାଳୀନ ପ୍ରଶାସନିକ ଅଧିକାରୀମାନେ ଏହି ସ୍ଥାନ ଡାକ୍ତଖାନାଠାରୁ ଦୂର,ନିର୍ଜନ ସ୍ଥାନ ତଥା ଶ୍ମଶାନ ନିକଟରେ ହୋଇଥିବାରୁ ସେଠାକୁ ଡାକ୍ତରମାନେ ଯିବେ ନାହିଁ ,ସେହି ଘରେ ଶବ ବ୍ୟବଚ୍ଛେଦ କରିପାରିବେ ନାହିଁ ବୋଲି କହିଥିଲେ। ତେବେ ପ୍ରଶାସନର ଭୁଲ ନିଷ୍ପତ୍ତି ପାଇଁ ନିର୍ମାଣରେ ଖର୍ଚ୍ଚ ହୋଇଥିବା ୫ଲକ୍ଷ ଟଙ୍କା ପାଣିରେ ପଡ଼ିଥିଲା। ଫଳରେ ଦୀର୍ଘ ୧୦ ବର୍ଷ ହେଲା ବେତନଟୀଠାରେ ଶବ ବ୍ୟବଚ୍ଛେଦ କାମ ଆରମ୍ଭ ହୋଇ ନ ପାରିବାରୁ ପୁନର୍ବାର ସ୍ଥାନୀୟ ଲୋକଙ୍କର ଦାବି ପରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଭାବେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ଚାଲିଛି।
ମୟୂରଭଞ୍ଜ ଜିଲାରେ ୨୬ଟି ବ୍ଲକ ଥିବାବେଳେ ବାରିପଦା ସମେତ ମୋଟ ୪ଟି ଉପଖଣ୍ଡ କାର୍ଯ୍ୟାଳୟ ରହିଛି। ଏହି ୪ଟି ଉପଖଣ୍ଡରେ ଶବ ବ୍ୟବଚ୍ଛେଦ ହେଉଥିଲା ବେଳେ ଜିଲାର ୫ମ ଶବ ବ୍ୟବଚ୍ଛେଦ ଗୃହ ୨୦୧୨ପୂର୍ବରୁ ବେତନଟୀଠାରେ ନିର୍ମାଣ ଆରମ୍ଭ ହୋଇଥିଲା। ବେତନଟୀଠାରେ ଶବ ବ୍ୟବଚ୍ଛେଦ କାର୍ଯ୍ୟ ହେଲେ ବେତନଟୀ, ବୈଶିଙ୍ଗା, ବଡ଼ସାହି ଓ ମୋରଡ଼ା ଥାନା ଅଞ୍ଚଳର ଲୋକେ ବାରିପଦା ନ ଯାଇ ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚତ୍ତ ହେବେ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri