ଗହୀରମଥାରେ ୪ ଦିନରେ ୫ ଲକ୍ଷ ୪ ହଜାର ଅଣ୍ଡାଦାନ

ରାଜନଗର, ୧୪/୩(ଡି.ଏନ.ଏ.):କଇଁଛ ଅନ୍ତୁଡିଶାଳା ଗହୀରମଥାରେ ଏବେ ମା’ ଅଲିଭ୍‌ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଲକ୍ଷାଧିକ ମା’ କଇଁଛ ଗହୀରମଥାର ବିଭିନ୍ନ ଦ୍ୱୀପ ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଅଣ୍ଡାଦାନ କରୁଛନ୍ତି। ଗହୀରମଥାରେ ସମୂହ ଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କ ଗତିବିଦ୍ଧି ଜାଣିବାକୁ ଗୋଡ଼ରେ ଅଣ୍ଡା ଦେବା ସମୟରେ ଧାତବ ଫଳକ ଲଗା ଯାଇଥିଲା। ଏଥିମଧ୍ୟରୁ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ୪ଟି ମା’ କଇଁଛ ସାମିଲ ହୋଇଛନ୍ତି। ପୂର୍ବବର୍ଷରେ ଧାତବ ଫଳକ ବନ୍ଧା ଯାଇଥିବା ୪ଟି ଅଲିଭ୍‌ ରିଡ୍‌ଲେ କଇଁଛ ଚଳିତବର୍ଷ ଗହୀରମଥାର ନାସୀ-୨ରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛି। ୪ଦିନ ଧରି ନାସୀ-୨ରେ କଇଁଛଙ୍କ ଗଣଅଣ୍ଡାଦାନ ସମୟରେ ଏହି ଧାତବ ଫଳକ ବନ୍ଧା ଅଲିଭ୍‌ ରିଡ୍‌ଲେକୁ ବନ ବିଭାଗ କର୍ମଚାରୀମାନେ ଠାବ କରିଥିଲେ। ଗହୀରମଥାରେ ଓ ଋଷିକୂଲ୍ୟାରେ ଅଣ୍ଡା ଦେବା ସମୟରେ ମା’ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ଯାଇଥିଲା। ଚଳିତବର୍ଷ ଗହୀରମଥାରେ ଧାତବ ଫଳକ ବନ୍ଧା ୪ଟି ଅଲିଭ୍‌ରିଡ୍‌ଲେ ବାଲୁକା ଶଯ୍ୟାରେ ଗାତ ଖୋଳି ଅଣ୍ଡାଦାନ କରିଛନ୍ତି। ଗହୀରମଥାର ନାସୀ-୨ରେ ୯ ତାରିଖଠାରୁ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ସୋମବାର ସୁଦ୍ଧା ୫ ଲକ୍ଷ ୩ ହଜାର ୭୧୯ କଇଁଛ ଅଣ୍ଡା ଦେଇ ସାରିଲେଣି। ୯ ତାରିଖରେ ୮୮,୬୦୫, ୧୦ରେ ୨ ଲକ୍ଷ ୧୪ ହଜାର ୫୮, ୧୧ରେ ୧ ଲକ୍ଷ ୭୩ ହଜାର ୪ ଶହ, ୧୨ ତାରିଖରେ ୨୭, ୬୫୬ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗତିବିଧି ଜାଣିବା ପାଇଁ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ବା ଟ୍ୟାଗିଂ କରାଯାଇଥାଏ। ୨୦୦୨ରେ ଭାରତବର୍ଷର ବିଶିଷ୍ଟ କଇଁଛ ବିଷାରଦ ସ୍ବର୍ଗତ ଚନ୍ଦ୍ର ଶେଖର କର ପ୍ରକୃତିର ବିସ୍ମୟ ଅଲିଭ୍‌ରିଡ୍‌ଲେ କଇଁଛଙ୍କର ପ୍ରକୃତ ସ୍ଥାୟୀ ଠିକଣା ଓ ଜୀବନ ଶୈଳୀ ଜାଣିବା ପାଇଁ ପିତଳ ଟ୍ୟାଗ କରିଥିଲେ। ପରବର୍ତ୍ତୀ ସମୟରେ ପିତଳ ଟ୍ୟାଗ ହୋଇଥିବା ଏବଂ ଅଣ୍ଡାଦେଇ ଗଭୀର ସମୁଦ୍ର ଭିତରକୁ ଯାଇଥିବା ମା’ କଇଁଛଙ୍କ ଠିକଣା ପାଇ ନ ଥିଲେ। ସେବେଠୁଁ ଏହି ରହସ୍ୟମୟୀ ସାମୁଦ୍ରିକ ଜୀବ ଅଲିଭ୍‌ ରିଡ୍‌ଲେଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିବାକୁ ରାଜନଗର ବନ ବିଭାଗ ପକ୍ଷରୁ ୪ଟି ଅଣ୍ଡା ଦେଇଥିବା ମା’ କଇଁଛଙ୍କ ଗୋଡରେ ଧାତବ ଫଳକ ଲଗା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri