୫ ଭାରତୀୟ ବଂଶୋଦ୍ଭବ ସ୍ଥାନିତ

ଓ୍ବାଶିଂଟନ୍‌, ୬।୪: ପାଞ୍ଚଜଣ ଭାରତୀୟ ବଂଶୋଦ୍ଭବ ମହିଳା ଏକ୍‌ଜିକ୍ୟୁଟିଭ୍‌ଙ୍କ ନାମ ‘୧୦୦ ମୋଷ୍ଟ ଇନ୍‌ଫ୍ଲୁଏନ୍ସିଆଲ୍‌ ଓମେନ ଇନ୍‌ ୟୁଏସ୍‌ ଫାଇନାନ୍ସ’ ସୂଚୀରେ ସ୍ଥାନ ପାଇଛି। ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ୍‌ର ସିଷ୍ଟର ମାଗାଜିନ୍‌ ବାରୋନ୍‌ସ ଦ୍ୱାରା ଡନ୍‌ ଜନ୍ସ ଆଣ୍ଡ କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି। ବିଶେଷ କରି ଫାଇନ୍ସ ସର୍ଭିସ୍‌, ଦି କର୍ପୋରେଟ୍‌ ଓ୍ବାଲର୍‌ଡ, ସରକାର ଏବଂ ଅଣଲାଭକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଲିଡର୍‌ମାନଙ୍କୁ ତାଲିକାଭୁକ୍ତ କରାଯାଇଥିବା ମାଗାଜିନ୍‌ ପକ୍ଷରୁ କୁହାଯାଇଛି। ‘୧୦୦ ମୋଷ୍ଟ ଇନ୍‌ଫ୍ଲୁଏନ୍ସିଆଲ୍‌ ଓମେନ ଇନ୍‌ ୟୁଏସ୍‌ ଫାଇନାନ୍ସ’ରେ ସ୍ଥାନ ପାଇଥିବା ୫ ଭାରତୀୟ ବଂଶୋଦ୍ଭବ ମହିଳାମାନେ ହେଲେ, ଜେ.ପି. ମୋର୍ଗାନ କମ୍ପାନୀର ଅନୁ ଅୟେଙ୍ଗର, ଏରିଅଲ୍‌ ଇନ୍‌ଭେଷ୍ଟମେଣ୍ଟର ରୂପଲ ଜେ. ବଂଶାଲୀ, ଫ୍ରାଙ୍କଲିନ୍‌ ଟେମ୍ପଲେଟୋନ୍‌ର ସୋନଲ ଦେଶାଇ, ଗୋଲ୍ଡମ୍ୟାନ୍‌ ସାଚ୍ସର ମୀନା ଫ୍ଲିନ୍‌ ଏବଂ ବ୍ୟାଙ୍କ ଅଫ୍‌ ଆମେରିକାର ସବିତା ଶୁଭ୍ରମଣ୍ୟମ। ଆମେରିକୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଅୟେଙ୍ଗର(୫୦) ୨୦୨୦ରେ ଜେ.ପି. ମୋର୍ଗାନ୍‌ର କୋହେଡ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ କାର୍ଯ୍ୟଦକ୍ଷତା ମାଧ୍ୟମରେ ସେ କ୍ଲାଏଣ୍ଟମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସେ ଆଜି ଜଣେ ସଫଳ ବ୍ୟକ୍ତିତ୍ୱ। ଏରିଅଲ ଇନ୍‌ଭେଷ୍ଟମେଣ୍ଟର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର ଏବଂ ପୋର୍ଟଫୋଲିଓ ମ୍ୟାନେଜର ୫୫ ବର୍ଷୀୟା ରୁପଲ ଜେ. ବଂଶାଲି ମହିଳାମାନଙ୍କୁ ଫାଇନାନ୍ସ ସେକ୍ଟରରେ କାମ କରିବା ପାଇଁ ପ୍ରୋତ୍ସାହିତ କରନ୍ତି। ଏଥିସହ ଅର୍ଥ କାରବାର କ୍ଷେତ୍ରରେ ତାଙ୍କର ବିଶେଷ ଆଗ୍ରହ ଥିବା କହିଛନ୍ତି।

୨୦୧୮ରେ ଫ୍ରାଙ୍କଲିନ୍‌ ଟେମ୍ପଲେଟୋନ୍‌ ଗ୍ଲାବାଲ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡର ପ୍ରଥମ ମହିଳା ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର ଭାବେ ସୋନଲ ଦେଶାଇ(୫୮) ଦାୟିତ୍ୱ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ। ଗୋଲ୍ଡମ୍ୟାନ୍‌ ସାଚ୍ସ ଗ୍ରୁପ୍‌ର ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟର କୋହେଡ୍‌ ଭାବେ କାର୍ଯ୍ୟ କରୁଛନ୍ତି ୪୫ ବର୍ଷୀୟା ମୀନା ଫ୍ଲିନ୍‌। ୧୯୯୯ରେ ସେ ଜେ.ପି. ମୋର୍ଗାନ୍‌ ଜଏନ୍‌ କରିଥିଲେ। ପରେ ଗୋଲ୍ଡମ୍ୟାନ୍‌ ସାଚ୍ସରେ କିଛିବର୍ଷ କାମ କରିବା ପରେ ୨୦୧୪ରେ ସେ ଏହାର ପାର୍ଟନର୍‌ ହୋଇଥିଲେ। ସେହିପରି ଆମେରିକାର ଆର୍ଥିକସ୍ଥିତିକୁ ମଜଭୁତ କରିବାରେ ବ୍ୟାଙ୍କ ଅଫ୍‌ ଆମେରିକାର ୟୁଏସ୍‌ ଇକ୍ୟୁଟି ଆଣ୍ଡ୍‌ କ୍ୱାଣ୍ଟିଟେଟିଭ୍‌ ଷ୍ଟ୍ରାଟେଜି ମୁଖ୍ୟ ସବିତା ଶୁଭ୍ରମଣ୍ୟମଙ୍କ ଭୂମିକା ମଧ୍ୟ କିଛି କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଦାବି ପୂରଣ ନ ହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା, ଚେତାବନୀ ଦେଇ…

କେସିଙ୍ଗା,୭ା୬(ତୁମେଶ୍ୱର ସାହୁ): ଅଲ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନ ରାଜ୍ୟ ସରକାରଙ୍କୁ ୯ ଦଫା ସମ୍ବଳିତ ଦାବି ନେଇ ଦୀର୍ଘ ଦୁଇବର୍ଷରୁ ଦାବି କରି ଆସୁଛି। କିନ୍ତୁ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ବନ୍ଧୁକ ସହ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିଲେ କଫ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍‌ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

TMCରେ ବିଦ୍ରୋହ ମଧ୍ୟରେ ମମତାଙ୍କ ବଡ଼ ବଦକ୍ଷେପ, କଟିଲା ଅଭିଷେକଙ୍କ ଡେଣା!

କୋଲକାତା,୭।୬: ପଶ୍ଚିମବଙ୍ଗରେ ପରାଜୟ ପରେ, ତୃଣମୂଳ କଂଗ୍ରେସ ଆଭ୍ୟନ୍ତରୀଣ ଅସନ୍ତୋଷ ସହିତ ସଂଘର୍ଷ କରୁଛି; ଏହାର ଜବାବରେ, ମମତା ବାନାର୍ଜୀ ସମଗ୍ର ସଂଗଠନର ଗଠନକୁ ଭାଙ୍ଗି ଦେଇଥିଲେ।…

‘ପ୍ରତି ସିଲିଣ୍ଡର ପ୍ରାୟ ୭ଶହ ଟଙ୍କା କ୍ଷତି’: ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଉପରେ ସରକାରଙ୍କ ବିବୃତ୍ତି , ପାକିସ୍ତାନ-ଆମେରିକା ସହ ତୁଳନା

ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୯ଟଙ୍କା ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତିକୁ ସମର୍ଥନ କରି ସରକାର ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri