୫ ଭାରତୀୟ ବଂଶୋଦ୍ଭବ ସ୍ଥାନିତ

ଓ୍ବାଶିଂଟନ୍‌, ୬।୪: ପାଞ୍ଚଜଣ ଭାରତୀୟ ବଂଶୋଦ୍ଭବ ମହିଳା ଏକ୍‌ଜିକ୍ୟୁଟିଭ୍‌ଙ୍କ ନାମ ‘୧୦୦ ମୋଷ୍ଟ ଇନ୍‌ଫ୍ଲୁଏନ୍ସିଆଲ୍‌ ଓମେନ ଇନ୍‌ ୟୁଏସ୍‌ ଫାଇନାନ୍ସ’ ସୂଚୀରେ ସ୍ଥାନ ପାଇଛି। ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ୍‌ର ସିଷ୍ଟର ମାଗାଜିନ୍‌ ବାରୋନ୍‌ସ ଦ୍ୱାରା ଡନ୍‌ ଜନ୍ସ ଆଣ୍ଡ କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି। ବିଶେଷ କରି ଫାଇନ୍ସ ସର୍ଭିସ୍‌, ଦି କର୍ପୋରେଟ୍‌ ଓ୍ବାଲର୍‌ଡ, ସରକାର ଏବଂ ଅଣଲାଭକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଲିଡର୍‌ମାନଙ୍କୁ ତାଲିକାଭୁକ୍ତ କରାଯାଇଥିବା ମାଗାଜିନ୍‌ ପକ୍ଷରୁ କୁହାଯାଇଛି। ‘୧୦୦ ମୋଷ୍ଟ ଇନ୍‌ଫ୍ଲୁଏନ୍ସିଆଲ୍‌ ଓମେନ ଇନ୍‌ ୟୁଏସ୍‌ ଫାଇନାନ୍ସ’ରେ ସ୍ଥାନ ପାଇଥିବା ୫ ଭାରତୀୟ ବଂଶୋଦ୍ଭବ ମହିଳାମାନେ ହେଲେ, ଜେ.ପି. ମୋର୍ଗାନ କମ୍ପାନୀର ଅନୁ ଅୟେଙ୍ଗର, ଏରିଅଲ୍‌ ଇନ୍‌ଭେଷ୍ଟମେଣ୍ଟର ରୂପଲ ଜେ. ବଂଶାଲୀ, ଫ୍ରାଙ୍କଲିନ୍‌ ଟେମ୍ପଲେଟୋନ୍‌ର ସୋନଲ ଦେଶାଇ, ଗୋଲ୍ଡମ୍ୟାନ୍‌ ସାଚ୍ସର ମୀନା ଫ୍ଲିନ୍‌ ଏବଂ ବ୍ୟାଙ୍କ ଅଫ୍‌ ଆମେରିକାର ସବିତା ଶୁଭ୍ରମଣ୍ୟମ। ଆମେରିକୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଅୟେଙ୍ଗର(୫୦) ୨୦୨୦ରେ ଜେ.ପି. ମୋର୍ଗାନ୍‌ର କୋହେଡ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ କାର୍ଯ୍ୟଦକ୍ଷତା ମାଧ୍ୟମରେ ସେ କ୍ଲାଏଣ୍ଟମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସେ ଆଜି ଜଣେ ସଫଳ ବ୍ୟକ୍ତିତ୍ୱ। ଏରିଅଲ ଇନ୍‌ଭେଷ୍ଟମେଣ୍ଟର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର ଏବଂ ପୋର୍ଟଫୋଲିଓ ମ୍ୟାନେଜର ୫୫ ବର୍ଷୀୟା ରୁପଲ ଜେ. ବଂଶାଲି ମହିଳାମାନଙ୍କୁ ଫାଇନାନ୍ସ ସେକ୍ଟରରେ କାମ କରିବା ପାଇଁ ପ୍ରୋତ୍ସାହିତ କରନ୍ତି। ଏଥିସହ ଅର୍ଥ କାରବାର କ୍ଷେତ୍ରରେ ତାଙ୍କର ବିଶେଷ ଆଗ୍ରହ ଥିବା କହିଛନ୍ତି।

୨୦୧୮ରେ ଫ୍ରାଙ୍କଲିନ୍‌ ଟେମ୍ପଲେଟୋନ୍‌ ଗ୍ଲାବାଲ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡର ପ୍ରଥମ ମହିଳା ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର ଭାବେ ସୋନଲ ଦେଶାଇ(୫୮) ଦାୟିତ୍ୱ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ। ଗୋଲ୍ଡମ୍ୟାନ୍‌ ସାଚ୍ସ ଗ୍ରୁପ୍‌ର ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟର କୋହେଡ୍‌ ଭାବେ କାର୍ଯ୍ୟ କରୁଛନ୍ତି ୪୫ ବର୍ଷୀୟା ମୀନା ଫ୍ଲିନ୍‌। ୧୯୯୯ରେ ସେ ଜେ.ପି. ମୋର୍ଗାନ୍‌ ଜଏନ୍‌ କରିଥିଲେ। ପରେ ଗୋଲ୍ଡମ୍ୟାନ୍‌ ସାଚ୍ସରେ କିଛିବର୍ଷ କାମ କରିବା ପରେ ୨୦୧୪ରେ ସେ ଏହାର ପାର୍ଟନର୍‌ ହୋଇଥିଲେ। ସେହିପରି ଆମେରିକାର ଆର୍ଥିକସ୍ଥିତିକୁ ମଜଭୁତ କରିବାରେ ବ୍ୟାଙ୍କ ଅଫ୍‌ ଆମେରିକାର ୟୁଏସ୍‌ ଇକ୍ୟୁଟି ଆଣ୍ଡ୍‌ କ୍ୱାଣ୍ଟିଟେଟିଭ୍‌ ଷ୍ଟ୍ରାଟେଜି ମୁଖ୍ୟ ସବିତା ଶୁଭ୍ରମଣ୍ୟମଙ୍କ ଭୂମିକା ମଧ୍ୟ କିଛି କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri