୫ଶହ ଟଙ୍କିଆ ନକଲି ନୋଟ

ଅମରପାଲି,୧୧ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଞ୍ଚଳରେ ନକଲି ୫ ଶହ ଟଙ୍କିଆ ନୋଟ ଦେଖିବାକୁ ମିଳିଛି। ଉକ୍ତ ଥାନା ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଟେଭାପଦର ଗ୍ରାମରେ ଜଣେ ଦୋକାନୀଙ୍କୁ ଜଣେ ଅଜଣା ବ୍ୟକ୍ତି ତିନୋଟି ୫ ଶହ ଟଙ୍କିଆ ନୋଟ ଦେଇ ତେଜରାତି ସାମଗ୍ରୀ ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟେଭାପଦର ଗ୍ରାମର କ୍ଷମାନିଧି ସାହୁ ଅସୁସ୍ଥ ଥିବାରୁ ସେ କରିଥିବା ତେଜରାତି ଦୋକାନରେ ତାଙ୍କ ସ୍ତ୍ରୀ ବସି ବିକ୍ରି କରୁଥିଲେ। ରବିବାର ମଧ୍ୟାହ୍ନ ସମୟରେ କେହି ଜଣେ ବ୍ୟକ୍ତି ୩୦୦ ଟଙ୍କାର ତେଜରାତି ସାମଗ୍ରୀ କିଣି ୫୦୦ ଟଙ୍କା ଦେଇଥିଲେ। ପୁଣି କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତି ସେହି ଦୋକାନକୁ ଆସି ୭ ଶହ ଟଙ୍କାର ଜିନିଷ କିଣି ଦୁଇଟି ୫ଶହ ଟଙ୍କିଆ ନୋଟ ଦେଇଥିଲେ। ଦୋକାନୀଙ୍କ ସ୍ତ୍ରୀ ବଳକା ଟଙ୍କା ଫେରାଇ ୫ ଶହ ଟଙ୍କିଆ ନୋଟ ରଖିଥିଲେ। ପରବର୍ତ୍ତୀ ସମୟରେ କେହି ଜଣେ ଟଙ୍କା ଦେଖି ତାହା ନକଲି ବୋଲି କହିଥିଲା। ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡିଥିଲା। ଦୋକାନୀ ଜଣକ ରୋଗଗ୍ରସ୍ତ ଥିବାରୁ ସୋମବାର ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ସୁବଳୟା ଅଞ୍ଚଳରେ ନକଲି ୫ ଶହ ଟଙ୍କିଆ ନୋଟ କାରବାର ହେଉଥିବା ଜାଣି ଲୋକଙ୍କ ମଧ୍ୟରେ ଛନକା ପଶିଛି। କିଛିଦିନ ପୂର୍ବରୁ ଉଲୁଣ୍ଡା ଅଞ୍ଚଳରୁ ପ୍ରାୟ ୪୧ ଲକ୍ଷ ଟଙ୍କାର ନକଲି ପାଞ୍ଚ ଶହ ଟଙ୍କିଆ ନୋଟ ଏସ୍‌ଟିଏଫ ଜବତ କରିବା ସହ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତେବେ ଅଞ୍ଚଳରେ ଆହୁରି ଅନେକ ନକଲି ଟଙ୍କା ଘୂରି ବୁଲୁଥିବା ସନ୍ଦେହ କରାଯାଉଛି। ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି। ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ୱାର୍ଡରଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର,୨୫।୧୦: ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ। ଶୁକ୍ରବାର ପୂର୍ବାହ୍ନରେ ଜେଲ ଭିତରେ ମାରପିଟ୍‌ ହେବା ଘଟଣା ସାମ୍‌ନାକୁ ଆସିଛି। ଜେଲ ୱାର୍ଡରଙ୍କୁ କେତେଜଣ କଏଦୀ ଆକ୍ରମଣ...

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କ ନୋଟିସ

କେସିଙ୍ଗା,୨୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ ଓ ଅନାସ୍ଥା ପ୍ରସ୍ତାବ ଗୃହିତ...

ଲ୍ୟାଣ୍ଡଫଲ ପରେ ବି ଟଳିନି ବିପଦ: ଚାନ୍ଦବାଲିରେ ରେକର୍ଡ ବର୍ଷା

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ଦୁର୍ବଳ ହୋଇ...

ତିହିଡ଼ି ବ୍ଲକରେ ସ୍ଥାନାନ୍ତର ହୋଇଛନ୍ତି ୧୦ ହଜାର ବାତ୍ୟା ବିପନ୍ନ

ତିହିଡ଼ି,୨୫ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ତିହିଡି ବ୍ଲକର ସନ୍ଥପୁରା, କମାରିଆ ଇତ୍ୟାଦି ସ୍ଥାନରେ...

କନ୍ଦାଇଲା ‘ଦାନା’: ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…

ଭଦ୍ରକ,୨୫ା୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ରାସ୍ତାରେ ଗଛ...

ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପଥର ବୋଝେଇ ହାଇଓ୍ବା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ଅଞ୍ଚଳରେ ଗୁରୁବାର ପଥର ବୋଝେଇ ହାଇଓ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଜଣେ ରହିଥିବାବେଳେ ସେ...

ପୋଲିସକୁ ଧକ୍କା ମାରି ଥାନାରୁ ଫେରାର ମାରିଥିଲେ ଗଞ୍ଜେଇ ବେପାରୀ, ଆଉ ଏବେ…

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନାରୁ ପୋଲିସକୁ ଧକ୍କା ମାରି ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରେ ଫେରାର ମାରିଥିବା ଗଞ୍ଜେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri