ଆଧୁନିକ ଦାସତ୍ୱ କବଳରେ ୫ କୋଟି

ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ଆଧୁନିକ ଦାସତ୍ୱ। ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ତଥ୍ୟ ଅନୁସାରେ ଗତ ବର୍ଷ ଶେଷ ସୁଦ୍ଧା ୫ କୋଟି ଲୋକ ଆଧୁନିକ ଦାସତ୍ୱର ଶିକାର ହୋଇଛନ୍ତି। ଅନେକେ ଜୋର ଜବରଦସ୍ତି ମଜୁରି ଲାଗୁଥିବାବେଳେ ବହୁସଂଖ୍ୟାରେ ନାଗରିକ ବାଧ୍ୟ ହୋଇ ବିବାହ କରିଛନ୍ତି। ଗତ ୫ ବର୍ଷ ତୁଳନାରେ ଆଧୁନିକ ଦାସତ୍ୱ ହାର ୨୫% ବୃଦ୍ଧି ପାଇଛି।
ବହୁସଂଖ୍ୟାରେ ଲୋକଙ୍କୁ ଯୌନ ଶୋଷଣ ବ୍ୟବସାୟରେ ସାମିଲ କରାଯିବାକୁ ନେଇ ଆଇଏଲ୍‌ଓ ଚିନ୍ତା ବ୍ୟକ୍ତ କରିଛି। ଗରିବ, ଅସହାୟ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ ମଧ୍ୟରୁ ପ୍ରତି ୪ ଜଣରେ ଜଣଙ୍କୁ ଏହି ବ୍ୟବସାୟରେ ବଳପୂର୍ବକ ଲଗାଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଏବଂ ଶିଶୁ। ୨୦୨୧ ଶେଷ ସୁଦ୍ଧା ପ୍ରାୟ ୨୮ ନିୟୁତ ଲୋକଙ୍କୁ ଜବରଦସ୍ତି ଶ୍ରମିକ କାମରେ ଲଗାଯାଇଛି। ସେମାନଙ୍କ ମଧ୍ୟରେ ୩.୩ ନିୟୁତ ହେଉଛନ୍ତି ଶିଶୁ। ୨୨ ନିୟୁତଙ୍କ ବାଧ୍ୟତାମୂଳକ ବିବାହ କରାଯାଇଛି। ବାହାଘର ବେଳେ ଏହି ସଂଖ୍ୟାର ଦୁଇ-ତୃତୀୟାଂଶଙ୍କ ବୟସ ୧୫ରୁ କମ୍‌ ରହିଥିଲା। ଏଥିପାଇଁ କରୋନା ମହାମାରୀ ଅଧିକ ମାତ୍ରାରେ ଦାୟୀ। ଏହାସହ ଯୁଦ୍ଧ ଯୋଗୁ ବହୁସଂଖ୍ୟାରେ ଲୋକ ସେମାନଙ୍କ ଘରଦ୍ୱାର ଛାଡ଼ି ଅସହାୟ ହୋଇପଡ଼ିଛନ୍ତି। ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ମଧ୍ୟ ଏଥିପାଇଁ ଅନେକ ମାତ୍ରାରେ ଦାୟୀ ବୋଲି ଆଇଏଲ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ଗ୍ରହରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା, ବଦଳିଥିଲା ରୂପରେଖ

ୱାଶିଂଟନ,୧୮ା୫: ବର୍ତ୍ତମାନର ଶୁଷ୍କ ଓ ଧୂଳିଝଡ଼ରେ ଆବୃତ ମଙ୍ଗଳ ଗ୍ରହ ଦିନେ ପାଣିରେ ଭରପୂର ଥିଲା। ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ଏହି ଲାଲ ଗ୍ରହରେ…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri