ପ୍ରେମ ବିବାହ କରିବାରୁ ଅପହରଣ

ସାତମାଇଲ, ୧୪।୯(ଡି.ଏନ୍‌.ଏ.): ରାତିଅଧରେ ନକଲି ପୋଲିସ ସାଜି ଆସିଲେ। ପ୍ରେମବିବାହ କରି ଶାଶୁଘରେ ଥିବା ନବ ବିବାହିତା ଯୁବତୀଙ୍କୁ ଅପହରଣ କରିନେଲେ। ତେବେ କୌଶଳକ୍ରମେ ଅପହରଣକାରୀଙ୍କ କବଳରୁ ସୁରକ୍ଷିତ ଭାବେ ଖସି ଆସିଛନ୍ତି ଯୁବତୀ। ଏ ନେଇ ସେ ନିଜ ମା’ଙ୍କ ନାମରେ ଥାନାରେ ଫେରାଦ ମଧ୍ୟ ହୋଇଛନ୍ତି। ଏପରି କି ସାବାଳିକା ବୋଲି ପ୍ରମାଣ ଦେଇ ସ୍ବାମୀଙ୍କ ସହ ରହିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ମହାଲୁଣ୍ତା ଗ୍ରାମରେ ସୋମବାର ରାତିରେ ଘଟିଛି ଏଭଳି ଏକ ଘଟଣା, ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର ସ୍ବର୍ଗତ ଗୁଣ୍ଡିଚା ସାହୁ ଏବଂ ସସ୍ମିତା ସାହୁଙ୍କ ଝିଅ ଭାନୁପ୍ରଭା ସାହୁ (୧୯) ଗତ ଜୁଲାଇରେ ବାଲିମୀ ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମର ଶ୍ରୀନିବାସ ସାହୁଙ୍କ ପୁଅ ସିଲୁ ସାହୁ (୨୭)ଙ୍କ ସହିତ ପ୍ରେମବିବାହ କରିଥିଲେ। ଏଥିରେ ମା’ ସସ୍ମିତା ଅସନ୍ତୁଷ୍ଟ ଥିବାବେଳେ ୧୫ ଦିନ ତଳେ ଝିଅଙ୍କ ଶାଶୁଘରକୁ ଯାଇ ବୁଝାଶୁଝା କରିଥିଲେ। ଏପରି କି ଝିଅଙ୍କୁ ସାଙ୍ଗରେ ନେବା ପାଇଁ ଉଦ୍ୟମ କରିଥିଲେ ହେଁ ଏଥିରେ ରାଜି ହୋଇ ନ ଥିଲେ ଭାନୁପ୍ରଭା। ତାଳଚେର ଅଞ୍ଚଳରେ ରହୁଥିବା ସସ୍ମିତାଙ୍କ ଭାଇ ଅର୍ଥାତ୍‌ ଭାନୁପ୍ରଭାଙ୍କ ମାମୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ତେଣୁ ଝିଅଙ୍କୁ ଅପହରଣ କରିବାକୁ ସେମାନେ ଯୋଜନା କରିଥିଲେ। ତଦନୁଯାୟୀ ସୋମବାର ରାତି ପ୍ରାୟ ୧୨ଟାରେ ନକଲି ପୋଲିସ ସାଜି ୪ଜଣ ବ୍ୟକ୍ତି ସିଲୁଙ୍କ ଘରେ ପହଞ୍ଚତ୍ କବାଟ ପିଟିଥିଲେ। ସେମାନେ ନିଜକୁ ଅନୁଗୋଳ ଥାନାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଭୟଭୀତ ପରିବାର ଲୋକେ କବାଟ ନ ଖୋଲି ଗୋଟିଏ ପ୍ରକୋଷ୍ଠରେ ଲୁଚିଯାଇଥିଲେ। ତେବେ ପୋଲିସ ପୋଷାକଧାରୀ ବ୍ୟକ୍ତିମାନେ ଝରକା ଭାଙ୍ଗିବାକୁ ଉଦ୍ୟମ କରିବାରୁ ସିଲୁଙ୍କ ଘର ଲୋକେ କବାଟ ଖୋଲିଦେଇଥିଲେ। ଏହା ପରେ ସେମାନେ ଭାନୁପ୍ରଭାଙ୍କୁ ଅପହରଣ କରିନେଇଥିଲେ। ହେଲେ ଗାଡ଼ି ଭିତରେ ଥିବା ମା’ ସସ୍ମିତାଙ୍କୁ ଭାନୁପ୍ରଭା ଚିହ୍ନିପାରିଥିଲେ। ସସ୍ମିତା ଏବଂ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଅନୁଗୋଳ ନେଇଯାଇ ତାଙ୍କ ମାମୁଙ୍କ ଘରେ ଛାଡ଼ି ଦେଇଥିଲେ। ତେବେ ଭାନୁପ୍ରଭା କୌଶଳକ୍ରମେ କବାଟ ଖୋଲି ଅନୁଗୋଳ ଥାନାକୁ ଦୌଡ଼ି ପଳାଇଥିଲେ ଏବଂ ସମସ୍ତ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ। ଏ ସମ୍ପର୍କରେ ବାଲିମୀ ଥାନା ଏବଂ ସିଲୁଙ୍କ ଘର ଲୋକଙ୍କୁ ଅବଗତ କରାଯାଇଥିଲା। ଆବଶ୍ୟକ ପ୍ରମାଣପତ୍ର ଦେବା ପରେ ଭାନୁପ୍ରଭାଙ୍କୁ ସିଲୁଙ୍କ ଜିମା ଦିଆଯାଇଥିଲା। ଏ ନେଇ ଭାନୁପ୍ରଭା ମା’ ସସ୍ମିତାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ନଂ.୧୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବ୍ରହ୍ମାନନ୍ଦ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri