ପ୍ରେମ ବିବାହ କରିବାରୁ ଅପହରଣ

ସାତମାଇଲ, ୧୪।୯(ଡି.ଏନ୍‌.ଏ.): ରାତିଅଧରେ ନକଲି ପୋଲିସ ସାଜି ଆସିଲେ। ପ୍ରେମବିବାହ କରି ଶାଶୁଘରେ ଥିବା ନବ ବିବାହିତା ଯୁବତୀଙ୍କୁ ଅପହରଣ କରିନେଲେ। ତେବେ କୌଶଳକ୍ରମେ ଅପହରଣକାରୀଙ୍କ କବଳରୁ ସୁରକ୍ଷିତ ଭାବେ ଖସି ଆସିଛନ୍ତି ଯୁବତୀ। ଏ ନେଇ ସେ ନିଜ ମା’ଙ୍କ ନାମରେ ଥାନାରେ ଫେରାଦ ମଧ୍ୟ ହୋଇଛନ୍ତି। ଏପରି କି ସାବାଳିକା ବୋଲି ପ୍ରମାଣ ଦେଇ ସ୍ବାମୀଙ୍କ ସହ ରହିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ମହାଲୁଣ୍ତା ଗ୍ରାମରେ ସୋମବାର ରାତିରେ ଘଟିଛି ଏଭଳି ଏକ ଘଟଣା, ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର ସ୍ବର୍ଗତ ଗୁଣ୍ଡିଚା ସାହୁ ଏବଂ ସସ୍ମିତା ସାହୁଙ୍କ ଝିଅ ଭାନୁପ୍ରଭା ସାହୁ (୧୯) ଗତ ଜୁଲାଇରେ ବାଲିମୀ ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମର ଶ୍ରୀନିବାସ ସାହୁଙ୍କ ପୁଅ ସିଲୁ ସାହୁ (୨୭)ଙ୍କ ସହିତ ପ୍ରେମବିବାହ କରିଥିଲେ। ଏଥିରେ ମା’ ସସ୍ମିତା ଅସନ୍ତୁଷ୍ଟ ଥିବାବେଳେ ୧୫ ଦିନ ତଳେ ଝିଅଙ୍କ ଶାଶୁଘରକୁ ଯାଇ ବୁଝାଶୁଝା କରିଥିଲେ। ଏପରି କି ଝିଅଙ୍କୁ ସାଙ୍ଗରେ ନେବା ପାଇଁ ଉଦ୍ୟମ କରିଥିଲେ ହେଁ ଏଥିରେ ରାଜି ହୋଇ ନ ଥିଲେ ଭାନୁପ୍ରଭା। ତାଳଚେର ଅଞ୍ଚଳରେ ରହୁଥିବା ସସ୍ମିତାଙ୍କ ଭାଇ ଅର୍ଥାତ୍‌ ଭାନୁପ୍ରଭାଙ୍କ ମାମୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ତେଣୁ ଝିଅଙ୍କୁ ଅପହରଣ କରିବାକୁ ସେମାନେ ଯୋଜନା କରିଥିଲେ। ତଦନୁଯାୟୀ ସୋମବାର ରାତି ପ୍ରାୟ ୧୨ଟାରେ ନକଲି ପୋଲିସ ସାଜି ୪ଜଣ ବ୍ୟକ୍ତି ସିଲୁଙ୍କ ଘରେ ପହଞ୍ଚତ୍ କବାଟ ପିଟିଥିଲେ। ସେମାନେ ନିଜକୁ ଅନୁଗୋଳ ଥାନାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଭୟଭୀତ ପରିବାର ଲୋକେ କବାଟ ନ ଖୋଲି ଗୋଟିଏ ପ୍ରକୋଷ୍ଠରେ ଲୁଚିଯାଇଥିଲେ। ତେବେ ପୋଲିସ ପୋଷାକଧାରୀ ବ୍ୟକ୍ତିମାନେ ଝରକା ଭାଙ୍ଗିବାକୁ ଉଦ୍ୟମ କରିବାରୁ ସିଲୁଙ୍କ ଘର ଲୋକେ କବାଟ ଖୋଲିଦେଇଥିଲେ। ଏହା ପରେ ସେମାନେ ଭାନୁପ୍ରଭାଙ୍କୁ ଅପହରଣ କରିନେଇଥିଲେ। ହେଲେ ଗାଡ଼ି ଭିତରେ ଥିବା ମା’ ସସ୍ମିତାଙ୍କୁ ଭାନୁପ୍ରଭା ଚିହ୍ନିପାରିଥିଲେ। ସସ୍ମିତା ଏବଂ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଅନୁଗୋଳ ନେଇଯାଇ ତାଙ୍କ ମାମୁଙ୍କ ଘରେ ଛାଡ଼ି ଦେଇଥିଲେ। ତେବେ ଭାନୁପ୍ରଭା କୌଶଳକ୍ରମେ କବାଟ ଖୋଲି ଅନୁଗୋଳ ଥାନାକୁ ଦୌଡ଼ି ପଳାଇଥିଲେ ଏବଂ ସମସ୍ତ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ। ଏ ସମ୍ପର୍କରେ ବାଲିମୀ ଥାନା ଏବଂ ସିଲୁଙ୍କ ଘର ଲୋକଙ୍କୁ ଅବଗତ କରାଯାଇଥିଲା। ଆବଶ୍ୟକ ପ୍ରମାଣପତ୍ର ଦେବା ପରେ ଭାନୁପ୍ରଭାଙ୍କୁ ସିଲୁଙ୍କ ଜିମା ଦିଆଯାଇଥିଲା। ଏ ନେଇ ଭାନୁପ୍ରଭା ମା’ ସସ୍ମିତାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ନଂ.୧୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବ୍ରହ୍ମାନନ୍ଦ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?