୫କୋଟି ଟଙ୍କାର ଗହଣା ଲୁଟିଛନ୍ତି ଡକାୟତ

ପରଜଙ୍ଗ,୭।୨(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଥାନା ଅଞ୍ଚଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ଶୁକ୍ରବାର ସଶସ୍ତ୍ର ଡକାୟତି ହୋଇଥିଲା। ୫ ଜଣ ଦୁର୍ବୃତ୍ତ ୨ଟି ପଲସରରେ ଆସି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୧ କୋଟି ଟଙ୍କାର ସୁନା ଗହଣା ଡକାୟତି କରିଥିବା ପ୍ରଥମେ ଅନୁମାନ କରାଯାଇଥିଲା। ତେବେ ଏ ନେଇ ବ୍ୟାଙ୍କ ପରିଚାଳକ ଅନୁରାଗ ପଟ୍ଟନାୟକ ଥାନାରେ ଏତଲା ଦେବା ପରେ କେତେ ପରିମାଣର ଅର୍ଥ ଓ ଗହଣା ଡକାୟତି କରାଯାଇଛି ତାହା ସ୍ପଷ୍ଟ ହୋଇଛି। ପରିଚାଳକ ଏତଲାରେ ଦର୍ଶାଇଛନ୍ତି, ୫ ଜଣ ଡକାୟତ ବ୍ୟାଙ୍କରେ ପଶି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୫ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗ୍ରାହକମାନେ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା ଅଳଙ୍କାରରୁ ଡକାୟତମାନେ ୪ଟି ଟ୍ରଙ୍କରେ ଥିବା ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ପ୍ୟାକେଟ ନେଇଯାଇଛନ୍ତି। ଅନ୍ୟପଟେ ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିପାରିନାହିଁ। ଏ ନେଇ ମହାବିରୋଡ ଥାନା ଏସ୍‌ଆଇ ପ୍ରଦୀପ ପାତ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଠାବ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ଲାଠୋର, ୧୮ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକର ଜଙ୍ଗଲ ଏବଂ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମହୁଲ ଫୁଲ, ଫଳ ଏବଂ ମଞ୍ଜି...

ଅହମ୍ମଦାବାଦରୁ ଫେରି ନାମ ପଞ୍ଜୀକରଣ ନ କରି ଲୁଚିଥିଲେ ଡିପିଏସ୍‌ ଅଧ୍ୟକ୍ଷଙ୍କ ପୁଅ: ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ କଲେ ସ୍ବାସ୍ଥ୍ୟ ପରୀକ୍ଷା

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ନାଲ୍‌କୋ ଡିପିଏସ୍‌ ଅଧ୍ୟକ୍ଷ ଓ ତାଙ୍କ ପୁଅ କୋଭିଡ୍‌-୧୯ ପାଇଁ ଜାରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ବିକେ ମିଶ୍ରଙ୍କ ପୁଅ...

ବନ ମହୋତ୍ସବରେ ଜିଲାପାଳଙ୍କ ପ୍ରତିଶ୍ରୁତି: ମାଝିସାହି ହେବ ଆଦର୍ଶ ଗ୍ରାମ

ଢେଙ୍କାନାଳ ଅଫିସ, ୨ା୮-ଢେଙ୍କାନାଳ ଜିଲା ସପ୍ତଶଯ୍ୟା ପଞ୍ଚାୟତ ଅଧୀନ ବଣଜଙ୍ଗଲ ଘେରା ମାଝିସାହି ଗ୍ରାମରେ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ଗୁରୁବାର ବନ ମହୋତ୍ସବ ଅନୁଷ୍ଠିତ...

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

ଝୁଲିରହିଛି ୮ ରେଳ ପ୍ରକଳ୍ପ

ଯାଜପୁର ଅଫିସ,୨।୮: ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଲାଖିରହିଛି ଓଡ଼ିଶାରେ ୮ଟି ନୂତନ, ଦୋହରୀକରଣ ଓ ସମ୍ପ୍ରସାରଣ ରେଳ ପ୍ରକଳ୍ପ। ଏହି ପ୍ରକଳ୍ପଗୁଡିକ ପାଇଁ ୪୬୨୬.୩୦ ହେକ୍ଟର...

ଲକ୍‌ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା

ଖୁଣ୍ଟା,୨୨ା୪(ଡି.ଏନ୍‌.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ...

ତାମ୍ପରାରେ ୱାଟର ସ୍ପୋଟର୍‌ସ ଶୁଭାରମ୍ଭ

ଛତ୍ରପୁର,୨ା୧୨(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ହୁମ୍ମୁରୀ ତାମ୍ପରାରେ ରବିବାର ୱାଟର ସ୍ପୋଟର୍‌ସ ଶୁଭାରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ୱାଟର ସ୍ପୋଟର୍‌ସ...

ବାପାଙ୍କ ବିଜୟ ଧାରା ଜାରି ରଖିଲେ ପୁଅ

ପୁରୀ ଅଫିସ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏଥିରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଛନ୍ତି। ବାପା...

Advertisement
Archives

Model This Week