ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮:

ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଏହାକୁ ପଣ୍ଡ କରିଛି। ବ୍ରଜରାଜନଗର ପୋଲିସ ସୋନୁଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅନ୍ୟ ୪ ଅଭିଯୁକ୍ତ ହେଲେ ରାମପୁର କୋଲିଆରିର ସନ୍ତୋଷ ବିଶ୍ୱାଳ (୩୦) ଓରଫ (ଜିତୁ), ରାମପୁର ବିହାରୀପଡାର ଧନଞ୍ଜୟ କିଷାନ (୨୭), ଅଭୟପୁରର ଚରଣଜିତ ସିଂହ (୨୩) ଓରଫ ହାପି ଓ ବାସୁପାଲି ଗ୍ରାମର ଦୀନେଶ ସେନାପତି(୨୩)। ସନ୍ତୋଷଙ୍କ ନିକଟରୁ ପୋଲିସ ଏକ ବନ୍ଧୁକ ସହିତ ୪ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ପୋଲିସ ଆଇପିସି ଦଫା ୟୁ/ଏସ୍‌ ୩୯୯, ୪୦୨, ୨୫ଆର୍ମ ଆକ୍ଟରେ ମାମଲା (ନଂ୨୫୨/୨୨) ରୁଜୁକରି ତଦନ୍ତ ଚଳାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚରଣଜିତଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି।
ପୋଲିସ୍‌ ସୂତ୍ରରୁ ପ୍ରକାଶ ଅପରାଧୀ ସୋନୁ ଘୋଷ ବିଭିନ୍ନ ସଙ୍ଗିନ ମାମଲାରେ ସମ୍ପୃକ୍ତ ରହିଥିବାବେଳେ ପୋଲିସ ତାଙ୍କୁ ଏନ୍‌ଏସ୍‌ଏରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବାବେଳେ ୧ସପ୍ତାହ ତଳେ ଜେଲ୍‌ରୁ ମୁକୁଳିଥିଲେ ା ସନ୍ତୋଷ ବିଶ୍ୱାଳ ମଧ୍ୟ ଜେଲ୍‌ରୁ ମୁକୁଳିଥିଲେ। ଏମାନେ ଅପରାଧମୂଳକ କାର୍ଯ୍ୟ ଘଟାଇବା ଆଶଙ୍କାକରି ପୋଲିସ୍‌ ଏମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ସହଯୋଗୀଙ୍କ ସହ ମିଶି ସୋନୁ ସୋମବାର ସନ୍ଧ୍ୟାରେ ରାମପୁର ଫାଣ୍ଡି ଅନ୍ତର୍ଗତ କୁଦପାଲି ଜଙ୍ଗଲ ମଧ୍ୟରେ ଅସ୍ତ୍ରଶସ୍ତ୍ର ଧରି ଲଖନପୁର କୋଇଲାଖଣି ଅଞ୍ଚଳରେ ଡକାୟତି ଯୋଜନା ଚଳାଇଥିଲେ। ବିଶେଷ ସୂତ୍ରରୁ ଖବରପାଇ ଏସ୍‌ଡିପିଓ ଭୋଇଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଉକ୍ତ ଜଙ୍ଗଲ ଉପରେ ଚଢାଉକରି ସୋନୁଙ୍କ ସମେତ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅନ୍ୟ ୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଫେରାର୍‌ ୨ଜଣଙ୍କ ମଧ୍ୟରୁ ଅଭିଯୁକ୍ତ ଦୀନେଶଙ୍କୁ ଓରିଏଣ୍ଟ ଥାନା ଅଞ୍ଚଳରୁ ପୋଲିସ୍‌ ଗିରଫ କରିଛି। ଅନ୍ୟ ଜଣେ ଫେରାର୍‌ ଅଭିଯୁକ୍ତଙ୍କୁ ବହୁଶୀଘ୍ର ଗିରଫ କରାଯିବବୋଲି ଏସ୍‌ଡିପିଓ ଭୋଇ କହିଛନ୍ତି। ସୂଚନାଯୋଗ୍ୟ ବ୍ରଜରାଜନଗରର ୨ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବା ପରେ ଗୁଳିକାଣ୍ଡ ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିଥିଲା ା ଏଥିରେ ସମ୍ପୃକ୍ତ ୨ଗୋଷ୍ଠୀର ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫକରି କୋର୍ଟ ଚାଲାଣ କରିଥିଲା ା ଉଭୟ ଗୋଷ୍ଠୀର ଅଭିଯୁକ୍ତ ଏବେ ଜେଲ୍‌ରୁ ମୁକୁଳିଥିବାବେଳେ ପୁଣି ପୂର୍ବ ଶତ୍ରୁତାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଆଶଙ୍କା କରି ପୋଲିସ୍‌ ସତର୍କ ଦୃଷ୍ଟି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri