ଏସ୍କର୍ଟ ସର୍ଭିସ୍‌ ନାଁରେ ସାଇବର ଠକେଇ: ମାଷ୍ଟରମାଇଣ୍ଡଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଇଣ୍ଟନେଟ୍‌ରେ ବିଜ୍ଞାପନ ଦେଇ ଭିନ୍ନ ଭିନ୍ନ ଏସ୍କର୍ଟ ସର୍ଭିସ ସେବା ଆଳରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ରହୁଥିବା ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ଗ୍ୟାଙ୍ଗ ମୁଖ୍ୟ ତଥା ମାଷ୍ଟରମାଇଣ୍ଡ୍‌ ସୁଶାନ୍ତ କୁମାର ପାତ୍ର ଓରଫ ବାବୁ (୨୮), ବଳଙ୍ଗା ଥାନା ଅଞ୍ଚଳର ଉପମନ୍ୟୁ ବରାଳ(୩୪), ଭୁବନେଶ୍ୱର ବାଲିପାଟଣା ଥାନା ଅଞ୍ଚଳର ଜଗନ୍ନାଥ ପ୍ରଧାନ(୩୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ସଦାଶିବ ସେଠୀ(୨୪) ଓ ବାଣପୁର ଥାନା ଅଞ୍ଚଳର ସସ୍ମିତା ଜେନା (୨୪)। ଏମାନଙ୍କଠାରୁ ୧୧ଟି ମୋବାଇଲ, ୨୩ଟି ଏଟିଏମ୍‌ କାର୍ଡ, ୭୦ଟି ପ୍ରି-ଆକ୍ଟିଭେଟ୍‌ ସିମ୍‌ କାର୍ଡ ଓ ନଗଦ ୮୬ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ତାଙ୍କ ସ୍ତ୍ରୀ ଓ ୨ ଜଣ ଝିଅଙ୍କୁ ଏହି ଗ୍ୟାଙ୍ଗରେ ନିୟୋଜିତ କରିଥିଲେ। ଏଯାବତ ଏଭଳି ଠକେଇ ସଂକ୍ରାନ୍ତରେ ୯ଜଣ ଅଭିଯୋଗ କରିଛନ୍ତି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।
ଅନୁଯାୟୀ, ବିଜ୍ଞାପନରେ ଦିଆଯାଇଥିବା ନମ୍ବରରେ ଗ୍ରାହକମାନେ ଫୋନ କଲେ ଯୁବତୀମାନେ ଉଠାଇ କଥା ହେବା ପରେ ଠକୁଥିଲେ। ଗତ ସେପ୍ଟେମ୍ବର ୧୮ରେ ଭୁବନେଶ୍ୱରରେ ରହୁଥିବା ବିବେକାନନ୍ଦ ନାମକ ଜଣେ ଯୁବକ ଇଣ୍ଟରନେଟ୍‌ରେ ବିଜ୍ଞାପନ ଦେଖିବା ପରେ କଲ୍‌ଗାର୍ଲ ପାଇଁ ଫୋନ୍‌ କରିଥିଲେ। ଜଣେ ଯୁବତୀ ତାଙ୍କ ସହ କଥା ହୋଇ ମାଷ୍ଟରକ୍ୟାଣ୍ଟିନସ୍ଥିତ ଏକ ହୋଟେଲ ନିକଟକୁ ଡକାଇଥିଲେ। ଏଥିପାଇଁ ବିବେକାନନ୍ଦ ପ୍ରଥମେ ୧୫୦୦ ପରେ ୨୨ ହଜାର ୫୦୦ ଟଙ୍କା ଅନ୍‌ଲାଇନ ଜରିଆରେ ଦେଇଥିଲେ। ଉକ୍ତ ହୋଟେଲରେ ଖାଦ୍ୟ ଓ ପାନୀୟ ମାଗଣା ସହ କଲଗାର୍ଲ ସୁବିଧା ଦିଆଯିବ ବୋଲି ଯୁବତୀ କହିଥିଲେ। ହେଲେ ଉକ୍ତ ହୋଟେଲକୁ ଯିବା ପରେ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବା ବିବେକାନନ୍ଦ ଜାଣିବାକୁ ପାଇଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେପ୍ଟେମ୍ବର ୨୦ରେ ଏକ ମାମଲା (ନଂ.୩୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଗ୍ୟାଙ୍ଗର ଆଉ ୩ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri