Posted inଜାତୀୟ

‘ମୋଦି ସରକାରରେ ୫.୩୫ ଲକ୍ଷ କୋଟିର ବ୍ୟାଙ୍କ ଜାଲିଆତି’

ନୂଆଦିଲ୍ଲୀ,୧୪।୨: କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରରେ ଦେଶରେ ୫.୩୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅଭିଯୋଗ କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଲୋକଙ୍କ ଟଙ୍କା ସହ ଏଭଳି ଜାଲିଆତି ହୋଇ ନ ଥିଲା। ଏବେ ଲୁଟ୍‌ ଓ ଡକାୟତିର ଦିନ ଚାଲିଥିଲାବେଳେ ମୋଦିଙ୍କ ବନ୍ଧୁମାନଙ୍କ ପାଇଁ ଏହା ଭଲ ଦିନ (ଅଚ୍ଛେ ଦିନ୍‌) ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ଗୁଜରାଟର ଏବିଜି ଶିପୟାର୍ଡ ୨୨,୮୪୨ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି କରିଛି। ଏହା ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ। ମୋଦି ସରକାରରେ କ୍ଷମତାର ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନେ ଏହି ଦୁର୍ନୀତି ସହ ସମ୍ପୃକ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏବିଜି ଶିପ୍‌ୟାର୍ଡର ବ୍ୟାଙ୍କ ଦୁର୍ନୀତି ଧରାପଡ଼ିବା ପରେ ଏତଲା ଦାଏର କରିବାକୁ ସରକାର କ’ଣ ପାଇଁ ୫ ବର୍ଷ ସମୟ ନେଲେ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛି। ଗତ ୭ ତାରିଖରେ ସିବିଆଇ ଏବିଜି ଶିପ୍‌ୟାର୍ଡ ଲିଃ, ଏହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଣିଶି କମଲେଶ ଅଗ୍ରଓ୍ବାଲ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବ୍ୟାଙ୍କ ଜାଲିଆତିରେ ସମ୍ପୃକ୍ତ ନୀରବ ମୋଦି, ମେହୁଲ ଚୋକ୍‌ସି, ଲଳିତ ମୋଦି, ବିଜୟ ମାଲ୍ୟା, ଜତିନ ମେହେଟ୍ଟା, ଚେତନ ଓ ନିତୀନ ସନ୍ଦେସରା ଓ ଅନ୍ୟମାନଙ୍କ ପାଇଁ ମୋଦି ସରକାର ‘ଲୁଟ୍‌ ଆଣ୍ଡ୍‌ ଏସ୍‌କେପ୍‌’ ଯୋଜନା ଚଳାଇଥିବା କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। ଏହି ତାଲିକାର ଶେଷ ବ୍ୟକ୍ତି ଭାବେ ଅଗ୍ରଓ୍ବାଲ୍‌ ଓ ଅନ୍ୟମାନେ ସାମିଲ ହୋଇଥିବା ସୁର୍ଜଓ୍ବୋଲା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଏବିଜି ଶିପ୍‌ୟାର୍ଡକୁ ବ୍ୟାଙ୍କ ଋଣ ମଞ୍ଜୁର କରାଯାଇଥିବା ଭାଜପା କହିଛି। ମୋଦି ସରକାର ଏହି ଦୁର୍ନୀତିକୁ ଧରିପାରିଛି। ବ୍ୟାଙ୍କ ଠକେଇ ମାମଲାରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା କୌଣସି ଅପରାଧ ମାମଲାରେ ଚୋର ପୋଲିସକୁ ଦାୟୀ କରିବା ଭଳି ବୋଲି ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସୟେଦ ଜାଫର ଇସ୍‌ଲାମ କହିଛନ୍ତି। ଉକ୍ତ ଜାହାଜ ନିର୍ମାଣକାରୀ ସଂସ୍ଥାକୁ ୨୦୧୪ ପୂର୍ବରୁ ଋଣ ଦିଆଯାଇଥିଲା। ପୂର୍ବ ବ୍ୟବସ୍ଥା ଯୋଗୁ ଦେଶରେ ଅଣକାର୍ଯ୍ୟକାରୀ ସମ୍ପତ୍ତି (ଏନ୍‌ପିଏ) ବୃଦ୍ଧି ପାଇଥିଲା ବୋଲି ସୟେଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri