ଡେରାବିଶ,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେରାବିଶ ବ୍ଲ୍ଳକରେ ଆସନ୍ତା ୧୬ରେ ମତଦାନ ହେବ। ୧୩ ନଂ. ଜୋନ୍‌ ଜିଲା ପରିଷଦ ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ଜୋନ୍‌ରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୪୧ହଜାର ୭୪୮। ସେଥିମଧ୍ୟରୁ ମହିଳା ଭୋଟର ସଂଖ୍ୟା ୧୯ହଜାର୯୩୫ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୧ହଜାର ୮୧୩। ଶାସକ ବିଜେଡିରୁ ଗୀତାଞ୍ଜଳି ସେଠୀ, ଭାଜପାରୁ ରଞ୍ଜିତା ସେଠୀ ଓ କଂଗ୍ରେସରୁ ଅନସୂୟା ଦାସ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି।
୧୩ନଂ.ଜୋନ୍‌ ଅଧୀନରେ ବେଣୀପୁର, ମଙ୍ଗଳପୁର, ଛୋଟି, ନହଙ୍ଗ, କୁରୁଜଙ୍ଗା, କାଉପଡ଼ା, ଗୁଆଳସିଂ, କୁଶିଆପାଳ, ରଘୁଦେଇପୁର ଓ ବାରିମୂଳ ଆଦି ୧୦ ପଞ୍ଚାୟତ ରହିଛି। ପାଟକୁରା ନିର୍ବାଚନମଣ୍ଡଳୀରେ ଗୁରୁତ୍ୱ ବହନ କରୁଥିବା ଏହି ଜୋନ୍‌ର ବିଭିନ୍ନ ପଞ୍ଚାୟତରେ ଥିବା ସ୍ଥାନୀୟ ସମସ୍ୟାକୁ ନେଇ ପ୍ରାର୍ଥୀମାନେ ଭୋଟରଙ୍କ ସମ୍ମୁଖୀନ ହେଉଛନ୍ତି। ପ୍ରଚାର ଅଭିଯାନରେ ବିଜେଡି ଓ ଭାଜପା ଆଗରେ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପଛରେ ପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଗୀତାଞ୍ଜଳିଙ୍କ ପାଇଁ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲଙ୍କ ସମେତ ଦଳୀୟ ନେତୃବୃନ୍ଦ ଭୋଟରଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି। ଏନେଇ ଗୀତାଞ୍ଜଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ବିଶେଷ କରି ମହିଳାଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଏହି ନିର୍ବାଚନରେ ବିଜେଡିକୁ ଅଧିକ ସମର୍ଥନ ମିଳିବ ବୋଲି ସେ ବହୁ ଆଶାବାଦୀ। ସେହିପରି ଭାଜପା ପ୍ରାର୍ଥୀ ରଞ୍ଜିତା ସେଠୀ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁବିଧ ଯୋଜନାକୁ ଭୋଟରଙ୍କ ନିକଟରେ ସେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିସହିତ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟବଣା କରୁଥିବା ବିଜେଡି ସରକାରଙ୍କ ବିରୋଧରେ ପ୍ରଚାର କରି ସେ ସାଧାରଣ ଭୋଟରଙ୍କ ନିକଟତର ହେଉଥିବା ରଞ୍ଜିତା ପ୍ରକାଶ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ସାଧାରଣ ଭୋଟରଙ୍କ ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଧିକ ସମର୍ଥନ ଥିବାରୁ ସେ ଏହି ନିର୍ବାଚନରେ ନିଶ୍ଚିତ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଅନସୂୟା ନିଜର ସମର୍ଥକଙ୍କ ସହ ପ୍ରତି ପରିବାର ସଦସ୍ୟଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି। ଅନସୂୟା ନିଜ ପ୍ରତିକ୍ରିୟାରେ କହିଛନ୍ତି, ୧୩ ନଂ. ଜୋନ୍‌ ଅଧୀନରେ ଥିବା ସମସ୍ତ ପଞ୍ଚାୟତରେ ବହୁ ସମସ୍ୟା ରହିଛି। ଗତ ୨୨ ବର୍ଷ ଶାସନ ମଧ୍ୟରେ ସରକାର ଏହି ଜୋନ୍‌ ଅଧୀନ ସମସ୍ତ ଗ୍ରାମକୁ ଅଣଦେଖା କରିଛନ୍ତି। ବାସଗୃହ ଯୋଜନାଠାରୁ ଆରମ୍ଭ କରି ପାଇଖାନା ନିର୍ମାଣ ନାମରେ ବହୁ ଦୁର୍ନୀତି ହୋଇଛି। ଏହି ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?