ଡେରାବିଶ,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେରାବିଶ ବ୍ଲ୍ଳକରେ ଆସନ୍ତା ୧୬ରେ ମତଦାନ ହେବ। ୧୩ ନଂ. ଜୋନ୍‌ ଜିଲା ପରିଷଦ ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ଜୋନ୍‌ରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୪୧ହଜାର ୭୪୮। ସେଥିମଧ୍ୟରୁ ମହିଳା ଭୋଟର ସଂଖ୍ୟା ୧୯ହଜାର୯୩୫ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୧ହଜାର ୮୧୩। ଶାସକ ବିଜେଡିରୁ ଗୀତାଞ୍ଜଳି ସେଠୀ, ଭାଜପାରୁ ରଞ୍ଜିତା ସେଠୀ ଓ କଂଗ୍ରେସରୁ ଅନସୂୟା ଦାସ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି।
୧୩ନଂ.ଜୋନ୍‌ ଅଧୀନରେ ବେଣୀପୁର, ମଙ୍ଗଳପୁର, ଛୋଟି, ନହଙ୍ଗ, କୁରୁଜଙ୍ଗା, କାଉପଡ଼ା, ଗୁଆଳସିଂ, କୁଶିଆପାଳ, ରଘୁଦେଇପୁର ଓ ବାରିମୂଳ ଆଦି ୧୦ ପଞ୍ଚାୟତ ରହିଛି। ପାଟକୁରା ନିର୍ବାଚନମଣ୍ଡଳୀରେ ଗୁରୁତ୍ୱ ବହନ କରୁଥିବା ଏହି ଜୋନ୍‌ର ବିଭିନ୍ନ ପଞ୍ଚାୟତରେ ଥିବା ସ୍ଥାନୀୟ ସମସ୍ୟାକୁ ନେଇ ପ୍ରାର୍ଥୀମାନେ ଭୋଟରଙ୍କ ସମ୍ମୁଖୀନ ହେଉଛନ୍ତି। ପ୍ରଚାର ଅଭିଯାନରେ ବିଜେଡି ଓ ଭାଜପା ଆଗରେ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପଛରେ ପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଗୀତାଞ୍ଜଳିଙ୍କ ପାଇଁ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲଙ୍କ ସମେତ ଦଳୀୟ ନେତୃବୃନ୍ଦ ଭୋଟରଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି। ଏନେଇ ଗୀତାଞ୍ଜଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ବିଶେଷ କରି ମହିଳାଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଏହି ନିର୍ବାଚନରେ ବିଜେଡିକୁ ଅଧିକ ସମର୍ଥନ ମିଳିବ ବୋଲି ସେ ବହୁ ଆଶାବାଦୀ। ସେହିପରି ଭାଜପା ପ୍ରାର୍ଥୀ ରଞ୍ଜିତା ସେଠୀ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁବିଧ ଯୋଜନାକୁ ଭୋଟରଙ୍କ ନିକଟରେ ସେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିସହିତ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟବଣା କରୁଥିବା ବିଜେଡି ସରକାରଙ୍କ ବିରୋଧରେ ପ୍ରଚାର କରି ସେ ସାଧାରଣ ଭୋଟରଙ୍କ ନିକଟତର ହେଉଥିବା ରଞ୍ଜିତା ପ୍ରକାଶ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ସାଧାରଣ ଭୋଟରଙ୍କ ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଧିକ ସମର୍ଥନ ଥିବାରୁ ସେ ଏହି ନିର୍ବାଚନରେ ନିଶ୍ଚିତ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଅନସୂୟା ନିଜର ସମର୍ଥକଙ୍କ ସହ ପ୍ରତି ପରିବାର ସଦସ୍ୟଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି। ଅନସୂୟା ନିଜ ପ୍ରତିକ୍ରିୟାରେ କହିଛନ୍ତି, ୧୩ ନଂ. ଜୋନ୍‌ ଅଧୀନରେ ଥିବା ସମସ୍ତ ପଞ୍ଚାୟତରେ ବହୁ ସମସ୍ୟା ରହିଛି। ଗତ ୨୨ ବର୍ଷ ଶାସନ ମଧ୍ୟରେ ସରକାର ଏହି ଜୋନ୍‌ ଅଧୀନ ସମସ୍ତ ଗ୍ରାମକୁ ଅଣଦେଖା କରିଛନ୍ତି। ବାସଗୃହ ଯୋଜନାଠାରୁ ଆରମ୍ଭ କରି ପାଇଖାନା ନିର୍ମାଣ ନାମରେ ବହୁ ଦୁର୍ନୀତି ହୋଇଛି। ଏହି ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri