Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ ଚନ୍ଦ୍ର ପ୍ରଭାବରେ ଏକାଧାରରେ ଅର୍ଥଲାଭ ସାଙ୍ଗକୁ ବନ୍ଧୁସମ୍ପର୍କରୁ ଖୁସି ରହିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବିବାଦ ଦେଖାଦେଇପାରେ। ଅନିଦ୍ରାଜନିତ କ୍ଳେଶ ଭୋଗିବାକୁ ପଡ଼ିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ଅନୁରୋଧ କ୍ରମେ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ଉଚ୍ଚସ୍ଥ ଶୁକ୍ରଙ୍କ ଶୁଭତ୍ୱରୁ ଭାଙ୍ଗିପଡ଼ିଥିବା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ। କଳା, ସାହିତ୍ୟ ତଥା ରଚନାତ୍ମକ କାର୍ଯ୍ୟରେ ସଫଳତା ପାଇବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ରାଶିରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି। ତଥାପି କର୍ମକ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ହୃଦୟରେ ଦୁଃଖ ଭରି ରହିଥିଲେ ମଧ୍ୟ ମନକଥା ପ୍ରକାଶ କରିପାରିବେ ନାହିଁ। ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି।
କର୍କଟ
କର୍କଟ
ଅନ୍ୟମାନଙ୍କ କାନକୁହା କଥା ପ୍ରଭାବରେ କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଆଶା କରିପାରନ୍ତି। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ।
ସି˚ହ
ସି˚ହ
ଆଲୋଚନା କାଳରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ସହକର୍ମୀଙ୍କ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ସାହିତ୍ୟ,କଳା ଓ ରଚନାତ୍ମକ କାମରେ ଉଚ୍ଚପ୍ରଶଂସା ପାଇବେ।
କନ୍ୟା
ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡ଼ିପାରନ୍ତି। ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ବୁଝାମଣା ଅଭାବରୁ ପରିବାରରେ ମାନମନାନ୍ତର ଦେଖା ଦେଇପାରେ। ପଡ଼ୋଶୀଙ୍କ ପରାମର୍ଶରେ ଟେନସନ୍‌ ଦୂର ହେବା ସାଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି।
ତୁଳା
ତୁଳା
କୋଣସ୍ଥାନରେ ଏକାଧିକଗ୍ରହ ଅବସ୍ଥାନ କରୁଥିବାରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବନ୍ଧୁମାନଙ୍କ ସହଯୋଗରେ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହେବେ।
ବିଛା
ବିଛା
କର୍ମାଧିପ କେନ୍ଦ୍ରସ୍ଥ ଓ ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାମରେ ସଫଳତା ହାସଲ କରିବେ। ଦୀର୍ଘ ଦିନରୁ ସ୍ଥଗିତ କାମକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ରହିବନାହିଁ। ଅଫିସ୍‌ କାମରେ ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବା ହେତୁ ଖୁସି ରହିପାରନ୍ତି।
ଧନୁ
ଧନୁ
ସ୍ଥଗିତ କାମ ହାସଲ କରିବା ସକାଶେ ଆଜି ବିଶେଷ ଅସୁବିଧା ହେବ ନାହିଁ। ମୂଳା ନକ୍ଷତ୍ରର ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ନିଜ ଲୋକମାନେ ନିଜ ନିଜର ସ୍ବାର୍ଥ ହାସଲ କରିବା ସକାଶେ ବିଶ୍ୱାସଘାତକତା କାମ କରିପାରନ୍ତି।
ମକର
ମକର
ବିଭିନ୍ନ ଦିଗରୁ ନିର୍ଯାତିତ ହେଲେ ମଧ୍ୟ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପ୍ରତିବେଶୀଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହାୟତାରେ କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯତ୍ନ କରିବେ। ଆଜିର ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, କିନ୍ତୁ ଠିକ୍‌ ସମୟକୁ ଦୂରେଇ ରହିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ମୀନମୀନ
ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ବହୁଲୋକ ଗହଣରେ ସମ୍ବର୍ଦ୍ଧିତ ହେବାସହ ସମ୍ମାନ ଲାଭ କରିପାରନ୍ତି। ମନ ଭଲ ରହିଥିବା କାରଣରୁ ପାରିବାରିକ କ୍ଷେତ୍ରରେ ବିରକ୍ତିଭାବ ପ୍ରକାଶ କରିବେ। ଆକସ୍ମିକଭାବରେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri