୪ମାସରେ ୧୦୬ ଦୁର୍ଘଟଣାରେ ୪୭ ମୃତ

ରାୟଗଡ଼ା ଅଫିସ, ୨୩।୫: ରାୟଗଡ଼ା ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲାପାଳଙ୍କ କାର୍ଯ୍ୟଳୟର ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ଏସ୍‌ପି ବିବେକାନନ୍ଦ ଶର୍ମା, ସିଡିଏମ୍‌ଓ ଡ଼ାକ୍ତର ଲାଲମୋହନ ରାଉତରାୟ ଉପସ୍ଥିତ ଥିଲେ। ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଧନ ଜୀବନ ହାନି ଘଟୁଛି। ତେଣୁ ଦୁର୍ଘଟଣାଗ୍ରସ୍ତଙ୍କ ପାଖରେ ସାଙ୍ଗେସାଙ୍ଗେ ପହଞ୍ଚତ୍ ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ ଉପରେ ବୈଠକରେ ଆଲୋଚନା ହୋଇଥିଲା।
ଜିଲାରେ ବହୁଳ ଭାବରେ ଘଟୁଥିବା ସଡ଼କ ଦୁର୍ଘଟଣା ସ୍ଥାନ, କେଉଁ ସମୟରେ ଏବଂ କେଉଁ ମାସରେ ଅଧିକ ଦୁର୍ଘଟଣା ଘଟୁଛି ସେ ଉପରେ ୨ବର୍ଷର ତଥ୍ୟ ଉପସ୍ଥାପନ କରାଯାଇଥିଲା। ତାହାର ନିରାକରଣ ଉପରେ ଆଲୋଚନା ମଧ୍ୟ ହୋଇଥିଲା। ୨୦୨୦ରେ ୨୭୨ଟି ଦୁର୍ଘଟଣାରେ ୧୧୦ଜଣକ ମୃତ୍ୟୁ ହୋଇଛି। ୨୦୨୧ରେ ୨୯୭ଟି ଦୁର୍ଘଟଣାରେ ୧୩୩ଜଣ ଏବଂ ଚଳିତ ବର୍ଷର ୪ମାସ ଭିତରେ ୧୦୬ଟି ଦୁର୍ଘଟଣାରେ ୪୭ଜଣ ପ୍ରାଣ ହରାଇଥିବା ରିପୋର୍ଟରୁ ପ୍ରକାଶ। ଏହି ରିପୋର୍ଟକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାର ରାୟଗଡ଼ା, ଶେଷଖାଲ, ଚାନ୍ଦିଲ, ଆମ୍ବଦଳାରେ ବିଶେଷଭାବେ ଡିସେମ୍ବର, ଜାନୁୟାରୀ, ଫେବୃୟାରୀ, ଜୁନ ଏବଂ ସେପ୍ଟେମ୍ବର ମାସରେ ଅଧିକାଂଶ ଭାବରେ ଦୁର୍ଘଟଣା ଘଟୁଛି l ଏହି ଦୁର୍ଘଟଣା ଅପରାହ୍ନ ୩ଟାରୁ ୯ ମଧ୍ୟରେ ଘଟୁଥିବା ତଥ୍ୟରୁ ଜଣାପଡିଛି। ଦୁର୍ଘଟଣା ଘଟିବାର ମୁଖ୍ୟକାରଣ ଉପରେ ଆଲୋଚନା କରାଯାଇଥିଲା। ସଡ଼କ ନିର୍ମାଣ ତ୍ରୁଟି ସୁଧାରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଟିକିରି ଥାନା ଅଧୀନ କାଳିଆପଡ଼ା ଘାଟିରେ ସଡ଼କ ଦୁର୍ଘଟଣା ଘଟୁଛି। ସଡ଼କ ନିର୍ମାଣ ତ୍ରୁଟି ସୁଧାରିବା ନିମନ୍ତେ ଜଏଣ୍ଟ କମିଟି ମାଧ୍ୟମରେ ଅନୁଧ୍ୟାନ କରିବାକୁ ଜିଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ହେଲମେଟ ବ୍ୟବହାର, ନିଶାଖାଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଉଥିବା ଲୋକଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ଦିଆଯିବ ବୋଲି ଆଲୋଚନା ହୋଇଛି। ଉଦ୍ଧାରକାରୀଙ୍କୁ କୌଣସି ଥାନାକୁ ଡାକାଯିବ ନାହିଁ ବୋଲି ଜିଲାପାଳ ଏସ୍‌ପି କହିଛନ୍ତି। ଏହି ବୈଠକରେ ସଡ଼କ ସୁରକ୍ଷା କମିଟି ସଦସ୍ୟ, ଟ୍ରକ୍‌ ମାଲିକ ସଂଘ, ବସ୍‌ ମାଳିକ ସଂଘ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ହେମେନ୍ଦ୍ର ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?