ପଗଡ଼ି ଭିତରେ ନେଇ ଯାଉଥିଲେ ୪୭ ଲକ୍ଷ ମୂଲ୍ୟର ସୁନା

ନୂଆଦିଲ୍ଲୀ, ୫।୧୦: ଦିଲ୍ଲୀ ବିମାନ ବନ୍ଦରରେ ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଦୁବାଇରୁ ଏବଂ ଜଣେ ତାଜିକସ୍ତାନରୁ ଆସିଛନ୍ତି। ସେମାନଙ୍କ ନିକଟରୁ ମୋଟ୍‌ ୪୭ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଏହି ୩ ଜଣ ପୂର୍ବରୁ ମଧ୍ୟ ଭାରତକୁ ସୁନା ଚୋରାଚାଲାଣ କରି ସାରିଛନ୍ତି। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ ଯୁବକ ଶିଖ୍‌ ବେଶ ପରିଧାନ କରି ପଗଡ଼ି ଭିତରେ ସୁନା ଲୁଚାଇ ଆଣିଥିଲେ। କିନ୍ତୁ ତାଙ୍କ ଅଙ୍ଗଭଙ୍ଗୀ ସନ୍ଦେହଜନକ ହେବାରୁ କଷ୍ଟମ ବିଭାଗ ତାଙ୍କୁ ଅଟକାଇ ଚେକିଂ କରିଥିଲା। ପୂର୍ବରୁ ଏହି ଯୁବକଜଣଙ୍କ ମଧ୍ୟ ଭାରତକୁ ୬ ଲକ୍ଷ ଟଙ୍କାର ସୁନା ଚାଲାଣ କରିସାରିଥିବା ରାଜି ହୋଇଛନ୍ତି। କଷ୍ଟମ ବିଭାଗ ନଜରରୁ ବର୍ତ୍ତିବା ଲାଗି ସେ ଲମ୍ବା ଦାଢ଼ି ରଖି ଶିଖ୍‌ ବେଶ୍‌ ପରିଧାନ କରିଥିଲେ। ଫଳରେ ସହଜରେ କଷ୍ଟମ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଖସି ଯାଉଥିଲେ। କିନ୍ତୁ ଏଥର ତାଙ୍କ ଅଙ୍ଗଭଙ୍ଗୀ ସନ୍ଦେହଦୃଷ୍ଟିକୁ ଆସିଥିଲା। ସେହିଭଳି ଗିରଫ ମହିଳା ଜଣଙ୍କ ୧୩ ଲକ୍ଷ ଟଙ୍କାର ସୁନା ଆଣୁଥିଲେ। ଅନ୍ୟଜଣେ ଯୁବକ ମଧ୍ୟ ୧୬ ଲକ୍ଷ ଟଙ୍କାର ସୁନା ପକେଟ୍‌ରେ ଲୁଚାଇ ଆଣୁଥିବାବେଳେ ଧରାପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ଆଇପିଏସ୍‌ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା...

ଆଇସୋଲେଶନରେ ସଲମାନ, ଡ୍ରାଇଭର ଦୁଇ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୯ ।୧୧: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଖାଁଙ୍କ ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେଶନରେ ରହିଥିବା...

ସୋମବାର ଲୋକସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ।...

ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ପାଟଣା,୧୧।୨: ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା...

ହାର୍ଟଆଟାକ୍‌ରୁ ଦୂରେଇ ରଖେ ଏହି ରସ…

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ...

ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍‌ ତଲବ…

ଥିରୁଭାନନ୍ତପୁରମ୍‌,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା...

ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ

ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି।...

Advertisement
Archives

Model This Week