ଖୋଲିଲା ୪୬ ମିଶ୍ରଣ ସ୍କୁଲ

ଭୁବନେଶ୍ୱର,୨୧ା୭(ସୁଚିସ୍ମିତା ସାହୁ): ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ଭାଜପା ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍‌ଆଉଟ୍‌ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ଉଠିଥିଲା। ହେଲେ ତତ୍କାଳୀନ ସରକାର ଏଦିଗରେ ଠୋସ୍‌ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ଭାଜପା ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ତଥ୍ୟ ଅନୁସାରେ, ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲଗୁଡିକର ଭିତ୍ତିଭୂମିକୁ ସଜଡା ଯାଇ ତୁରନ୍ତ ଖୋଲିବାକୁ ବ୍ୟବସ୍ଥା କରାଯାଉଛି। ଢେଙ୍କାନାଳରେ ସର୍ବାଧିକ ୨୨ଟି ମିଶ୍ରଣ ସ୍କୁଲ ଖୋଲିଥିବା ବେଳେ ଦେବଗଡ ଜିଲାରେ ୧୦ଟି ସ୍କୁଲ ଖୋଲାଯାଇଛି। ସେହିପରି ବରଗଡରେ ୭, ଯାଜପୁରର ୪ ଏବଂ ଖୋର୍ଦ୍ଧାର ୩ଟି ସ୍କୁଲ ଖୋଲିଛି। ଏହାବାଦ୍‌ ଯାଜପୁରର ବିଞ୍ଝାରପୁର, ଖୋର୍ଦ୍ଧାର ବାଣପୁର, ଦେବଗଡ଼ର ରିଆମାଳ ଏବଂ ତେଲେଇବଣୀ ସ୍କୁଲ ଖୋଲାଯିବାକୁ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି।
ଶିକ୍ଷକ, ଭିତ୍ତିଭୂମି ଏବଂ ପାଠପଢ଼ା ଭଳି ବିଭିନ୍ନ ସମସ୍ୟା ଲାଗି ରହିବାରୁ ପୂର୍ବ ସରକାର କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ପାଖ ସରକାରୀ ସ୍କୁଲରେ ମିଶ୍ରଣ କରିଥିଲେ। ମିଶ୍ରଣ ପାଇଁ ନିର୍ଦ୍ଦେଶ ଥିବା ୭୭୫୧ଟି ସ୍କୁଲ ମଧ୍ୟରୁ ଗତ ୧୦ ତାରିଖ ସୁଦ୍ଧା ୫୬୩୦ଟି ସମ୍ପୂର୍ଣ୍ଣ ଭାବେ ମିଶ୍ରଣ ହୋଇଥିଲା। ଏହି ପ୍ରକ୍ରିୟାରେ ରାଜ୍ୟରେ ଅନେକ ପୁରୁଣା ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଛି। କୋମଳମତି ପିଲାମାନେ ଅନ୍ୟ ଗାଁକୁ ପାଠପଢ଼ିବାକୁ ଯିବାବେଳେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଦୀନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଥିବାରୁ ଓ ସ୍କୁଲ ଦୂର ହେଉଥିବାରୁ ବହୁ ପିଲା ଇତିମଧ୍ୟରେ ପାଠପଢ଼ା ବନ୍ଦ କରିଦେଇଥିବା ଜଣାପଡିଛି। ତେଣୁ ତୁରନ୍ତ ମିଶ୍ରଣ ସ୍କୁଲଗୁଡିକୁ ଅଲଗା କରି ପୁଣି ଖୋଲିବା ପାଇଁ ଅଭିଭାବକ ସଂଘ ସମେତ ବହୁ ସଙ୍ଗଠନ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଆସୁନ୍ତି। ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ହେଉଥିବା ମିଶ୍ରଣ ହୋଇଥିବା ସ୍କୁଲ୍‌ଗୁଡିକୁ ପୁଣି ସ୍ବତନ୍ତ୍ର ଭାବେ ଖୋଲିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯେଉଁଠାରେ ଭୌଗୋଳିକ ସ୍ଥିତି ଜଟିଳ ଥିବ, ସେକ୍ଷେତ୍ରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦ଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ବିଚାରକୁ ନେଇ ବିଦ୍ୟାଳୟ ଖୋଲା ଯିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ତଥା ସଂରକ୍ଷିତ ଅଞ୍ଚଳରେ ୨୦ ଏବଂ ଅଣସଂରକ୍ଷଣ ଅଞ୍ଚଳରେ ୪୦ ଜଣ ଛାତ୍ରୀଛାତ୍ର ଥିଲେ ସ୍କୁଲ ଖୋଲାଯାଇ ପାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।

ମିଶ୍ରଣ ହୋଇଛି ୫୬୩୦ ସ୍କୁଲ

ମିଶ୍ରଣ ହୋଇଥିବା ୫୬୩୦ ସ୍କୁଲ ମଧ୍ୟରୁ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୪୫୭ ସ୍କୁଲ ରହିଥିବା ବେଳେ ପୁରୀରେ ଗୋଟିଏ ବି ସ୍କୁଲ ମିଶ୍ରଣ ହୋଇନାହିଁ। ସେହିପରି କଟକରେ ୪୫୨, ଗଜପତିରେ ୪୨୬, କୋରାପୁଟରେ ୩୪୬, ଗଞ୍ଜାମରେ ୩୩୪, ଯାଜପୁରରେ ୩୦୯, କନ୍ଧମାଳରେ ୨୭୮, ବରଗଡରେ ୨୫୦, ଭଦ୍ରକରେ ୨୦୭, କେନ୍ଦ୍ରାପଡାରେ ୨୦୩, ଢେଙ୍କାନାଳରେ ୧୯୨, ଜଗତ୍‌ସିଂହପୁରରେ ୧୯୦, ସମ୍ବଲପୁରରେ ୧୬୦, ସୁନ୍ଦରଗଡରେ ୧୩୬, ରାୟଗଡାରେ ୧୨୧, ନୂଆପଡାରେ ୧୧୭, ନବରଙ୍ଗପୁର୧୩୪, ଖୋର୍ଦ୍ଧାରେ ୧୫୬, କଳାହାଣ୍ଡିରେ ୧୫୫, ବୌଦ୍ଧରେ ୧୧୦, ବଲାଙ୍ଗୀରରେ ୧୩୯, ଅନୁଗୋଳରେ ୧୬୬, ବାଲେଶ୍ୱରରେ ୧୧୮, ନୟାଗଡରେ ୯୯, ସୋନପୁରରେ ୬୮, ମାଲକାନଗିରି ଓ କେନ୍ଦୁଝରରେ ୮୪, ଝାରସୁଗୁଡା ୭୦ ଏବଂ ଦେବଗଡରେ ୬୯ଟି ସ୍କୁଲକୁ ମିଶ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri