Posted inଜାତୀୟ

ମୁକ୍ତି ପ୍ରତୀକ୍ଷାରେ ୪ ମାସ : କାତାର ଜେଲରେ ୮ ନୌସେନା ଭେଟେରାନ୍‌

ନୂଆଦିଲ୍ଲୀ,୨ା୧: ଦେଶ ପାଇଁ ସେବା ପ୍ରଦାନରେ ନିଷ୍କଳଙ୍କ କ୍ୟାରିୟର, ସର୍ଭିସ ରେକର୍ଡରେ ଟିକିଏ ବି ଦାଗ ନାହିଁ। ତଥାପି ଭାରତୀୟ ନୌସେନାର ୮ ଜଣ ଅବସରପ୍ରାପ୍ତ ଅଧିକାରୀ କାତାରସ୍ଥିତ ଦୋହା ଜେଲରେ ୪ ମାସ ହେଲା ବନ୍ଦୀ ଅଛନ୍ତି। ସେମାନଙ୍କୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ କାତାର ସରକାରଙ୍କ ସହ ଆଲୋଚନା କରିବାକୁ ଭେଟେରାନ୍‌ଙ୍କ ପରିବାର ପକ୍ଷରୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅନୁରୋଧ କରାଯାଇଛି।
୮ ବିଲିୟନ୍‌ ଲୋକ ନୂଆବର୍ଷକୁ ସ୍ବାଗତ କରିଛନ୍ତି। କିଏ ହର୍ଷୋଲ୍ଲାସରେ ଉତ୍ସବ ପାଳନ କରୁଛନ୍ତି ତ ପୁଣି କିଏ ଭବିଷ୍ୟତ ପାଇଁ ନୂଆ ଖସଡ଼ା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଭାରତୀୟ ନୌସେନାର ୮ ଜଣ ଅବସରପ୍ରାପ୍ତ ଅଫିସରଙ୍କ ପରିବାର ଲାଗି ଏହି ନବବର୍ଷ ପାଣିଚିଆ ହୋଇଯାଇଛି। ଗତ ଅଗଷ୍ଟରୁ ଏହି ଅଧିକାରୀମାନେ କାତାରରେ ବନ୍ଦୀ ଜୀବନ ବିତାଉଛନ୍ତି। ୨୦୨୩ରେ ସେମାନଙ୍କ ଦୀର୍ଘ ୪ ମାସ ଧରି ଯନ୍ତ୍ରଣାଦାୟକ ପ୍ରତୀକ୍ଷାର ଅନ୍ତ ଘଟୁ। ଏହା ହିଁ ସେମାନଙ୍କ ଏକମାତ୍ର ଆଶା।

ନୈସେନା କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କ୍ୟାପଟେନ ନଭତେଜ ସିଂ ଗିଲ୍‌ ଓ ଅନ୍ୟ ୬ ଜଣ ଅଧିକାରୀ ଚାକିରିରୁ ଅବସର ନେବା ପରେ ଦୋହା ଗ୍ଲୋବାଲ୍‌ ଟେକ୍ନୋଲୋଜି ଆଣ୍ଡ୍‌ କନ୍‌ସଲ୍ଟିଙ୍ଗ୍‌ ସର୍ଭିସେସ୍‌ରେ କାର୍ଯ୍ୟ କରୁଥିଲେ। କାତାର ନୌସେନା କର୍ମଚାରୀମାନଙ୍କୁ ଏହି ପ୍ରାକ୍ତନ ଭାରତୀୟ ଅଧିକାରୀମାନେ ପ୍ରଶିକ୍ଷଣ ଦେଉଥିଲେ। କିନ୍ତୁ ଗତ ଅଗଷ୍ଟ ୩୦ରେ କାତାର ଗୋଇନ୍ଦା କର୍ତ୍ତୃପକ୍ଷ ହଠାତ୍‌ ସେମାନଙ୍କୁ ଉଠାଇ ନେଇଥିଲେ। ସେମାନଙ୍କୁ ଦୋହାସ୍ଥିତ ଏକ ଜେଲର ପୃଥକ୍‌ କୋଠରିରେ ନିଃସଙ୍ଗ ଜୀବନ ବିତାଇବାକୁ ବାଧ୍ୟ କରାଯାଇଛି। ବିନା କୌଣସି ଅପରାଧରେ କେଉଁ କାରଣରୁ ଜେଲରେ ରଖାଯାଇଛି ସେନେଇ ଦୋହା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିବା ଜଣେ ଓମାନ୍‌ ନାଗରିକଙ୍କୁ ମଧ୍ୟ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ପୂର୍ବରୁ ବେଆଇନ ଭାବେ ଗିରଫ କରି ଜେଲରେ ରଖାଯାଇଛି।
୨୦୦୨ରେ ନୌସେନାରୁ ଅବସର ନେଇଥିବା କମାଣ୍ଡର ପୂର୍ଣ୍ଣେନ୍ଦୁ ସେହି କମ୍ପାନୀରେ ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ରେ ତାଙ୍କୁ ଭାରତ ସରକାର ପ୍ରବାସୀ ଭାରତୀୟ ସମ୍ମାନ ଦେଇଥିଲେ।

ପୂର୍ଣ୍ଣେନ୍ଦୁଙ୍କ ଭାଇ ଡ.ମିଟୁ ଭାର୍ଗବ କହିଛନ୍ତି, ୬୩ ବର୍ଷୀୟ ବଡ଼ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଜେଲରେ ଏକାନ୍ତବାସରେ ରହିବାକୁ ପଡ଼ିଛି। ତାଙ୍କ ମାନସିକ ସ୍ଥିତି କ’ଣ ଥିବ କିଛି ଜାଣିହେଉ ନାହିଁ। ଭାଇଙ୍କୁ ତୁରନ୍ତ ମୁକ୍ତ କରି ଭାରତ ଫେରାଇ ଆଣିବା ଦିଗରେ କେନ୍ଦ୍ର ସରକାର ଉଦ୍ୟମ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସେହିପରି ୫୭ ବର୍ଷୀୟ କ୍ୟାପଟେନ ନଭତେଜ ସିଂ ଗିଲ୍‌ (ସୋର୍ଡ ଅଫ୍‌ ଅନର ବିଜେତା ତଥା ଗୋଲ୍ଡ ମେଡାଲିଷ୍ଟ)ଙ୍କ ଭାଇ ନଭଦୀପ ଗିଲ୍‌ କହିଛନ୍ତି, ଭାଇ ୨୦୧୨ରେ ଅବସର ନେଇ ୨୦୧୬ରେ କାତାର ଯାଇଥିଲେ। କମ୍ପାନୀର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫଦାରି ଆମ ପରିବାର ପାଇଁ ଏକ ଶକ୍ତ ଝଟ୍‌କା। ପୂର୍ବରୁ ହ୍ବାଟ୍ସଆପ୍‌ରେ ଆମେ ତାଙ୍କଠାରୁ ମେସେଜ୍‌ ପାଉଥିଲୁ। ଗତ ସେପ୍ଟେମ୍ବର ୬ରେ ଭାଇଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଫୋନ୍‌ କରିବାରୁ ସୁଇଚ୍‌ ଅଫ୍‌ ଥିବା ଜାଣିବାକୁ ପାଇଥିଲୁ। କମ୍ପାନୀ ସହ ଯୋଗାଯୋଗ କରିବା ପରେ କାତାର ସିକ୍ୟୁରିଟି ସର୍ଭିସ୍‌ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଥିଲା। ଭାଇଙ୍କୁ ଯଥାଶୀଘ୍ର ପ୍ରତ୍ୟର୍ପିତ କରି ସ୍ବଦେଶ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛୁ। ଭାରତୀୟ ନୌସେନାର ଅନ୍ୟ ୬ ଅବସରପ୍ରାପ୍ତ ଅଧିକାରୀ ହେଲେ କମାଣ୍ଡର ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର କପଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ, କ୍ୟାପ୍‌ଟେନ ସୌରଭ ବଶିଷ୍ଠ, ସୈଲର ରାଗେଶ।

କ’ଣ କହୁଛି କେନ୍ଦ୍ର

ଦୋହା ଜେଲରେ ଥିବା ସମସ୍ତ ୮ ଅଧିକାରୀଙ୍କୁ କୂଟନୈତିକ ଚ୍ୟାନେଲରେ ଆଇନଗତ ସହାୟତା ପ୍ରଦାନ କରାଯିବ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନିକଟରେ ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଉଥିବା ପାର୍ଲାମେଣ୍ଟକୁ ଅବଗତ କରାଇଥିଲେ। ରାଜ୍ୟ ସଭାରେ ଜୟଶଙ୍କର କହିଥିଲେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ସେମାନଙ୍କ ହିତକୁ ଦୃଷ୍ଟିରେ ରଖାଯାଇଛି। ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀମାନେ କାତାର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ଏହି ଆଶ୍ୱାସନା ବଳରେ ଭାର୍ଗବ ଓ ନବଦୀପଙ୍କ ଭଳି ଅନ୍ୟ ଭେଟେରାନ୍‌ ପରିବାର ଆଉ କେତେ ଦିନ ଘଣ୍ଟା ଓ କ୍ୟାଲେଣ୍ଡର ଦେଖି ଅପେକ୍ଷା କରିଥିବେ, ତାହା ହେଉଛି ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri