୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦…

ନୂଆଦିଲ୍ଲୀ, ୨୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪,୧୦୦ ରହିଛି।

ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ଅପଡେଟ୍‌ କରାଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ୪,୦୦୫ ମୃତକଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଗତ ୨୪ ଘଣ୍ଟାରେ ୯୫ ଜଣ କରୋନା ଅକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୨୦ ହଜାର ତଳେ ରହିଛି। ଏହା ୧୬ ହଜାର ୭୪୧ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୩୪୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ୨୦ ହଜାର ୮୫୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୧୮ ହଜାର ୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୮୦ ହଜାର ୪୩୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୫୪୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ୨୭୫ ଜଣ,ମିଜୋରାମ୍‌ରେ ୧୩୧ଜଣ ଏବଂ ଦିଲ୍ଲୀରେ ୧୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୨ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୨୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୮ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ଓ ଅସହାୟଙ୍କୁ ଚାଉଳ, ଡାଲି ବାଣ୍ଟିଲେ ବିଧାୟକ

ଭଦ୍ରକ ଅଫିସ,୧୪।୪: କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁଁ...

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ...

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ...

ବିମାନର ଜରୁରୀ ଅବତରଣ ପରେ ୭୫ କି.ମି. କାରରେ ଗଲେ ଶିବରାଜ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମନାଓ୍ବରରୁ ଧର ଯାଉଥିବାବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଥିବା...

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ...

ମିଡିଆକୁ ସାକ୍ଷାତ୍‌କାର ଦେଇପାରିବେନି ବିଚାରପତି

ନୂଆଦିଲ୍ଲୀ,୨୫ା୪: ବିଚାରାଧୀନ ମାମଲା ଉପରେ ବିଚାରପତିମାନେ ସାକ୍ଷାତ୍‌କାର ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଲାଞ୍ଚ କାରବାର ମାମଲା...

୩ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେଶନ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍‌ ଉପରେ ଆକ୍ରମଣ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍‌...

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

Advertisement
Archives

Model This Week