୫ ବର୍ଷରେ ମରିଛନ୍ତି ୪୦୫, ମାରିଛନ୍ତି ୬୨୪

ଭୁବନେଶ୍ୱର,୧୨ା୮(ରବିନାରାୟଣ ଜେନା):ମଣିଷ ଏକ ସାମାଜିକ ପ୍ରାଣୀ, ଯିଏକି ସମାଜ ଭିତରେ ରୁହେ। ହାତୀ ଏକ ବନ୍ୟପ୍ରାଣୀ, ଯାହାର ବାସସ୍ଥାନ ଜଙ୍ଗଲ। କିନ୍ତୁ ପରିସ୍ଥିତି ଏବେ ଏ ଦୁହିଙ୍କ ଭିତରେ ଶତ୍ରୁତା ସୃଷ୍ଟି କରିଛି। ଜନସଂଖ୍ୟା ବୃଦ୍ଧି ହେଉ କିମ୍ବା ମଣିଷର ଜୀବନଶୈଳୀରେ ପରିବର୍ତ୍ତନ କିମ୍ବା ତସ୍କର ମନୋବୃତ୍ତି ପାଇଁ ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହୋଇଚାଲିଛି, ଯେଉଁଥିପାଇଁ ବନ୍ୟପ୍ରାଣୀ ହାତୀ ଏବେ ବେସାହାରା ହୋଇ ଜନବସତି ଭିତରକୁ ଧସେଇ ପଶୁଛି। ଆହାର ଅନ୍ବେଷଣରେ ଆସି ଫସଲ କ୍ଷତି କରୁଛି। ପରିସ୍ଥିତିରେ ପଡ଼ି ଏବଂ ଜୀବନଜୀବିକାକୁ ରକ୍ଷା କରିବାକୁ ଯାଇ ଚାଷୀଟି ତା’ର ବୁଦ୍ଧି ଓ ବିବେକ ହରାଇ ହାତୀ ସହ ଲଢ଼େଇ କରୁଛି। ଲଢ଼େଇରେ କେତେବେଳେ ହାତୀ ଜିତୁଛି ତ ଆଉ କେତେବେଳେ ମଣିଷ। ବନ ଅଧିକାରୀ କେବଳ ଦେଖଣାହାରି ସାଜିଛନ୍ତି। ଏହି ପ୍ରକ୍ରିୟା ଗତ ଦଶନ୍ଧି ଧରି ତୀବ୍ର ହେବାରେ ଲାଗିଛି। ଏହାର ସମାଧାନ ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ହାତୀସାଥୀ, ବନସାଥୀ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ମାତ୍ର ବାସ୍ତବ କ୍ଷେତ୍ରରେ ଏହା ହାତୀ-ମଣିଷ ଲଢ଼େଇକୁ ରୋକିପାରୁନାହିଁ। ଫଳରେ ଗତ ୫ ବର୍ଷ ମଧ୍ୟରେ ୪୦୫ ହାତୀ ସରକାରୀ ଭାବେ ମୃତ ଘୋଷିତ ହୋଇଥିବାବେଳେ ୬୨୪ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ପ୍ରଣୟନରେ ମନ୍ଥରତା ଏବଂ ଲୋକଙ୍କ ସଚେତନ ଅଭାବ ଯୋଗୁ ପରିସ୍ଥିତି ଜଟିଳ ଆଡ଼କୁ ଗତି କରୁଛି। ନିକଟରେ ବିଧାନସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୧୦୩ ହାତୀ ରହିଛନ୍ତି। ମୟୂରଭଞ୍ଜରେ ସର୍ବାଧିକ ୨୯୫ଟି ହାତୀ ରହିଥିବାବେଳେ ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏ ହାତୀ ରହିଛନ୍ତି। ଏହାବାଦ୍‌ ଅନୁଗୋଳ ୨୫୪, କେନ୍ଦୁଝର ୧୯୫, ସୁନ୍ଦରଗଡ଼ ୧୭୯, ସମ୍ବଲପୁର ୧୪୦, କଟକ ୧୩୨, ଦେବଗଡ଼ ୧୦୭, କଳାହାଣ୍ଡି ୯୫, ଖୋର୍ଦ୍ଧା ୮୩, ନୟାଗଡ଼ ୫୬, ବାଲେଶ୍ୱର ୫୪, ଗଞ୍ଜାମ ୯୩, କନ୍ଧମାଳ ୫୪, ବଲାଙ୍ଗୀର ୪୨, ବୌଦ୍ଧ ୧୬ ଏବଂ ସୁବର୍ଣ୍ଣପୁରରେ ୩ଟି ହାତୀ ଥିବା ଜଣାପଡ଼ିଛି। ତେବେ ହାତୀ ମୃତ୍ୟୁର ଅନେକ କାରଣ ରହିଛି। ଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୮୧ଟି ଲେଖାଏ ହାତୀଙ୍କର ମୃତ୍ୟୁ ବିଭିନ୍ନ କାରଣରୁ ହୋଇଥିବା ମନ୍ତ୍ରୀ ଗୃହକୁ ଦର୍ଶାଇଥିଲେ।
ଜୁଲାଇ ୩୧ରେ ରାଜ୍ୟ ସଭାର ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ହାତୀ ଆକ୍ରମଣରେ ୧୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୦-୨୧ରେ ୯୩, ୨୦୨୧-୨୨ରେ ୧୧୨, ୨୦୨୨-୨୩ରେ ୧୪୮ ଏବଂ ୨୦୨୩-୨୪ରେ ୧୫୪ ଜଣଙ୍କ ପ୍ରାଣହାନି ହୋଇଛି। ଅନ୍ୟପକ୍ଷେ ବିଭାଗୀୟ ତଥ୍ୟ କହୁଛି ଯେ, ୨୦୧୨-୧୩ରେ ହାତୀ-ମଣିଷ ଲଢ଼େଇରେ ୮୨ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ବର୍ଷ ୯୨ ନିରୀହ ଲୋକଙ୍କ ମୃତ୍ୟୁ ସହ ୧୭୫ ଜଣ ଆହତ ହୋଇଥିଲେ। ସେହିପରି ୨୦୧୩-୧୪ରେ ୭୦ ହାତୀ ମୃତ୍ୟୁ ହୋଇଥିବାବେଳେ ୯୩ ଲୋକଙ୍କ ମୃତ୍ୟୁ ସହ ୨୦୮ ଆହତ, ୨୦୧୪-୧୫ରେ ୫୪ ହାତୀ ସାଙ୍ଗକୁ ୭୪ ମଣିଷଙ୍କ ମୃତ୍ୟୁ ଏବଂ ୧୪୦ ଆହତ, ୨୦୧୫-୧୬ରେ ୮୬ ହାତୀ ଓ ୧୦୭ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ୩୦୯ ଆହତ, ୨୦୧୬-୧୭ରେ ୭୬ ହାତୀ ସାଙ୍ଗକୁ ୯୬ ଲୋକଙ୍କ ମୃତ୍ୟୁ ଓ ୨୪୮ ଆହତ, ୨୦୧୭-୧୮ରେ ୭୭୮ ହାତୀ ଓ ୧୩୨ ଜଣଙ୍କର ମୃତ୍ୟୁ ବେଳେ ୨୮୩ ଆହତ, ୨୦୧୮-୧୯ରେ ୯୩ ହାତୀ ଓ ୧୧୨ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୩୭ ଆହତ ହୋଇଛନ୍ତି।
ସେହିପରି ୨୦୧୯-୨୦ରେ ୮୨ ହାତୀ ଓ ୧୪୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୪ ଜଣ ଆହତ ହୋଇଥିଲେ। ୨୦୨୦-୨୧ରେ ୭୭ ଓ ୨୦୨୧-୨୨ରେ ୮୬ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଯଥାକ୍ରମେ ୧୫୮ ଓ ୧୨୭ ଲୋକଙ୍କ ପ୍ରାଣହାନି ଏବଂ ୩୨୭ ଓ ୩୪୨ ଜଣ ଆହତ ହୋଇଛନ୍ତି।
ବିଭାଗ ପକ୍ଷରୁ ୨୦୧୨-୧୩ ଆର୍ଥିକ ବର୍ଷରେ ହାତୀଜନିତ ପ୍ରାଣ ହରାଇଥିବା ପରିବାରଗୁଡ଼ିକୁ ଅନୁକମ୍ପାମୂଳକ ସହାୟତା ରାଶି ବାବଦକୁ ୧ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୧୩-୧୪ରେ ୧.୨୨ କୋଟି, ୨୦୧୪-୧୫ରେ ୧.୯୬ କୋଟି, ୨୦୧୫-୧୬ରେ ୨.୦୩ କୋଟି, ୨୦୧୬-୧୭ରେ ୨.୫୧ କୋଟି, ୨୦୧୭-୧୮ରେ ୨.୫୯ କୋଟି, ୨୦୧୮-୧୯ରେ ୨.୭୦ କୋଟି, ୨୦୧୯-୨୦ରେ ୩.୬୨ କୋଟି, ୨୦୨୦-୨୧ରେ ୬.୩୭ କୋଟି, ୨୦୨୧-୨୨ରେ ୪.୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ କେବଳ ହାତୀ ଦ୍ବାରା ପ୍ରାଣ ହରାଇଥିବା ପରିବାରକୁ ୨୯.୩୮କୋଟି ଟଙ୍କା ବଣ୍ଟନ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀମୃତ୍ୟୁ ରୋକିବା ଲାଗି ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ବାସ୍ତବ କ୍ଷେତ୍ରରେ ଅଧିକାରୀମାନେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ଠିକଣାଭାବେ କାର୍ଯ୍ୟାନ୍ବୟନ କଲେ ହାତୀ-ମଣିଷ ଲଢ଼େଇକୁ ରୋକାଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ୧୫ ବର୍ଷ ଶାସନର ଘଟିଲା ପତନ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ସରକାର ଗଢ଼ିବ ଭାଜପା

କୋଲକାତା,୪ା୫(ପି.ଟି.):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ…

ଆସାମରେ ହ୍ୟାଟ୍ରିକ୍‌ କଲା ଭାଜପା: କଂଗ୍ରେସ ଆଶା ଧୂଳିସାତ୍‌

ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ…

ରସଗୋଲା କାହାର, ଓଡ଼ିଶାର ନା ପଶ୍ଚିମବଙ୍ଗର: ଭାଜପାର ମହାବିଜୟ ପରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏମିତି ଜବାବ

କୋଲକାତା,୪।୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି ଏବଂ ୧୫ ବର୍ଷ ଧରି ଶାସନ କରୁଥିବା…

ଧୋତି-କୁର୍ତ୍ତା ପିନ୍ଧି ଧମାକାଦାର ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଭାଜପାର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ସମାବେଶକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ।…

୫ ପ୍ରତିଶ୍ରୁତି ପୂରଣ କରିବାକୁ ପଶ୍ଚିମବଙ୍ଗ ଲୋକଙ୍କୁ କଥା ଦେଲେ ପ୍ରଧାନମନ୍ତ୍ରୀ: କହିଲେ ପ୍ରଥମ ବୈଠକରେ ହିଁ କରାଯିବ ଲାଗୁ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୯୩ ଆସନରୁ ୨୦୪ ଆସନ ଜିତି ଏକ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଏକ ବିଜୟ…

ମେସିଙ୍କ ଯୋଗୁ ହାରିଗଲେ ମମତା ଦିଦି! ପରାଜୟ ପରେ ଟିଏମସିକୁ ଟ୍ରୋଲିଂ, ଜାଣନ୍ତୁ କାହିଁକି…

କୋଲକାତା,୪।୫: କିଛି ମାସ ପୂର୍ବରୁ, ଫୁଟବଲ ଆଇକନ ଲିଓନେଲ ମେସି ଭାରତ ଗସ୍ତ କରିଥିଲେ। ସାରା ଦେଶରେ ତାଙ୍କର ଗସ୍ତ ସୁରୁଖୁରୁରେ ଚାଲିଥିବାବେଳେ, କୋଲକାତାରେ ବ୍ୟାପକ ଉତ୍ତେଜନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟନ୍‌: ସ୍ବାଧୀନତା ପରେ ପ୍ରଥମଥର ପାଇଁ…

ଥିରୁଭାନନ୍ତପୁରମ୍‌,୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି, ଯଦିଓ ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଚାଲିଛି। ଧାରା ଅନୁସାରେ, ବାମପନ୍ଥୀମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ…

ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇ ମନାଇଲେ ବିଜୟ ଉତ୍ସବ: ପରସ୍ପରକୁ ମିଠା ଖୁଆଇ…

ହାଟଡିହୀ,୪l୫(ଶୁଭକାନ୍ତ ନାୟକ): ପଶ୍ଚିମବଙ୍ଗରେ ଭାଜପାର ବାଜିମାତକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ସୋମବାର ସନ୍ଧ୍ୟାରେ ଭାଜପା ବିଜୟ ଉତ୍ସବ ପାଳନ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri