୧୦ ସରକାରୀ ମେଡିକାଲ କଲେଜରେ ୪୦୦ ଶିକ୍ଷକ ପଦବୀ ଖାଲି

କଟକ ଅଫିସ,୨୩।୧୦: ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୦ରେ ପହଞ୍ଚିଛି। କିନ୍ତୁ ମେଡିକାଲ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସରକାର ନୂତନ ନିଯୁକ୍ତି ସହ ପଦୋନ୍ନତି ମାଧ୍ୟମରେ ଖାଲିଥିବା ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ମେଡିକାଲ କଲେଜ ଶିକ୍ଷକ ସଂଘ ଦାବି କରିଛି। ସୂଚନାନୁସାରେ, ରାଜ୍ୟର ୧୦ ସରକାରୀ ମେଡିକାଲ କଲେଜରେ ପାଠ ପଢ଼ାଇବା ନିମନ୍ତେ ପ୍ରଫେସର, ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ମିଶି ପ୍ରାୟ ୧୪୦୦ ଶିକ୍ଷକ ପଦବୀ ରହିଛି। ସେଥିମଧ୍ୟରୁ ୪୦୦ ପଦବୀ ଖାଲି ପଡ଼ିଛି। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ଦ୍ୱାରା ଆଗାମୀ ଦିନରେ ୩୦୦ ପଦବୀ ପୂରଣ ହେବାର ଅଛି। ଏହାପରେ ବି ଆହୁରି ଶିକ୍ଷକ ପଦବୀ ଖାଲି ପଡ଼ିବ। ରାଜ୍ୟବାସୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ଏବଂ ଡାକ୍ତରୀ ପାଠ୍ୟକ୍ରମର ବିକାଶ ପାଇଁ ଓଡ଼ିଶା ମେଡିକାଲ କଲେଜ ଶିକ୍ଷକ ସଂଘ ସଂକଳ୍ପବଦ୍ଧ। ସରକାର ଓ ସଂଘ ମଧ୍ୟରେ ସମନ୍ବୟ ସ୍ଥାପନ କରାଗଲେ ସଂଘର ଅନେକ ସମସ୍ୟା ସମାଧାନ ହୋଇପାରିବ। ଏସ୍‌ସିବି ମେଡିକାଲ କଲେଜ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ହେବାକୁ ଯାଉଛି। ସଂଘର ଏଥିପ୍ରତି ପୂର୍ଣ୍ଣ ସମର୍ଥନ ରହିଛି। ମେଡିକାଲ ଶିକ୍ଷକଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। ରାଜ୍ୟରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମେଡିକାଲ କଲେଜରେ ଅଧିକ ଶିକ୍ଷକ ରହିବାର ଆବଶ୍ୟକତା ରହିଛି। ସରକାର ଓ ସଂଘ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହା ସମାଧାନ ହୋଇପାରିବ ବୋଲି କଟକ କ୍ଲବ ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଡା. ଜୟନ୍ତ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ଡା. ଦୀପକ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏହି ଅବସରରେ ଆଗାମୀ ୨ ବର୍ଷ ପାଇଁ ନିର୍ବାଚିତ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କୋଷାଧ୍ୟକ୍ଷ ଡା. ସୌମ୍ୟରଞ୍ଜନ ନାୟକ, ସଂଘ ଜର୍ନାଲର ସମ୍ପାଦକ ଡା. ମିହିର ରଞ୍ଜନ ନାୟକ, ଡା. ସାରଦା ପ୍ରସନ୍ନ ସ୍ବାଇଁ, ମନୋରଞ୍ଜନ ଦାସ, କାଳୀପ୍ରସନ୍ନ ସ୍ବାଇଁ, ଆଶିଷ ରଞ୍ଜନ ବାରିକ, ଫକୀର ମୋହନ ଦେଷ୍ଟା, ନିର୍ମଳ ଚନ୍ଦ୍ର ସାହୁ ଓ ଡା. ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

IPL ବେଟିଂ, ୮ ଗିରଫ: ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉବେଳେ ମିଳିଲା…

ଝାରସୁଗୁଡା/ବ୍ରଜରାଜନଗର, ୨୫।୫(ଆଶିଷ ରଞ୍ଜନ ଦାଶ/ବିଜୟ ବରା ): ଝାରସୁଗୁଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ଆଇପିଏଲ ୨୦୨୬ ମ୍ୟାଚଗୁଡ଼ିକରେ ବେଆଇନ ଅନଲାଇନ କ୍ରିକେଟ…

ଚାଷ ଜମିରୁ ଫେରୁଥିବାବେଳେ କାମୁଡିଲା ସାପ, ମେଡିକାଲ ନେବାବେଳେ ଚାଲିଗଲା ଜୀବନ, ପରିବାର ଅସହାୟ

ଥୁଆମୂଳ ରାମପୁର, ୨୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୀନ ସମାପଲା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ଧନୁଯାତ୍ରା ତୋରଣ ଭାଙ୍ଗିବାକୁ ନେଇ ବଢୁଛି ଅସନ୍ତୋଷ: ଘଟଣା: ଥାନାରେ ଏତଲା ଦେଲେ ପୌରାଧ୍ୟକ୍ଷା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି…

ସାହୁ ସମାଜର ମୁହୁନି ବଂଶର ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକ୍ରମ

କେସିଙ୍ଗା,୨୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୈଲିକ ହଳଦିଆ ସାହୁ ସମାଜର ମୁହୁନି ବଂଶର ଏକତା ପାଇଁ ଏକ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ତଦନ୍ତ ପାଇଁ ଜିଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri