Posted inଜାତୀୟ

ଜାଲରେ ୪୦ ଭାରତୀୟ ନେତା, ଖବରଦାତା

ନୂଆଦିଲ୍ଲୀ, ୧୯ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ପୁଣି ଥରେ ଚର୍ଚ୍ଚାରେ। ଏହି ସ୍ପାଏଓ୍ବେର ଜାଲରେ ଭାରତ ସମେତ ବିଶ୍ୱର ଅନେକ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଖବରଦାତା ପଡ଼ିଥିବା ଖବର ରବିବାର ସାମ୍‌ନାକୁ ଆସିଛି। ଭାରତର ଅନୂ୍ୟନ ୪୦ ଜଣ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଫୋନ୍‌ ଗୁପ୍ତଚରଗିରି କରାଯାଇଥିବା କେତେକ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି।
‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବସାଇଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ହିନ୍ଦୁସ୍ତାନ ଟାଇମ୍ସ ସମ୍ପାଦକ ଶିଶିର ଗୁପ୍ତାଙ୍କ ସମେତ ଇଣ୍ଡିଆ ଟୁଡେ, ନେଟ୍‌ଓ୍ବର୍କ ୧୮, ଦି ହିନ୍ଦୁ ଏବଂ ଇଣ୍ଡିଆନ ଏକ୍ସପ୍ରେସ୍‌, ଦି ଓ୍ବେରର ୨ ଜଣ ପ୍ରତିଷ୍ଠାତା ସମ୍ପାଦକ, ୩ ଖବରଦାତା ଓ ୨ ଜଣ ନିୟମିତ ସ୍ତମ୍ଭକାରଙ୍କୁ ପେଗାସସ୍‌ ଟାର୍ଗେଟ କରିଥିଲା। ସାମ୍ବାଦିକା ରୋହିଣୀ ସିଂ, ଇଣ୍ଡିଆନ ଏକ୍ସପ୍ରେସ୍‌ ଡେପୁଟି ଏଡିଟର ସୁଶାନ୍ତ ସିଂଙ୍କ ନାମ ମଧ୍ୟ ଏହି ୪୦ ଜଣିଆ ନାମ ତାଲିକାରେ ରହିଛି। ରୋହିଣୀ ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ ବ୍ୟବସାୟିକ କାରବାର ସମ୍ପର୍କରେ ରିପୋର୍ଟ ଲେଖିଥିଲେ। ସେହିପରି ସୁଶାନ୍ତ ସିଂ ରାଫାଲ ଦୁର୍ନୀତି ଉପରେ ଲେଖାଲେଖି କରିଥିବାରୁ ଟାର୍ଗେଟ କରାଯାଇଥିବା ରୋହିଣୀ ସନ୍ଦେହ କରିଛନ୍ତି। ପେଗାସସ୍‌କୁ ନେଇ ପୂର୍ବରୁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ବାଂଲାଦେଶ ସମେତ ଅନେକ ଦେଶ ଏହାକୁ କିଣିଛନ୍ତି। ମେକ୍ସିକୋରୁ ସାଉଦି ଆରବ ସରକାରଙ୍କ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିଛନ୍ତି, ଯାହାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିସାରିଛି। ଫେସ୍‌ବୁକ୍‌ ମାଲିକାନାରେ ଥିବା ହ୍ବାଟ୍ସଆପ୍‌ ସମେତ ଅନ୍ୟ କେତେକ କମ୍ପାନୀ ପେଗାସସ୍‌ ବିରୋଧରେ ମାମଲା ରୁଜୁ କରି ସାରିଛନ୍ତି। ତେବେ ଭାରତ ସରକାର ଏନ୍‌ଏସ୍‌ଓଠାରୁ ଏହାକୁ କିଣିଥିଲେ ନା ନାହିଁ ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ନାହିଁ। ପେଗାସସ୍‌ର ମନମୁଖି ବ୍ୟବହାର ଏବଂ ଦୁରୁପଯୋଗ ଭଳି ଗମ୍ଭୀର ଅଭିଯୋଗ ସାମ୍‌ନାକୁ ଆସିବା ପରେ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି।

୨୦୧୬ରେ ବି ଉଠିଥିଲା ଝଡ଼

ପେଗାସସ୍‌ ଝଡ଼ ପ୍ରଥମେ ୨୦୧୬ରେ ଉଠିଥିଲା। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ମାନବାଧିକାର କର୍ମୀ ଅହମ୍ମଦ ମନ୍‌ସୁର ପେଗାସସ୍‌ ସମ୍ପର୍କିତ ତଥ୍ୟ ସାମ୍‌ନାକୁ ଆଣିଥିଲେ। ସେ ଅନେକ ସନ୍ଦିଗ୍ଧ ମେସେଜ ପାଇଥିଲେ। ତାଙ୍କ ପାଖକୁ ଆସିଥିବା ଲିଙ୍କ୍‌ଗୁଡ଼ିକ ମନ୍ଦ ଉଦ୍ଦେଶ୍ୟ ରଖି ପଠାଯାଇଥିବା ସେ କହିଥିଲେ। ମନ୍‌ସୁର ନିଜ ଫୋନକୁ ଟରଣ୍ଟୋ ୟୁନିଭର୍ସିଟିର ସିଟିଜେନ୍‌ ଲାବ୍‌ର ବିଶେଷଜ୍ଞମାନଙ୍କୁ ଦେଖାଇଥିଲେ। ସେମାନେ ଅନ୍ୟ ଏକ ସାଇବର ସୁରକ୍ଷା ଫାର୍ମ ‘ଲୁକ୍‌ଆଉଟ୍‌’ର ସହାୟତା ନେଇ ଜାଣିବାକୁ ପାଇଥିଲେ ଯେ, ମନ୍‌ସୁର ଯଦି ଉକ୍ତ ଲିଙ୍କ୍‌କୁ କ୍ଲିକ୍‌ କରିଥାନ୍ତେ ତେବେ ତାଙ୍କ ଆଇଫୋନ୍‌ ମାଲଓ୍ବେର ଦ୍ୱାରା ସଂକ୍ରମିତ ହୋଇଥାନ୍ତା। ଏହି ମାଲଓ୍ବେରକୁ ପେଗାସସ୍‌ ନାମକରଣ କରାଯାଇଛି। ଗବେଷକମାନେ ଏହାକୁ ସବୁଠୁ ଜଟିଳ ସ୍ପାଏଓ୍ବେର ଆକ୍ରମଣ ବୋଲି କହିଛନ୍ତି। ୨୦୧୭ରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମେକ୍ସିକୋ ସରକାର ପେଗାସସ୍‌ ସହାୟତାରେ ମୋବାଇଲର ଗୁପ୍ତଚରଗିରି କରିବା ପାଇଁ କେତେକ ଉପକରଣ ପ୍ରସ୍ତୁତ କରିଥିବା ଅଭିଯୋଗ ଆସିଥିଲା। ସେଠାକାର ଜଣାଶୁଣା ଖବରଦାତା ଓ ସାମାଜିକ କର୍ମୀମାନେ ନିଜ ସରକାରଙ୍କ ବିରୋଧରେ ଏହି ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କିପରି କାମ କରେ ସ୍ପାଏଓ୍ବେର

ପେଗାସସ୍‌ ଏକ ସ୍ପାଏଓ୍ବେର, ଯାହାକୁ ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଟେକ୍ନୋଲୋଜିଜ୍‌ ବିକଶିତ କରିଛି। ଏହି ପ୍ରୋଗ୍ରାମକୁ କୌଣସି ସ୍ମାର୍ଟଫୋନ୍‌ରେ ଅପ୍‌ଲୋଡ୍‌ କଲେ ହ୍ୟାକର ସମ୍ପୃକ୍ତ ଫୋନ୍‌ର ମାଇକ୍ରୋଫୋନ, କ୍ୟାମେରା, ଅଡିଓ, ଟେକ୍ସଟ୍‌ ମେସେଜ, କଣ୍ଟାକ୍ଟ, ଇ-ମେଲ, ବ୍ରାଉଜିଂ ହିଷ୍ଟ୍ରି ଏବଂ ଲୋକେଶନ ପର୍ଯ୍ୟନ୍ତ ତଥ୍ୟ ହାସଲ କରିପାରିବେ। ଏପରିକି ହ୍ବାଟ୍ସଆପ୍‌ ମିସ୍‌ଡକଲ୍‌ ଜରିଆରେ ଜଣଙ୍କ ଫୋନ୍‌ରେ ଇନ୍‌ଷ୍ଟଲ୍‌ ହୋଇପାରିବ। ଥରେ କୌଣସି ଫୋନ୍‌ରେ ଇନ୍‌ଷ୍ଟଲ୍‌ ହୋଇଗଲେ ପେଗାସସ୍‌ରୁ ମୁକ୍ତି ପାଇବା ପାଇଁ ଫୋନ୍‌କୁ ଫୋପାଡ଼ିବାକୁ ପଡ଼ିବ। ସାଇବର ସୁରକ୍ଷା କମ୍ପାନୀ କାସ୍‌ପରସ୍କାଏର ଏକ ରିପୋର୍ଟ ଅନୁସାରେ ପେଗାସସ୍‌ ଏନ୍‌କ୍ରିପ୍ଟଟେଡ୍‌ ଅଡିଓ ଶୁଣିବା ଏବଂ ଏନ୍‌କ୍ରିପ୍ଟଟେଡ୍‌ ମେସେଜ ପଢ଼ିବାକୁ ସହଜ କରିଦେଇଥାଏ। ଏନ୍‌କ୍ରିପ୍ଟଟେଡ୍‌ ମେସେଜ ଜରିଆରେ କେବଳ ମେସେଜ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତି ହିଁ ସେଥିରେ ଥିବା ତଥ୍ୟ ସମ୍ପର୍କରେ ଜାଣିପାରନ୍ତି। ଯେଉଁ କମ୍ପାନୀର ପ୍ଲାଟଫର୍ମରେ ମେସେଜ ପଠାଯାଉଥିବ ସେହି କମ୍ପାନୀ ମଧ୍ୟ ତାକୁ ଦେଖି ବା ଶୁଣି ପାରିବ ନାହିଁ।

ଆଗରୁ ଜାଣିଥିଲେ ସୁବ୍ରବଣ୍ୟମ ସ୍ବାମୀ

ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପୂର୍ବରୁ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଟୁଇଟ୍‌ କରି ଲେଖିଥିଲେ, ଓ୍ବାଶିଂଟନ୍‌ ପୋଷ୍ଟ ଏବଂ ଗାର୍ଡିଅନରେ ଏକ ଖବର ପ୍ରକାଶ ପାଇବାକୁ ଯାଉଛି। ଏଥିରେ ଇସ୍ରାଏଲର ପେଗାସସ୍‌କୁ ମୋଦି କ୍ୟାବିନେଟ୍‌ର ମନ୍ତ୍ରୀ, ଆରଏସ୍‌ଏସ୍‌ ନେତା, ସୁପ୍ରିମକୋର୍ଟ ବିଚାରପତି ଏବଂ ଖବରଦାତାମାନଙ୍କ ଫୋନ୍‌ ଟ୍ୟାପ୍‌ କରିବା ପାଇଁ ହାୟର କରାଯାଇଥିବା ତଥ୍ୟ ସାମ୍‌ନାକୁ ଆସିପାରେ ବୋଲି ଗୁଜବ ସୃ୍‌ଷ୍ଟି ହୋଇଛି। ସୁବ୍ରମଣ୍ୟମ ସ୍ବାମୀଙ୍କ ମନ୍ତବ୍ୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଟୁଇଟରରେ ପ୍ରତିକ୍ରିୟା ରଖିଥିଲେ। ଦିଗ୍‌ବିଜୟ ଲେଖିଥିଲେ, ଉକ୍ତ ରିପୋର୍ଟ ପ୍ରକାଶ କରୁଥିବା ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚାପର ବଶବର୍ତ୍ତୀ ହେବେନାହିଁ ବୋଲି ଆଶା। ୨୦୧୯ରେ ସେ ନିଜେ ଏହି ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇଥିଲେ।

କ’ଣ କହୁଛି କମ୍ପାନୀ

ଏନ୍‌ଏସ୍‌ଓ ବିରୋଧରେ ଆସିଥିବା ଅଭିଯୋଗକୁ ଏହି ସଂସ୍ଥା ପୂର୍ବରୁ ମଧ୍ୟ ଖଣ୍ଡନ କରିସାରିଛି। କମ୍ପାନୀ ଯୁକ୍ତି ବାଢ଼ିଛି ଯେ, ଉକ୍ତ ପ୍ରୋଗ୍ରାମକୁ କେବଳ ମାନ୍ୟତାପ୍ରାପ୍ତ ସରକାରୀ ଏଜେନ୍ସିଗୁଡ଼ିକୁ ବିକ୍ରି କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି, ଆତଙ୍କବାଦ ଓ ଅପରାଧ ବିରୋଧରେ ଲଢ଼େଇ କରିବା। ସଦ୍ୟ ଅଭିଯୋଗକୁ ନେଇ ମଧ୍ୟ ଏନ୍‌ଏସ୍‌ଓ ସମାନ ଯୁକ୍ତି ଦୋହରାଇଛି। ବିିଭିନ୍ନ ଦେଶର ସରକାର ଏହାକୁ ଆତଙ୍କବାଦ ନିରୋଧୀ ଲଢ଼େଇ ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟବହାର ପାଇଁ କିଣିଥାନ୍ତି ବୋଲି କହୁଥିବାବେଳେ ସଦ୍ୟ ପ୍ରଘଟ ଓଲଟା କଥା ବଖାଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri