ନିର୍ମାଣକୁ ୪ ବର୍ଷ, କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨:ବାହାରେ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ମେଡିକାଲ ଛକରେ ମଧ୍ୟ ଏହି ଦୃଶ୍ୟ। ବାଘା ନାମକ ଜଣେ ନିରାଶ୍ରୟ ବ୍ୟକ୍ତି ସାରା ରାତି ରାସ୍ତା କଡରେ ଶୋଇଥିବା ଦେଖିବାକୁ ମିଳୁଛି। ଏହି ଗୋଟିଏ ଅଥବା ଦୁଇଟି ଦୃଶ୍ୟ ମଧ୍ୟରେ ଏହା ସୀମିତ ନୁହେଁ। ସହରର ପ୍ରତ୍ୟେକ ସ୍ଥାନରେ ଏପରି ନିରାଶ୍ରୟଙ୍କୁ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ତେବେ ପୌରାଞ୍ଚଳରେ ରାତ୍ର ଆଶ୍ରୟ ସ୍ଥଳ ରହିଥିବା କାଗଜପତ୍ର ଓ ବିଜ୍ଞାପନରେ ଦେଖିବାକୁ ମିଳୁଛି। ମାତ୍ର ଏହି ନିରାଶ୍ରୟଙ୍କୁ ରାତ୍ର ଆଶ୍ରୟସ୍ଥଳ ସ୍ଥାନକୁ ନେବା ପାଇଁ କୌଣସି ବନ୍ଦୋବସ୍ତ ନାହିଁ। ସହରାଞ୍ଚଳ ୱାର୍ଡ କଲ୍ୟାଣ କମିଟି ଅଥବା ପୌର ପ୍ରଶାସନର ଏଥିପ୍ରତି ନଜର ନାହିଁ। ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଆତ୍ମିିୟତା ନ ଥିବା ଫଳରେ ଗତ ୪ ବର୍ଷ ପୂର୍ବେ କୋଟିଏ ଟଙ୍କାରେ ବ୍ୟୟ ରାତ୍ର ଆଶ୍ରୟସ୍ଥଳ କାମରେ ଲାଗୁ ନ ଥିବା ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି। ପୌରସଂସ୍ଥା ପକ୍ଷରୁ ଗତ ୨୦୧୮ମସିହାରେ ହଜାରିବଗଚାଠାରେ ଏକ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ଏଥିରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ହୋଇଛି। ଆଶ୍ରୟସ୍ଥଳରେ ୨୦ ପୁରୁଷ ଓ ୧୦ ମହିଳା ରହିବା ପାଇଁ ବ୍ୟବସ୍ଥା ଅଛି। ଏଥିସହିତ ରହଣୀ ସମୟରେ ସମ୍ୟକ ଖାଦ୍ୟ ବ୍ୟବସ୍ଥା ରଖାଯାଇଛି। ଏପରି କି ଏହି ଆଶୟସ୍ଥଳରେ ବାହାରୁ ବଦଳି ହୋଇ ଆସିଥିବା କର୍ମଚାରୀଙ୍କ ସ୍ବଳ୍ପକାଳୀନ ରହଣୀ ପାଇଁ ସୁଦୃଶ୍ୟ କୋଠରୀ ଅଛି। ଏହାସତ୍ତ୍ୱେ ଆଶ୍ରୟସ୍ଥଳରେ ରାତ୍ର ରହଣୀ ସଂଖ୍ୟା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏ ସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଖଡିଅଙ୍ଗର ମନୋଜ କୁମାର ସିଂହ, ଫକୀରାବାଦର ଓବେଦା ପ୍ରମୁଖ କହିଛନ୍ତି ଯେ, ପୌରସଂସ୍ଥାର ପରିକଳ୍ପନା ଅନୁଯାୟୀ ରାତ୍ର ଆଶ୍ରୟସ୍ଥଳର ଉପଯୋଗ ନାହିଁ। ୨୦୧୮ରେ ଏହି ଆଶ୍ରୟସ୍ଥଳ ନିର୍ମାଣ ଅସହାୟ ବ୍ୟକ୍ତିଙ୍କ ରହିବା ପାଇଁ ଉଦ୍ଦିଷ୍ଟ ହୋଇଥିଲା। ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ଥିବାରୁ ରୋଗୀଙ୍କ ଆତ୍ମୀୟମାନେ ନିକଟସ୍ଥ ପିଣ୍ଡାରେ ଶୋଉଥିବା ଦୃଶ୍ୟକୁ ବନ୍ଦ ପାଇଁ ଏହା ନିର୍ମାଣ ହୋଇଥିଲା। ଏତିସହିତ ସହର ମଧ୍ୟରେ ବହୁ ଲୋକ ବାହାର ସ୍ଥାନରେ ରହୁଥିବାରୁ ଯୋଜନା ଫଳ ପ୍ରଦ ହେବ ବୋଲି ଆଶା କରାଯାଉଥିଲା। ପ୍ରଥମବର୍ଷ ଏପରି ନିରାଶ୍ରୟ ବ୍ୟକ୍ତିଙ୍କୁ ଖୋଜି ଆଶ୍ରୟସ୍ଥଳକୁ ନେବା ପାଇଁ ଏକ ସେଚ୍ଛାସେବୀ ସଙ୍ଗଠନକୁ ନିଯୁକ୍ତ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ଓହରି ଯାଇଥିବାରୁ ରାତ୍ର ଆଶ୍ରୟସ୍ଥଳ ଫାଙ୍କା ପଡୁଛି। ଏଥିପ୍ରତି ସଚେତନତା ନ ଥିବାରୁ ଏହାର ଉପଯୋଗ ହୋଇପାରୁନାହିଁ। ସହରାଞ୍ଚଳରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଅଛି। ସେହିପରି ୱାର୍ଡ କଲ୍ୟାଣ କମିଟି ଗଠନ ହୋଇଛି। ପୌର କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେଲେ ରାତ୍ର ଆଶ୍ରୟସ୍ଥଳର ଲକ୍ଷ୍ୟ ପୂରଣ ହୋଇପାରିବ। ଅନ୍ୟଥା ବେଡ ପାଇଁ କିଣା ଯାଇଥିବା ଖଟ, ତକିଆ ଆଗାମୀ ଦିନରେ ନଷ୍ଟ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ପଚାରିବାରେ ରାତ୍ର ଆଶୟସ୍ଥଳ ଅସହାୟ ବ୍ୟକ୍ତିଙ୍କ ପାଇଁ ଏକ ବରଦାନ। ଏହାକୁ ସୁପରିଚାଳନା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳର ପରିଚାଳନା ପାଇଁ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ରକ୍ଷଣାବେକ୍ଷଣ ପାଇଁ ପୌରସଂସ୍ଥା ପକ୍ଷରୁ ଅର୍ଥ ବ୍ୟୟ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?