ଘୋଷଣାର ୪ ବର୍ଷ ବିତିଲା, ଆରମ୍ଭ ହୋଇନି ରେଳ ଡିଭିଜନ ନିର୍ମାଣ

ରାୟଗଡ଼ା,୨୪।୮ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ସ୍ଥାପନ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରାୟଗଡ଼ାରେ ରେଳ ଡିଭିଜନ ସ୍ଥାପନ ନେଇ ରେଳ ବିଭାଗ ପକ୍ଷରୁ ଘୋଷଣା ହେବାର ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କାହିଁକି ଡିଭିଜନ ନିର୍ମାଣ ହେଉନାହିଁ ବୋଲି ଜିଲାବାସୀ ପ୍ରଶ୍ନ କରିଛନ୍ତି। ସେହିଭଳି ଏମ୍‌ପି ସପ୍ତଗିରି ଉଲାକା ମଧ୍ୟ ରେଳ ବିଭାଗର ଏଭଳି ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏ ନେଇ ସେ ସଂସଦରେ ବହୁବାର ପ୍ରଶ୍ନ କରିଛନ୍ତି। ବିଶେଷ ଭାବେ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ଏବଂ ଗୁଣପୁର-ନୌପଡ଼ା ରେଳ ଲାଇନ ସ୍ଥାପନ ନେଇ ପ୍ରଶ୍ନ କଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅତି ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ସପ୍ତଗିରି ଉଲାକା । ସେ ଆହୁରି ମଧ୍ୟ କହିଛନ୍ତି, ରାୟଗଡ଼ା ଡିଭିଜନ ନିର୍ମାଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ୱାଲଟିୟର ଡିଭିଜନର ଆର୍ଥିକ କ୍ଷତି ହେବ । ଆନ୍ଧ୍ରପ୍ରଦେଶ ସରକାର କେନ୍ଦ୍ରରେ ଭାଜପାକୁ ସମର୍ଥନ କରୁଥିବାରୁ କେନ୍ଦ୍ର ଭାଜପା ସରକାର ଓଡ଼ିଶାକୁ ଅବହେଳା କରୁଥିବା ସେ କହିଛନ୍ତି।

ପ୍ରକାଶ ଥାଉକି, ରାୟଗଡ଼ାଠାରେ ରେଳ ଡିଭିଜନ ସ୍ଥାପନ ନେଇ ଘୋଷଣା ଇତିମଧ୍ୟରେ ୪ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି । ହେଲେ ଡିଭିଜନ ତ ଦୂରର କଥା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇନାହିଁ । ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଯାତ୍ରୀ, ବିଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ରେଳ ବଜେଟ ଉପସ୍ଥାପନ ସମୟରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋୟଲ ରାୟଗଡ଼ା ଡିଭିଜନ ନେଇ ଘୋଷଣା କରିଥିଲେ। ଏଥିସହିତ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ଏପ୍ରିଲ ପହିଲାରେ ଏହାର ପ୍ରତିଷ୍ଠା ନେଇ ମଧ୍ୟ ଘୋଷଣା ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ରେଳ ଡିଭିଜନ ନିର୍ମାଣ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବେ ନିର୍ମାଣ ଆରମ୍ଭ ହେବ, ସେ ନେଇ କୌଣସି ଠିକ୍‌ ତଥ୍ୟ କାହା ନିକଟରେ ନାହିଁ । ଅପରପକ୍ଷେ ୨୦୨୧ ଅଗଷ୍ଟ ୨୦ରେ ଜିଲା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ଗସ୍ତ ପରେ ରେଳ ଡିଭିଜନ କାର୍ଯ୍ୟ ଆଗକୁ ବଢ଼ିବା ନେଇ ଆଶା ଦେଖାଦେଇଥିଲା । ହେଲେ ବର୍ତ୍ତମାନ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ ।
ସୂଚନାଯୋଗ୍ୟ, ଡିଭିଜନ ନିର୍ମାଣ ପାଇଁ ସ୍ଥାନ ନିରୂପଣଠାରୁ ଆରମ୍ଭକରି ଫାଇଲ୍‌ କାମ ଶେଷ ହୋଇଯାଇଛି । ତେବେ ଡିଭିଜନ ପାଇଁ ସମ୍ପୂର୍ଣ୍ଣ ଡିପିଆର୍‌ ରେଳବାଇ ବୋର୍ଡର ହସ୍ତଗତ ହୋଇ ନ ଥିବାରୁ ବିଳମ୍ବ ହେଉଥିବା ରାଜନୈତିକ ମହଲରେ ଅଭିଯୋଗ କରାଯାଉଛି । ଡିଭିଜନ ନିର୍ମାଣ ପାଇଁ ୩୮୦ କୋଟି ଟଙ୍କା ଖର୍ଚ୍ଚ ନେଇ ତାଲିକା ରେଳ ବିଭାଗ ପ୍ରସ୍ତୁତ କରିଥିଲା । ୨୦୨୦ ବଜେଟରେ ୧୭୦ କୋଟି ଟଙ୍କା ପ୍ରଦାନ ନେଇ ବିଚାର କରାଯାଇଥିଲା । କିନ୍ତୁ ୨୦୨୦-୨୧ ବଜେଟରେ ଟଙ୍କାଟିଏ ମଧ୍ୟ ଏହି ଡିଭିଜନ ପାଇଁ ଖର୍ଚ୍ଚ ହୋଇନାହିଁ । ଅପରପକ୍ଷରେ ୧୭୦ କୋଟି ମଞ୍ଜୁର ହୋଇଥିଲେ ମଧ୍ୟ ବଜେଟରେ ମାତ୍ର ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ମାତ୍ର ୩ କୋଟି ଟଙ୍କା ପ୍ରଦାନ କରାଯିବା ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?