ଦୁବାଇରେ ୪ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ରାଜନଗର,୨୪ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ବହୁ ବେକାରୀ ଯୁବକ ପରିବାର ପ୍ରତିପୋଷଣ ପାଇଁ ଦୁବାଇ ସମେତ ଦେଶ ବାହାରକୁ କାମ ଅନ୍ବେଷଣରେ ଯାଇଛନ୍ତି। ଯୁବକମାନଙ୍କୁ କାମ ଧନ୍ଧା ଯୋଗାଇ ଦେବାକୁ କହି ଟୁରିଷ୍ଟ ଭିସାରେ ମାନବ ଚାଲାଣକାରୀ ଠିକାଦାରମାନେ କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳରେ ସେମାନଙ୍କର କାୟା ବିସ୍ତାର କରିଛନ୍ତି। ସେମାନଙ୍କ ଜାଲରେ ଫସିଛନ୍ତି ରାଜନଗର ଅଞ୍ଚଳର ଯୁବକମାନେ। ମାନବ ଚାଲାଣକାରୀ ଠିକାଦାର ଦୁବାଇରେ ନେଇ ଯୁବକମାନଙ୍କୁ ପହଞ୍ଚାଇ ଦେବା ପରେ ଚୁକ୍ତି ମୁତାବକ କାମ ନ ଦେବା, ଠିକ୍‌ ଭାବେ ଖାଇବା ଓ ପିଇବାକୁ ନ ଦେଇ ନିର୍ଯାତନା ଦେଉଥିବା ନେଇ ରାଜନଗର ଥାନାରେ ସେମାନଙ୍କ ପତ୍ନୀମାନେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ରାଜନଗର ଥାନା ଅନ୍ତର୍ଗତ ଡେରା ପଞ୍ଚାୟତ ଧୋବେଇଗଡ଼ଗାଁର ବୃନ୍ଦାବନ ସ୍ବାଇଁ। ରାଜନଗରରେ କାମ ଧନ୍ଦା ସବୁ ସମୟରେ ପାଉ ନ ଥିଲେ। ଗୁହାଳକଣି ଗାଁର ମାନବ ଚାଲାଣକାରୀ ଠିକାଦାର ରତ୍ନାକର ଦାସ ତାଙ୍କୁ ଦୁବାଇରେ କୁଶଳୀ ଶ୍ରମିକ ଭାବେ କାମ ଦେବା ସହ ମାସିକ ୧୨ ହଜାର ଦୁବାଇ କରେନ୍ସି ଦେବାକୁ ଚୁକ୍ତି କରି ପଠାଇ ଥିଲେ। ଏଥିପାଇଁ ରତ୍ନାକର ବୃନ୍ଦାବନଙ୍କଠାରୁ ନଗଦ ୭୫ ହଜାର ଟଙ୍କା ନେବା ସହ ଏକ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ଟୁରିଷ୍ଟ ଭିସାରେ ଦୁବାଇ ପଠାଇ ଥିଲେ। ସେଠାରେ ଭିସାର ଅବଧି ସରିବା ପୂର୍ବରୁ କମ୍ପାନୀ ଭିସା ଦେବ ବୋଲି ସେ କହିଥିଲେ। ଚଳିତମାସ ୫ ତାରିଖରେ ବିମାନ ଯୋଗେ ବୃନ୍ଦାବନ ଓ ତାଙ୍କ ସାଙ୍ଗରେ ବାଲିଝାରିର ଦେବେନ୍ଦ୍ର ଜେନା, ଖଣ୍ଡିଆପଡ଼ାର ରତିକାନ୍ତ ମଲ୍ଲିକ ଓ ଚକ୍ରଧରପୁରର ଅନ୍ୟ ଜଣେ ଯୁବକ ଦୁବାଇ ଯାଇଥିଲେ। ୬ ତାରିଖ ୧୦ଟାରେ ବିମାନ ବନ୍ଦରରୁ ଅମୀର ନାମକ ଜଣେ ବ୍ୟକ୍ତି ଏମାନଙ୍କୁ ଆସି ନେଇଥିଲେ। କ୍ୟାବ ଅଫିସକୁ ନେବା ବଦଳରେ ଏକ ଭଡ଼ାଘରେ ନେଇ ନେଇ ରଖିଥିଲେ। ଭଡ଼ାଘରେ ଏମାନଙ୍କୁ ରଖିଦେଇ ଅମୀର ଆଉ ପାଖକୁ ଆସି ନ ଥିଲେ। ଏମାନେ ନେଇଥିବା ଟଙ୍କା ୨ରୁ୩ ଦିନ ମଧ୍ୟରେ ସରିଯିବା ପରେ ବମ୍ବେ ଅଫିସକୁ ଫୋନ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇ ଥିଲେ। ବମ୍ବେ ଅଫିସ କିଛି ଟଙ୍କା ଖାଇବା ପାଇଁ ଏମାନଙ୍କ ପାଖକୁ ପଠାଇ ଥିଲା। ଏହା ସରିଯିବା ପରେ ଦାଦନ ଯୁବକମାନେ ହା ହତାଶ ଏବଂ ଆଶଙ୍କା ଭିତରେ ଦିନ କାଟୁଛନ୍ତି। ବୃନ୍ଦାବନଙ୍କ କହିବା କଥା ହେଲା, ତାଙ୍କୁ କୁଶଳୀ ଶ୍ରମିକ ଭାବେ କାରପେଣ୍ଟର କାମ ଅଲ ଆଜିଜା କମ୍ପାନୀରେ ଦେବା ପାଇଁ ଚୁକ୍ତି କରି ମଣିଷ ଚାଲାଣ ସର୍ଦ୍ଧାର ପଠାଇ ଥିଲେ। ମାତ୍ର ଏଠାରେ ସେ କମ୍ପାନୀରେ କାମ ନ ଥିବା ବେଳେ ଅନ୍ୟ ଏକ କମ୍ପାନୀରେ ଆମକୁ ସୁଇପର କାମ କରାଉଛନ୍ତି। ଆମେ ସଫେଇ କାମ କରିବୁ ନାହିଁ ବୋଲି କହିବାରୁ ଅମୀର ଆମକୁ ଗାଳିଗୁଲଜ କରିବା ସହ ମାରିବାକୁ ଧମକ ଦେଉଛନ୍ତି। ଆମେ ଦୁବାଇ ଆସିଥିବା ଟୁରିଷ୍ଟ ଭିସାର ଅବଧି ଗୁରୁବାର ସରିଯାଇଛି। ଆମକୁ କମ୍ପାନୀ ପକ୍ଷରୁ ଭିସା ଦିଆଯାଉନି କିମ୍ବା ଆମକୁ ଏଠାକୁ ପଠାଇଥିବା ମାନବ ଚାଲାଣକାରୀ ଠିକାଦାର ଫୋନ ରିସିଭ କରୁନାହାନ୍ତି ବୋଲି ବୃନ୍ଦାବନ ଟେଲିଫୋନ ଯୋଗେ ପତ୍ନୀ ସାରିତି ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସାରିତି ରାଜନଗର ଥାନାରେ ଠିକାଦାର ତାଙ୍କ ସହ କରିଥିବା ଚୁକ୍ତିପତ୍ରର ନକଲ ସହ ଅଭିଯୋଗ କରିଛନ୍ତି। ମୋ ସ୍ବାମୀଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି। ତାଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ସହ ଠିକାଦାର ନେଇଥିବା ଅର୍ଥ ଫେରସ୍ତ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବାଲିଝାରିର ଦେବେନ୍ଦ୍ର ଜେନାଙ୍କ ସ୍ତ୍ରୀ ଜିତୁଲତା ଜେନା ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଅଭିଯୋଗ କରିବା ସହ ଦୁବାଇରେ ମୋ ସ୍ବାମୀଙ୍କୁ କୌଣସି କାମ ଦିଆ ନ ଯାଇ ନିର୍ଯାତନା ଦିଆଯାଉଛି। ସେଠାରେ ମୋ ସ୍ବାମୀଙ୍କୁ ମାତ୍ର ଗୋଟିଏ ଓଳି ଖାଇବାକୁ ମିଳୁଛି। ମୋ ସ୍ବାମୀଙ୍କ ଦୁଃସମୟରେ ପରିବାର ଓ ବୃଦ୍ଧ ଶ୍ୱଶୁର ମାନସିକ ଚାପରେ ଅଛୁ। ତୁରନ୍ତ ମୋ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରେ ଅଭିଯୋଗ ମିଳିଛି। ଏ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?