୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ

ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର ଗୁଦଗୁଦା, ସରଧାପାଲି(ହୋତାପାଲି), ଫବସିପାଲି ଓ ଭାଲୁଡୁଙ୍ଗୁରୀ(କଲନିପଡା) ଗ୍ରାମର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ନାଁ ଶୁଣୁଛି ପ୍ରଶାସନ ନାଁ ଜନପ୍ରତିନିଧି।
ବୀରମହାରାଜପୁର-ଅମରପାଲି ପୂର୍ତ୍ତ ବିଭାଗ ରାସ୍ତାର ଅମରପାଲି ହାଇସ୍କୁଲ ଛକ ନିକଟରୁ ଗୁଦଗୁଦା ଗ୍ରାମ ଶେଷ ସୀମା ପର୍ଯ୍ୟନ୍ତ ଦୂରତା ପ୍ରାୟ ୩କିଲୋମିଟର। ମାତ୍ର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ। ଉକ୍ତ ରାସ୍ତା ଦେଇ ଗୁଦଗୁଦା ସମେତ ଲୁତୁରପଙ୍କ, କେନଝିରିଆପାଲି, ଖଣ୍ଡହତା, ଦୁର୍ଜନତୈଲା, କୋଟସମଲାଇ ପଞ୍ଚାୟତ ଏବଂ ପଡୋଶୀ ସମ୍ବଲପୁର ଜିଲାର ଗରଗଡବାହାଲ, ଚାରମାଲ, ବଂଶାଜାଲ ଆଦି ପଞ୍ଚାୟତର ଲୋକେ ରେଢାଖୋଲକୁ ଯିବା ଆସିବା କରିଥାନ୍ତି। ବର୍ଷାଦିନେ ଉକ୍ତ ରାସ୍ତାରେ ଯାତାୟତ ବ୍ୟାହତ ହୋଇପଡେ। ଗୁଦଗୁଦା ଗଁ ମୁଣ୍ଡରେ ଥିବା ଏକ ନାଳ ଉପର ପୋଲ ଭାଙ୍ଗି ଯାଇଛି। ଏଣୁ ଚାରିଚକିଆ ଯାନବାହାନ ଯିବା ଆସିବାରେ ସମସ୍ୟା ହେଉଛି। ଦୀର୍ଘଦିନ ହେଲା ଗ୍ରାମକୁ ପିଚୁରାସ୍ତା ପାଇଁ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନୁରୂପ ଅବସ୍ଥା ସୁର୍ଦ୍ଧାପାଲି(ହୋତାପାଲି) ଗ୍ରାମର। ଗ୍ରାମରେ ୭୦ ପରିବାର ରହୁଛନ୍ତି। ଗ୍ରାମର ଗୋଟିଏ ପାଶର୍‌ବକୁ ଦୁର୍ଜନତୈଲା ଓ ଅନ୍ୟପାଶର୍‌ବକୁ ଦାଦରପାଲିରୁ ରାସ୍ତା ସଂଯୋଗ ହୋଇଛି। ମାତ୍ର ଉଭୟ ପାଶର୍‌ବରୁ ପ୍ରଧାନମନ୍ତ୍ରୀ ସଡକ କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ପିଚୁ ରାସ୍ତା ସଂଯୋଗ ହୋଇନାହିଁ। ଗାଁ ମୁଣ୍ଡରେ ଥିବା ପୋଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଦାଦରପାଲି ସ୍କୁଲ, ଅମରପାଲି ହାଇସ୍କୁଲ, ଭୁତିଆପାଲି କଲେଜ, ପଞ୍ଚାୟତ କାର୍ଯ୍ୟାଳୟ,ଡାକଘର, ବ୍ୟାଙ୍କ, ବଜାର ଆଦି ଅନ୍ୟ ସ୍ଥାନକୁ ଯିବାକୁ ଅସୁବିଧା ହେଉଥିବା ୱାର୍ଡସଭ୍ୟ ସୁରେଶ ମିଞ୍ଜ ପ୍ରକାଶ କରିଛନ୍ତି। ଗ୍ରାମକୁ ଉଭୟ ପାଶର୍‌ବରୁ ୩ କିମି ଲେଖାଏ ପକ୍କା ରାସ୍ତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅମରପାଲି-ଠେଙ୍ଗ ଡ୍ୟାମ ରାସ୍ତାର ଗୌଡଗାଡ ମନ୍ଦିରଠାରୁ ଫବସିପାଲି ଗ୍ରାମକୁ ଲୋକେ ଯିବା ଆସିବା କରନ୍ତି। ମାତ୍ର ଉକ୍ତ ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଲୋକେ ଚାଷ ଜମି ହିଡରେ ପ୍ରାୟ ୨କିମି ଯିବା ଆସିବା କରୁଛନ୍ତି। ବୀରମହାରାଜପୁର -ଅମରପାଲି ପୂର୍ତ୍ତ ବିଭାଗ ରାସ୍ତାରୁ ଭାଲୁଡୁଙ୍ଗୁରୀ(କଲନିପଡା)କୁ ଦୂରତା ୨କିମି। ଗ୍ରାମରେ ପ୍ରାୟ ୭୦ ପରିବାର ବାସ କରନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ପ୍ରଶାସନ ଉକ୍ତ ଗ୍ରାମ ଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ନିର୍ମାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?