୪ ଶିକ୍ଷକଙ୍କୁ ୧୪ ପିଲା,ତଥାପି ଅବହେଳା : ଉପାନ୍ତ ଅଞ୍ଚଳ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟତିକ୍ରମ

ମୋରଡ଼ା,୧୩ା୯(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଏହି  ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତ ମୋରଡ଼ା ଏବଂ ବାରିପଦା ବ୍ଲକ ସୀମାରେ ଅବସ୍ଥିତ। ଉକ୍ତ ପଞ୍ଚାୟତରେ ନାହାଶୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ଦାୟିତ୍ୱହୀନତା ଓ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ବିଦ୍ୟାଳୟରେ ବାଲବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ମାତ୍ର ୧୪ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ। ପ୍ରଥମ, ଦ୍ୱିତୀୟ ଏବଂ ଅଷ୍ଟମ ଶ୍ରେଣୀରେ ଆଦୌ ପିଲା ନ ଥିବା ବେଳେ ବାଲବାଟିକା, ତୃତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ ଶ୍ରେଣୀରେ ଯଥାକ୍ରମେ ୪,୧,୨,୪,୧ ଏବଂ ୨ ଜଣ ପିଲା ପାଠ ପଢୁଛନ୍ତି l ରତିକାନ୍ତ ସାହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାବେଳେ ସହକାରୀ ଶିକ୍ଷକ ଭାବେ ହରେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ଘୋଷ ଏବଂ ଶିକ୍ଷୟିତ୍ରୀ ଜସ୍ମିନ ମାର୍ଣ୍ଡି କାର୍ଯ୍ୟରତ ଅଛନ୍ତି। ତେବେ ୪ଜଣ ଶିକ୍ଷକ ଥିବା ସତ୍ତ୍ୱେ ଏଠାରେ ପାଠ ପଢ଼ାରେ ବ୍ୟତିକ୍ରମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୁକ୍ରବାର  ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜାସ୍ମିନ ମାର୍ଣ୍ଡି ଠିକ୍‌ ସମୟରେ ପହଞ୍ଚତ୍ ଗୋଟିଏ ଶ୍ରେଣୀ ଗୃହରେ ପିଲାଙ୍କୁ ଶିକ୍ଷାଦାନ କରୁଥିବା ବେଳେ ଅନ୍ୟ ଶ୍ରେଣୀ ଗୃହରେ ଥିବା ପିଲାମାନେ ବସି ରହିଥିବା ଦେଖିବାକୁ ମିଳିଥିଲା। ପ୍ରଧାନ ଶିକ୍ଷକ ସାହୁଙ୍କ ସହିତ ଅନ୍ୟ ୨ଜଣ ଶିକ୍ଷକ ହରେନ୍ଦ୍ର ମହାନ୍ତ ଏବଂ ଦେବେନ୍ଦ୍ର ଘୋଷ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସି ନ ଥିଲେ। ପ୍ରଧାନ ଶିକ୍ଷକ ସାହୁ ପୂର୍ବାହ୍ନ ୧୧ଟା ୧୭ ମିନିଟ ସମୟରେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଏବାବଦରେ ତାଙ୍କୁ ପଚାରିବାରୁ ଘର କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ଆସିବାକୁ ବିଳମ୍ବ ହୋଇଛି କିନ୍ତୁ ବିଳମ୍ବରେ ଆସିବା କଥା ବିଇଓଙ୍କୁ ଜଣାଇ ନ ଥିଲେ ବୋଲି ସେ କହିଛନ୍ତି।
ସେହିପରି ସହକାରୀ ଶିକ୍ଷକ ଘୋଷ ଛୁଟିରେ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ହରେନ୍ଦ୍ର ମହାନ୍ତଙ୍କ ବିଦ୍ୟାଳୟରେ ଆଦୌ ଦେଖା ମିଳି ନ ଥିଲା l ତେବେ ସେ ଶୁକ୍ରବାର ଛୁଟିରେ ରହିବେ ବୋଲି ୧୦ଟା ୫୨ ମିନଟ ସମୟରେ ହ୍ବାଟ୍ସଆପ ଯୋଗେ ଜଣାଇଥିଲେ। ତେଣୁ ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷକ ଥିବା ସତ୍ତ୍ୱେ ଜଣେ ମାତ୍ର ଶିକ୍ଷୟିତ୍ରୀ ନିୟମିତ ଶିକ୍ଷାଦାନ କରୁଛନ୍ତି। ସେପଟେ ଶିକ୍ଷକ ହରେନ୍ଦ୍ର ମହାନ୍ତ ପ୍ରାୟ ସବୁଦିନ ପୂର୍ବାହ୍ନ ୧୧ଟା ବା ପରେ ଆସନ୍ତି ଏବଂ ଅପରାହ୍ନ ୩ଟା ପରେ ବିଦ୍ୟାଳୟରୁ ଚାଲି ଯାଆନ୍ତି ବୋଲି ଛାତ୍ରୀଛାତ୍ର କହିଛନ୍ତି। ତାଙ୍କ ବିରୋଧରେ କାହଁିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି l ସେପଟେ ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବା ବେଳେ ମାତ୍ର ୧୪ ଜଣ ପିଲାଙ୍କ ପାଇଁ ୪ ଜଣ ଶିକ୍ଷକ ଥିବାରୁ ଏଠାରୁ ଅତିକମ୍‌ରେ ୨ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯିବାର ଆବଶ୍ୟକତା ରହିଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ବିଜୟ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଉକ୍ତ ଘଟଣାକୁ ସେ ଗୁରୁତର ସହିତ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବେ ଏବଂ କିଛି ଶିକ୍ଷକଙ୍କ ଏଠାରୁ ବଦଳି କରିବେ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?