Posted inଜାତୀୟ

ବସ୍‌ ସହ ୪ ଯାତ୍ରୀ ଦଗ୍ଧ, ୨୦ ଆହତ

କଟ୍ରା,୧୪।୫: ଜମ୍ମୁ-କଶ୍ମୀରର କଟ୍ରା ନିକଟରେ ଶୁକ୍ରବାର ଏକ ତୀର୍ଥଯାତ୍ରୀ ବସ୍‌ରେ ନିଆଁ ଲାଗିଯିବାରୁ ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୈଷ୍ଣୋଦେବୀକୁ ତୀର୍ଥଯାତ୍ରୀ ନେଇଯାଉଥିବା ବସ୍‌ର ଇଞ୍ଜିନରୁ ନିଆଁ ଲାଗି ପରେ ସମ୍ପୂର୍ଣ୍ଣ ବସ୍‌ ଜଳିଯାଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି। ବସ୍‌ଟି କଟ୍ରାରୁ ଜମ୍ମୁ ଯାଉଥିବାବେଳେ ଖର୍ମାଲଠାରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଟ୍ରା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କ ଜୀବନ ଯାଇଥିଲା। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଘଟଣାରେ ଶୋକବ୍ୟକ୍ତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ବଡ ଉପହାର ଦେଲେ ମୋଦି

କୋଲକତା,୨୨।୨: ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗକୁ ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗବାସୀ ନିଷ୍ପତ୍ତି...

ଅକ୍ଟୋବର ୩ରେ ଅଟଳ ଟନେଲର ଲୋକାର୍ପଣ

ରୋହତଙ୍ଗ, ୧।୧୦: ଅକ୍ଟୋବର ୩ ପୂର୍ବାହ୍ନ ୧୦ଟାରେ ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ଅଟଳ ଟନେଲର ଲୋକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିବେ।...

କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ...

ଲକ୍‌ଡାଉନ୍‌କୁ ଭୟ ନାହିଁ, ଦେଶରେ ମହଜୁଦ୍‌ ରହିଛି ଖାଦ୍ୟ-ଔଷଧ-ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

ପଶ୍ଚିମବଙ୍ଗରେ ଭାଜପାକୁ ଝଟ୍‌କା

କୋଲକାତା,୨୧ ।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ପ୍ରତିଦିନ ଏଠାରୁ କିଛି ନା...

ମଣିପୁରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଶଶୀ ଥରୁର୍‌ଙ୍କ ଦାବି

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଥରୁର୍‌ କହିଛନ୍ତି,...

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଟିଏମ୍‌ସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଂସଦୀୟ ଦଳ ଅଧ୍ୟକ୍ଷା ହେବାକୁ ଯାଉଛନ୍ତି। ଟିଏମ୍‌ସି ସୁପ୍ରିମୋଙ୍କ ସୋମବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ...

ଓଡ଼ିଆରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୪: ଷ୍ଟାଫ୍‌ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍‌ଏସ୍‌ସି ଏମ୍‌ଟିଏସ୍‌) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍‌ଏସ୍‌ଏଲ୍‌ଇ),୨୦୨୨ ହିନ୍ଦୀ, ଇଂଲିଶ...

Advertisement
Archives

Model This Week