Posted inଖେଳ

ଶୁଟିଂରେ ଭାରତକୁ ଆଉ ୪ ପଦକ

ଚେଙ୍ଗ୍‌ଡ଼ୁ, ୨।୮: ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଶୁଟିଂ ଇଭେଣ୍ଟରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଏହି ଇଭେଣ୍ଟରୁ ଭାରତ ଆଉ ୪ ପଦକ ହାସଲ କରିଛି। ଫଳରେ ମୋଟ ୨୧ (୧୧ ସ୍ବର୍ଣ୍ଣ, ୪ ରୌପ୍ୟ, ୬ ବ୍ରୋଞ୍ଜ୍‌) ପଦକ ସହ ଭାରତ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ପ୍ରତିଯୋଗିତାର ୪ର୍ଥ ଦିବସରେ ଭାରତ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍‌ ଇଭେଣ୍ଟରୁ ପ୍ରଥମ ପଦକ ହାସଲ କରିଥିଲା। ବରୁଣ ତୋମାର, ଅର୍ଜୁନ ସିଂ ଚିମା ଓ ଅନମୋଲ ଜୈନଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥିରୁ କୋରିଆ ସ୍ବର୍ଣ୍ଣ ଓ ଚାଇନା ରୌପ୍ୟ ପଦକ ପାଇଥିଲା। ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ୍ସ ମହିଳା ଇଭେଣ୍ଟରେ ଭାରତୀୟ ବିଶ୍ୱବିଦ୍ୟାଳୟ ଶୁଟରମାନେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ଏଥିରେ ଭାରତର ସିଫ୍ଟ କୌର ଶର୍ମା ସ୍ବର୍ଣ୍ଣ, ଆଶି ଚୌକସେ ରୌପ୍ୟ ଓ ଚାଇନାର ଜେରୁ ଓ୍ବାଙ୍ଗ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ଭାରତୀୟ ମହିଳାମାନେ ଆଧିପତ୍ୟ ବିସ୍ତାର କରି ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତ ପକ୍ଷରୁ ମନିଶ କୌଶିକ, ଆଶି ଚୌକସେ ଓ ସିଫ୍ଟ କୌର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳ ଫାଇନାଲରେ ଚାଇନାକୁ ପରାସ୍ତ କରିଥିଲା। ଚେକ୍‌ ରିପବ୍ଲିକ୍‌ ବ୍ରୋଞ୍ଜ ପଦକ ପାଇଥିଲା।
ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଆଥ୍‌ଲେଟିକ୍ସ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଶଟ୍‌ପୁଟ୍‌ରେ ଶିକ୍ଷା ୧୪.୪ ମିଟର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମାତ୍ର ଫେଭରାଇଟ ନିଧି ପାଓ୍ବାୟା ବିଫଳ ହୋଇଛନ୍ତି। ମହିଳା ଲଙ୍ଗ୍‌ଜମ୍ପରେ ଭାରତର ଭବାନୀ ଯାଦବ ଭଗବତୀ ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ୪୦୦ ମିଟର ହର୍ଡଲ୍ସରେ ଦିବ୍ୟା ଜୟରାମ ସେମିଫାଇନାଲରେ ଏବଂ ମହିଳା ୧୦୦ ମିଟର ହିଟ୍ସରେ ଅବନ୍ତିକା ସନ୍ତୋଷ ନରାଲେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବ୍ୟାଡ୍‌ମିଣ୍ଟନ ମିକ୍ସଡ ଟିମ୍‌ ଗ୍ରୁପ୍‌ ‘ସି’ରେ ଭାରତ ୫-୦ରେ ସୁଇଜରଲାଣ୍ଡକୁ ପରାସ୍ତ କରିଛି। ମିକ୍ସଡ ଟିମ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ-୨ରେ ଭାରତ ୩-୦ରେ ବ୍ରାଜିଲକୁ ହରାଇଛି। ଦୀପ୍‌ ରୋହିତ ରାମ୍ଭିୟାଙ୍କୁ ସାଥିକରି ଓଡ଼ିଶାର ଋତପର୍ଣ୍ଣା ପଣ୍ଡା ଉଭୟ ସୁଇଜରଲାଣ୍ଡ ଓ ବ୍ରାଜିଲ ବିପକ୍ଷରେ ବିଜୟୀ ହୋଇଥିଲେ। ସୁଇଜରଲାଣ୍ଡ ବିପକ୍ଷ ମହିଳା ଡବଲ୍ସରେ ତାଙ୍କର ପାର୍ଟନର ଥିଲେ ଭଉଣୀ ଶ୍ୱେତପର୍ଣ୍ଣା ପଣ୍ଡା। ପଦକ ବିଜୟୀ ଶୁଟରଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri