ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଖବରପାଇ ଜିଲାପାଳ ମଧୁମିତା ରଥ ବିକ୍ଷୋଭକାରୀଙ୍କ ପାଖରେ ପହଞ୍ଚି ବୃଦ୍ଧାବୃଦ୍ଧଙ୍କ ଅଭିଯୋଗ ଶୁଣିଥିଲେ। ଖାଇବାରେ ସମସ୍ୟା ଓ ଔଷଧ କିଣିବାରେ ସମସ୍ୟା ପରି ଦୁଃଖ ଶୁଣି ଯୁଦ୍ଧକାଳୀନ ଭିତିିରେ ଫେବୃଆରୀ ଭିତରେ ୪ମାସର ଭତ୍ତା ଯୋଗାଇ ଦେବେବୋଲି ପ୍ରତିିଶୃତି ଦେବାପରେ ପ୍ରାୟ ଅଧ ଘଣ୍ଟାଏ ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ବାଲୁଗଁାର ଦାଶରଥି ଜେନା ଓ ବସନ୍ତ ମିଶ୍ର କୁହନ୍ତି, ବୟସ ହୋଇଗଲେ ବୃଦ୍ଧା ବୃଦ୍ଧ ଘରେ ଆଲୋଡା ହୋଇ ପଡନ୍ତି।

ଆମମାନଙ୍କର ଖର୍ଚ୍ଚ ଉଠାଇବାକୁ ପୁଅ ବୋହୂ କୁନ୍ଥୁକୁନ୍ଥୁ ହୁଅନ୍ତି। କିଛି ପୁଅ ବୋହୂ ଲୋକ ଦେଖାଣିଆ ପଚାରନ୍ତି ଆଉ ଅନେକ ପଚାରନ୍ତି ନାହିଁ। ଏଭଳି ସମୟରେ ସରକାର ବୃଦ୍ଧାବୃଦ୍ଧଙ୍କ ପାଇଁ ପେନସନ ଚଳିବା ପାଇଁ ସୁବିଧା ହୋଇଥାଏ। ତେବେ ଗତ ନଭେମ୍ବରରୁ- ଫେବୃଆରୀ ପର୍ଯ୍ୟନ୍ତ ଭତ୍ତା ଆମ୍ଭକୁ ମଳି ନାହିଁ। ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦୌଡି ଥିଲେ ମଧ୍ୟ ସୁଫଳ ପାଇଲୁ ନାହିଁ। ବ୍ୟାଙ୍କର ଆଇଏଫଏସ୍‌ସି କୋର୍ଡ ବଦଳି ଥିବାରୁ ଏପରି ସମସ୍ୟା ହୋଇଥିବା କୁହାଯାଉଛି। ତେବେ କଣ ୪ ମାସ ଧରି ସମସ୍ୟା ସମାଧାନ ହେଉ ନାହିଁ। ବ୍ଲକରେ କାଗଜାତ ଠିକ୍‌ରେ ହେଉ ନ ଥିବାରୁ ଭତ୍ତା ମିଳୁ ନ ଥିବା ଶୁଣିବାକୁ ପାଇଲୁ ନାହିଁ। ୪ମାସ ଅପେକ୍ଷା ପରେ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ବାଧ୍ୟ ହୋଇ ଆସି ବିକ୍ଷୋଭ କରିଥିଲୁ। ହେଲେ ଆମ ବିକ୍ଷୋଭ ଖବର ଶୁଣି ଜିଲାପାଳ ଆପେ ଆପେ ଆସି ଆମ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ବିକ୍ଷୋଭ ପ୍ରତ୍ୟହାର କରି ନେଲୁ।
ଲାଠିପଡାର ବିକ୍ରମ ସାହୁ କୁହନ୍ତି, ଆମ ଗଁାର ୨୦ରୁ ଊର୍ଦ୍ଧ୍ୱ ବୃଦ୍ଧା ବୃଦ୍ଧ ୪ମାସର ଭତ୍ତା ପାଇ ନ ଥିବାରୁ ନୟାଗଡ଼ ବିଡିଓଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲୁ। ହେଲେ ବହୁ ସମୟ ଧରି ଅପେକ୍ଷା ପରେ ବିଡିଓଙ୍କ ଦେଖାପାଇଲୁ ନାହିଁ। ଏଣୁ ଜିଲାପାଳଙ୍କୁ ଭେଟିବାକୁ ଆସି ଅଭିଯୋଗ କରି ଆଶ୍ୱସନା ପାଇ ଫେରିଛୁ ବୋଲି କହିଛନ୍ତି। ବାଲୁଗଁାର ଅନ୍ନପୂର୍ଣ୍ଣା ଜେନା କୁହନ୍ତି, ସରକାରଙ୍କର ଭତ୍ତା ଆମକୁ ଜୀବନ ଜୀବିକା ଦେଇଛି। ୪ମାସ ହେଲା ଭତା ନ ପାଇବାରୁ ଅଭିଶପ୍ତ ଜୀବନଯାପନ କରିଲୁଣି। ଆମ ପରି ଲୋକ ବିଡିଓ, ଜିଲାପାଳଙ୍କୁ ଆସି ଅଭିଯୋଗ କରିବାକୁ ଓ ଜିଲାପାଳ ଅଫିସରେ ଆସି ବିକ୍ଷୋଭ କରିବାକୁ ବୟସ ନାହିଁ। ତଥାପି ୪ମାସ ହେଲା ଭତ୍ତା ମିଳି ନ ଥିବାରୁ ବାଧ୍ୟ ହୋଇ ଅଭିଯୋଗ କରି ଆଶ୍ୱସନା ପାଇ ଫେରୁଛୁ। ଫେବୃଆରୀରେ ୪ମାସର ଭତ୍ତା ଅର୍ଥ ନ ମିଳିଲେ ପୁଣି ଜିଲାପାଳଙ୍କ ଅଫିସକୁ ଆସି ଦୁଃଖ ଜଣାଇବୁ ବୋଲି କହିଛୁ ବୋଲିି କହିଛନ୍ତି।

ବାଲୁଗଁା ସରପଞ୍ଚ ମନୋଜ ନାୟକ କୁହନ୍ତି, ବ୍ୟାଙ୍କର ଆଇଏଫଏସ୍‌ସି କୋର୍ଡ ବଦଳିଲେ ଦିନେ ଦୁଇ ଦିନ ଭିତରେ ଏଭଳି ସମସ୍ୟାର ସମାଧାନ ହୋଇଯିବ। ତେବେ ୪ମାସ ହେଲା କ’ଣ ଆଇଏଫଏସ୍‌ସି କୋର୍ଡ ସମସ୍ୟାର ସମାଧାନ ହୋଇ ପାରୁନି। ନୟାଗଡ଼ ବ୍ଲକ ସାମାଜିକ ଶିକ୍ଷା ସଙ୍ଗଠନ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ମୋ ପଞ୍ଚାୟତର ୪ ଶହରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ୪ମାସ ହେଲା ଭତ୍ତା ପାଇ ନାହାନ୍ତି। ଏଭଳି ସମସ୍ୟା ବ୍ଲକର ଅନ୍ୟ କୌଣସି ପଞ୍ଚାୟତରେ ଦେଖା ଯାଇନି। କେବଳ ଲାଠିପଡାରେ ୧୦ରୁ ୧୫ ହିତାଧିକାରୀ ଭତ୍ତା ପାଇ ନ ଥିବା ଜଣାପଡିଛି। ସମ୍ପୃକ୍ତ ଘଟଣାର ତଦନ୍ତ ପାଇଁ ଜିଲାପାଳଙ୍କୁ ନିବେଦନ କରାଯାଇଛି। ଜିଲାପାଳ ମଧୁମିତା ରଥ କୁହନ୍ତି, ବୃଦ୍ଧାବୃଦ୍ଧଙ୍କ ୪ମାସର ଭତ୍ତା ଟଙ୍କା ଫେବୃଆରୀ ଭିତରେ ଯେପରି ପାଇବେ ସେନେଇ ପଦକ୍ଷେପ ନେବି। ବ୍ଲକର ବିଡିଓଙ୍କୁ ଡାକି ଏହାର ତୁରନ୍ତ ସମାଧାନ କରାଯିବ। ଭତ୍ତା ଦେବାରେ ଜାଣିଶୁଣି ହଇରାଣ କରାଯାଇଥିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri