ସପ୍ତାହକରେ କିଡ୍‌ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍‌ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି ଖବର ନାହିଁ। ବହଳପଦର ପଞ୍ଚାୟତରେ ୨ଜଣ, ଦୁର୍ଜନତୈଲା ପଞ୍ଚାୟତରେ ଜଣେ ଓ କୋଟସମଲାଇ ପଞ୍ଚାୟତରେ ଜଣେ ଲେଖାଏ କିଡନୀ ରୋଗରେ ଆଖି ବୁଜିଲେଣି।
ଗତ ଶନିବାର ବହଳପଦର ପଞ୍ଚାୟତ ବଡ଼ମାଳ ଗ୍ରାମର ଯୁବଚାଷୀ ଅଶ୍ୱିନୀ ପ୍ରଧାନ(୩୮)ଙ୍କ କିଡ଼ନୀ ରୋଗରେ ମୃତ୍ୟୁ ଘଟିଥିଲା। ଚାଷ କରି ସେ ପରିବାର ଚଳାଉ ଥିଲେ। ସେହିପରି ରବିବାର ବହଳପଦର ପଞ୍ଚାୟତ କୁହିଦାଦର ଗ୍ରାମର ପ୍ରେମଭକ୍ତି ଭୋଇ(୩୬) ଏହି ରୋଗରେ ଆଖି ବୁଜିଥିଲେ। ସେ ଦୁଇ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ସମ୍ବଲପୁର, ବୁର୍ଲା, କଟକ, ଭୁବନେଶର ଓ ବିଶାଖାପାଟଣାରେ ଚିକିତ୍ସିତ ହେଉଥିଲେ। ନାମ ମାତ୍ର ଚାଷୀ ପ୍ରେମଭକ୍ତିଙ୍କ ମୃତ୍ୟୁରେ ତାଙ୍କ ସ୍ତ୍ରୀ ଓ ମା’ ଏବେ ଅସହାୟ ହୋଇ ପଡିଛନ୍ତି। ଦୁର୍ଜନତୈଲା ପଞ୍ଚାୟତ ମାଳିଦାଦର ଗ୍ରାମର ଯୋଗିନ୍ଦ୍ର ଜଗଦଲା (୫୫)ଙ୍କ ଗତ ଗୁରୁବାର ରାତିରେ କିଡନୀ ରୋଗରେ ମୃତ୍ୟୁ ଘଟିଛି। ସେ ପ୍ରାୟ ୨ ବର୍ଷ ହେଲା କିଡ୍‌ନୀରେ ଆକ୍ରାନ୍ତ ଥିଲେ। ଡାକ୍ତର ତାଙ୍କୁ ଡାଇଲିସିସ କରିବାକୁ କହିଥିଲେ ମଧ୍ୟ ଟଙ୍କା ଅଭାବ ଯୋଗୁ ସେ ଅଧିକ ଚିକିତ୍ସା ହୋଇ ପାରି ନ ଥିଲେ। ତାଙ୍କ ପୁଅ ଦୁଇ ପୁଅ ଦାଦନ ଯାଇ ସେହି ଟଙ୍କାରେ ବାପାଙ୍କ ଚିକିତ୍ସା କରାଉଥିଲେ। ସେହିପରି କୋଟସମଲାଇ ପଞ୍ଚାୟତର ସର୍ବାଧିକ କିଡନୀ ପ୍ରଭାବିତ ସୁନାପାଲି ଗ୍ରାମରେ ଭରତ ଭୋଇ (୩୧)ଙ୍କ ଗତ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଭରତ ପ୍ରାୟ ୬ ମାସ ହେଲା କିଡନୀ ଆକ୍ରାନ୍ତ ଥିଲେ। ସେ ଦିନ ମଜୁରି କରି ପରିବାର ଚଳାଉ ଥିଲେ। ୫ ମାସ ପୂର୍ବରୁ ତାଙ୍କ ମା’ ଜାହ୍ନବୀଙ୍କ କିଡନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ ବର୍ଷେ ମଧ୍ୟରେ ତାଙ୍କ କାକା ବିରଞ୍ଚି ଭୋଇ ଓ ବଡ଼ଭାଇ ଲୋକନାଥ ଭୋଇଙ୍କ ମଧ୍ୟ କିଡନୀ ରୋଗରେ ମୃତ୍ୟୁ ଘଟିଛି। ତେବେ ଅଞ୍ଚଳରେ କିଡନୀ ରୋଗରେ ଲୋକଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ବେଚ୍ଛାସେବୀ ଆଇନଜୀବୀ ଆଶ୍ରୟ ମହାନନ୍ଦ ଅଭିଯୋଗ କରିଛନ୍ତି। ସପ୍ତାହେ ମଧ୍ୟରେ ୪ ଜଣଙ୍କ ଜୀବନ କିଡନୀ ରୋଗରେ ଯାଇଥିଲେ ମଧ୍ୟ ତାଙ୍କ ପାଖରେ ଏନେଇ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଉଷାରାଣୀ ଦାସ। ତେବେ ଏନେଇ ତଦନ୍ତ କରି ଯାହା କିଛି ହୋଇପାରିବ କରାଯିବ ବୋଲି କହିଛନ୍ତି। କିଡନୀ ରୋଗରେ ମୃତକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri