ପାର୍ବଣରେ ଚଢାଉ: ଧରାପଡ଼ିଲେ ୪ ମଦ ବେପାରୀ

ଧାମନଗର,୨୦।୧୦(ସନ୍ତୋଷ କୁମାର ମହାପାତ୍ର): ପାର୍ବଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଉପଅଧୀକ୍ଷକ ଅନିତା ପ୍ରଧାନ, ଭ୍ରାମ୍ୟମାଣ ସ୍କ୍ବାଡ୍‌ ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ମହାନ୍ତିଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଧୁଷୁରୀ ଥାନା ଅଧୀନ ବେତାଳିଗଁା ଓ ଆରଡ଼ି ବଜାର ଅଞ୍ଚଳରେ ଚଢ଼ାଉ କରିଛି।

ଚଢାଉ ବେଳେ ଅଧିକାରୀମାନେ ୪୯.୬୪୦ ଲିଟର ବିଦେଶୀ ମଦ, ୧୩୨.୮୦୦ ଲିଟର ବିଅର, ୧୦ ଲିଟର ଆସ୍କାଫର୍ଟି ଏବଂ ୨ଟି ଫ୍ରିଜ ଜବତ ସହ ୪ ଜଣଙ୍କୁ ଗିରଫ କରିଥିଲେ। ଗିରଫ ବେପାରୀମାନେ ହେଲେ ଧୁଷୁରୀ ଥାନା ଅଧୀନ କୁଳସାହି ଗ୍ରାମର ସୋମନାଥ ସାମଲ, ବେତାଳିଗଁା ଗ୍ରାମର ବାପିନା ମଳିକ ଓ ପଙ୍କଜ ନାୟକ ଏବଂ ଆରଡ଼ି ଗ୍ରାମର ପ୍ରତାପ କୁମାର ପାଢ଼ୀ। ଜବତ ମଦ, ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୪ଟି ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ସନ୍ଦୀପ କୁମାର ପାଢ଼ୀ, ରବି ବେହେରା, ଏଏସ୍‌ଆଇ ପ୍ରହ୍ଲାଦ ସାମଲ, ଦୀପକ ରାଉତ, ସନ୍ତୋଷ ଦାସ, ରମେଶ ନାୟକ, ରଶ୍ମିରେଖା ଜେନା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri