Posted inଖେଳ

ଭାରତର ୪ ଦଳକୁ ମିଳିଲାନି କ୍ଲିୟରାନ୍ସ

ନୂଆଦିଲ୍ଳୀ, ୨୭ା୭ (ପି.ଟି): ଆସନ୍ତା ଏସିଆନ୍‌ ଗେମ୍ସ ୨୦୨୩ରୁ ୪ଟି ଦଳଗତ ଟିମ୍‌କୁ ବାଦ ଦେଇଛି କ୍ରୀଡା ମନ୍ତ୍ରଣାଳୟ। ଭାରତୀୟ ମହିଳା ସଫ୍ଟବଲ୍‌ ଦଳ, ପୁରୁଷ ଓ୍ବାଟର ପୋଲୋ ଦଳ, ପୁରୁଷ ହ୍ୟାଣ୍ଡବଲ ଦଳ ଓ ପୁରୁଷ ଫାଇଭ୍‌ ଏ ସାଇଡ୍‌ ବାସ୍କେଟବଲ୍‌ ଦଳକୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳି ନାହିଁ। ବୁଧବାର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିବା ବେଳେ ସମୁଦାୟ ୧୫ ଦଳଙ୍କୁ ଏସିଆନ୍‌ ଗେମ୍ସ ପାଇଁ ଅନୁମତି ମିଳିଛି। ଏସିଆନ୍‌ ଗେମ୍ସ ଡ୍ର ପାଇଁ ୨୭ ଅନ୍ତିମ ତାରିଖ ରହିଥିବା ବେଳେ ଭାରତୀୟ ଅଲିମ୍ପିକ ମହାସଂଘ(ଆଇଓଏ) ପକ୍ଷରୁ ଆୟୋଜକ କମିଟିକୁ ଚୂଡାନ୍ତ ତାଲିକା ପଠାଯାଇଛି। ମନୋନୀତ ସମସ୍ତ ଦଳଙ୍କୁ ସରକାରଙ୍କ ଖର୍ଚ୍ଚରେ ପଠାଯିବ ବୋଲି କ୍ରୀଡା ନିର୍ଦ୍ଦେଶକ ଏସ୍‌ପିଏସ୍‌ ତୋମର ସୂଚନା ଦେଇଛନ୍ତି।
ଉଭୟ ପୁରୁଷ ଓ ମହିଳା କ୍ରିକେଟ, ହକି, ଫୁଟବଲ, ଭଲିବଲ୍‌ କବାଡି, ଥ୍ରି ଏ ସାଇଡ୍‌ ବାସ୍କେଟବଲ, ଦଳକୁ ଅନୁମତି ପ୍ରଦାନ କରାଯାଇଛି। ଏହା ସହିତ ମହିଳା ହ୍ୟାଣ୍ଡବଲ୍‌, ମହିଳା ରଗ୍‌ବୀ ଓ ମହିଳା ଫାଇଭ୍‌ ଏ ସାଇଡ୍‌ ବାସ୍କେଟବଲ୍‌ ଦଳକୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ମିଳିଛି।ସରକାରଙ୍କ ଏହି ନିଷ୍ପତ୍ତିରେ ଓ୍ବାଟର ପୋଲୋ ଟିମ୍‌ ପକ୍ଷରୁ ନିରାଶାବ୍ୟକ୍ତ କରାଯାଇଛି। ପୁରୁଷ ଓ ମହିଳା ଫୁଟବଲ ଟିମ୍‌କୁ ଶେଷ ମୁହୂର୍ତ୍ତରେ କ୍ଲିଅରାନ୍ସ ମିଳିଥିବା ବେଳେ ଓ୍ବାଟର ପୋଲୋ ଟିମ ଏସିଆର ନବମ ସ୍ଥାନରେ ରହିଛି କିନ୍ତୁ ଦଳକୁ ଅନୁମତି ନ ମିଳିବା ଦୁର୍ଭାଗ୍ୟ ଜନକ ବୋଲି ସନ୍ତରଣ ମହାସଂଘ ଚେୟାରମ୍ୟାନ ମୋନାଲ ଚୋକ୍ସି କହିଛନ୍ତି।
ଅନ୍ୟ ପକ୍ଷରେ ସଫ୍ଟବଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ବିଏଆଇ) ପକ୍ଷରୁ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଥମ ଥର ସଫ୍ଟବଲ୍‌ ମନୋନୀତ ହୋଇଥିବା ବେଳେ ସୋମବାର ଏସ୍‌ବିଏଆଇ ପକ୍ଷରୁ ୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଏଥିରେ ଓଡ଼ିଶାର ଶ୍ୱେତାସିନୀ ଶବର ସାମିଲ ଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ଶୁଣିବାକୁ ପାଇଥିବା ବେଳେ କୌଣସି ଆଧିକାରିକ ଅର୍ଡର ହସ୍ତଗତ ହୋଇ ନାହିଁ ବୋଲି କହିଛନ୍ତି ଏସ୍‌ବିଏଆଇ ସଭାପତି ନୀତଲ ନାରଙ୍ଗ। ସଫ୍ଟବଲ୍‌ ବାଦ ପଡିଥିବାରୁ ଶ୍ୱେତାସ୍ବିନୀ ମଧ୍ୟ ନିରାଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri