ମରାମତି ଅଭାବରୁ ନଷ୍ଟ ହେଲାଣି ୪ ସରକାରୀ ବସ୍‌

ରାୟଗଡ଼ା, ୬।୫ (ସ୍ବ.ପ୍ର.) ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ରାୟଗଡ଼ା ଜୋନ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ପୁଣି ବନ୍ଦ ସ୍ଥିତିକୁ ଆସିଗଲାଣି। ଏହି ଜୋନ୍‌ରେ ଥିବା ୧୧ଟି ବସ୍‌ରୁ ବର୍ତ୍ତମାନ ମାତ୍ର ୭ଟି ଚାଲୁ ରହିଛି। ଅନ୍ୟ ୪ଟି ମରାମତି ଅଭାବରୁ ନଷ୍ଟ ହୋଇଗଲାଣି। ଅନ୍ୟପକ୍ଷରେ ଘରୋଇ ବସ୍‌ ମାଲିକଙ୍କ ଇଙ୍ଗିତରେ ସମୟ ସାରଣୀ ରହିଥିବାରୁ ନିଗମ କ୍ଷତି ସହୁଛି ।
ରାୟଗଡ଼ାରେ ଓଏସ୍‌ଆର୍‌ଟିସି ତରଫରୁ ପୂର୍ବରୁ ଏକ ଜୋନ ଓ ଗ୍ୟାରେଜ ରହିଥିଲା। ବିପୁଳ କ୍ଷତି ହେବାରୁ ରାଜ୍ୟର ଅନ୍ୟ ଜୋନ୍‌ ସହିତ ରାୟଗଡ଼ା ଜୋନକୁ ସରକାର ୨୦୦୦ରେ ବନ୍ଦ କରି ଦେଇଥିଲେ। ପରେ ଓଏସ୍‌ଆରଟିସି ଅନେକ ପରିବର୍ତ୍ତନ କରି ସରକାର ପୁର୍ନବାର ନୂତନ ବସ୍‌ ସହିତ ରୁଟ ପ୍ରଦାନ କରିଥିଲେ। ପରେ ରାୟଗଡ଼ାରେ ୨୦୧୫ରେ ନୂତନ ଜୋନ୍‌ ଆରମ୍ଭ ହୋଇଥିଲା। ସେ ସମୟରେ ୯ଟି ବସ୍‌ ଦିଆଯାଇଥବା ବେଳେ ସେଥିମଧ୍ୟରୁ ୮ଟି ବିଭିନ୍ନ ରୁଟ୍‌ରେ ଚଳାଚଳ କଲା। ଗୋଟିଏ ବସ୍‌କୁ ସଂରକ୍ଷଣ ରଖି କୌଣସି ରୁଟର ବସ୍‌ ମରାମତି ହେଲେ ସେଠାକୁ ଛଡ଼ାଯାଉଥିଲା। ପ୍ରାୟ ୪ ବର୍ଷ ସବୁ ଠିକ ଚାଲିବାରୁ ଓଏସଆରଟିସି ତରଫରୁ ୨୦୧୯ ଡିସେମ୍ବରରେ ଆଉ ୨ଟି ବସ୍‌ ଏହି ଜୋନକୁ ଆସିଥିଲା। ମୋଟ ୧୧ଟି ବସ ଯାତ୍ରୀଙ୍କ ସୁବିଧା ପାଇଁ ଚାଲିଲା। ତେବେ ୨୦୨୦ରେ ମହାମାରୀ କରୋନା ବ୍ୟାପିବା ପରେ ବସ ଚଳାଚଳ ବନ୍ଦ ହେଇଯିବାରୁ ଧିରେ ଧିରେ କ୍ଷତି ଆରମ୍ଭ ହେଲା। ମୋଟ ୧୧ଟି ବସ୍‌ରୁ ବର୍ତ୍ତମାନ ୭ଟି ଯାଉଛି। ସେଥିମଧ୍ୟରୁ ଗୋଟିଏ ଲେଖାଏ ବସ ବ୍ରହ୍ମପୁର, ଚନ୍ଦ୍ରପୁର କାଶୀପୁର, ଗୁଡ଼ାରୀ, କଳହାଣ୍ଡି ଜିଲାର ଥୁଆମୁଳ ରାମପୁର, କୋରାପୁଟ ଜିଲାର ଡଙ୍ଗାପାଇ, ନାରାୟଣପାଟଣା ଓ ମାଲକାନଗିରିର ଚିତ୍ରକୋଣ୍ଡାକୁ ଗଡ଼ୁଛି। ଗାଡ଼ି ଓ ଷ୍ଟାଫ୍‌ ଅଭାବ କାରଣରୁ ଗଜପତି ଜିଲାର ଅଡ଼ବାକୁ ବସ ବନ୍ଦ ରହିଛି। ସେହିପରି ରାୟଗଡ଼ାରୁ କଟକ ପର୍ଯ୍ୟନ୍ତ ଗୋଟିଏ ବସ ଚାଲିଛି। ହେଲେ ବସର ସମୟ ଘରୋଇ ବସ ମାଲିକଙ୍କ ମୁତାବକ ଚାଲୁଥିବାରୁ ଟିକେଟ ସେଭଳି ବିକ୍ରି ହେଉନାହିଁ॥ ସେପଟେ ଗଡ଼ିବା ଅବସ୍ଥାରେ ନ ଥିବା ୪ଟି କେଉଁଠାରେ ଅଛି ଦେଖାଯାଉ ନାହିଁ। ଦୁଇଟି ବସ୍‌ ୬ ମାସରୁ ଉର୍ଦ୍ଧ୍ୱ ହେବ ମରାମତି ନ ହୋଇ ପଡ଼ିରହିଛି। ମରାମତି ପାଇଁ ଏଠାରେ ଓଏସଆରଟିସି ପକ୍ଷରୁ କୌଣସି ଗ୍ୟାରେଜ ବ୍ୟବସ୍ଥା ନାହିଁ। ନିଯୁକ୍ତି ପାଇଥିବା ଫୋରମ୍ୟାନ ବସଷ୍ଟାଣ୍ଡରେ ବାଧ୍ୟବାଧକତାରେ ମରାମତି କାର୍ଯ୍ୟ କରୁଛନ୍ତି। କେତେକ ଘରୋଇ ବସ ମାଲିକ ରାୟଗଡ଼ା ଓଏସଆରଟିସି ଜୋନକୁ ସେମାନଙ୍କ ଇଚ୍ଛାରେ ପରିଚାଳିତ କରୁଥିବା ଅଭିଯୋଗ ହୋଇଛି। ଘରୋଇ ବସ ମାଲିକଙ୍କ ଇଙ୍ଗିତରେ ବସ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ନ ଯାଇ ମନଇଚ୍ଛା ଯାଉଛି। କଳାହାଣ୍ଡି ଜିଲାର ଭବାନୀପାଟଣାକୁ ସରକାରଙ୍କ ତରଫରୁ ପୂର୍ବରୁ ଏକ ବସ ଚଳାଚଳ ପାଇଁ ଯୋଜନା ରହିଥିଲା। ହେଲେ ଓଏସଆରଟିସି କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ପୂର୍ବରୁ ଆଉ ଏକ ନୂଆ ଘରୋଇ ବସ ଚଳାଚଳ କଲା। ଫଳରେ ସେହି ରୁଟରେ ଆଉ ଓଏସଆରଟିସି ବସ ଗଡ଼ିବ ନାହିଁ। ଅପରପକ୍ଷରେ ରାୟଗଡ଼ା ଠାରୁ ବାଲିଗୁଡ଼ା, ବିଜୟନଗରମ୍‌ ଓ ସୁନାବେଡ଼ାକୁ ଗୋଟିଏ ଲେଖାଏ ବସ ଚଳାଚଳ କରିବାକୁ ଦାବି ହେଉଥିଲେ ମଧ୍ୟ ସୁଫଳ ମିଳୁନାହିଁ। କ୍ଷତିରେ ଚାଲୁଥିବା ଏହି ଜୋନକୁ ସରକାର କେଉଁ ମୁହୂର୍ତ୍ତରେ ବନ୍ଦ କରିବା ପାଇଁ ଘୋଷଣା କଲେ ଜନସାଧାରଣ ହଇରାଣ ହେବେ। ଏନେଇ ରାୟଗଡ଼ା ଜୋନ ଓଏସଆରଟିସି ମ୍ୟାନେଜର ସଂଗ୍ରାମ କେଶରୀ ଜେନାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଓଏସଆରଟିସିରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ପ୍ରଦୀପ ଚୌଧୁରୀଙ୍କୁ ପଚାରିବାରୁ ସେ କେବଳ ଗାଡ଼ିର ସ୍ଥିତି ଜଣାଇଥିଲେ। ବସଷ୍ଟାଣ୍ଡ ଠାରେ କୋରାପୁଟ, ଭବାନୀପାଟଣା ଓ ଭୁବନେଶ୍ୱର ଆଦି ଯାତ୍ରା ପାଇଁ ଘରୋଇ ବସରେ ଟିକଟ କରିଥିବା କେତେଜଣ ଯାତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଆମ ଜିଲାରେ ଓଏସଆରଟିସି ବସ ସେବା ଠିକ ନ ଥିବା ଯୋଗୁ ଘରୋଇ ବସରେ ଅଧିକା ଦେୟ ଦେଇ ଯାତ୍ରା କରିବାକୁ ପଡ଼ୁଛି ବୋଲି କହିଥିଲେ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ଓଏସଆରଟିସି ବସ ଚଳାଚଳ ସ୍ବାଭାବକ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri