ମରାମତି ଅଭାବରୁ ନଷ୍ଟ ହେଲାଣି ୪ ସରକାରୀ ବସ୍‌

ରାୟଗଡ଼ା, ୬।୫ (ସ୍ବ.ପ୍ର.) ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ରାୟଗଡ଼ା ଜୋନ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ପୁଣି ବନ୍ଦ ସ୍ଥିତିକୁ ଆସିଗଲାଣି। ଏହି ଜୋନ୍‌ରେ ଥିବା ୧୧ଟି ବସ୍‌ରୁ ବର୍ତ୍ତମାନ ମାତ୍ର ୭ଟି ଚାଲୁ ରହିଛି। ଅନ୍ୟ ୪ଟି ମରାମତି ଅଭାବରୁ ନଷ୍ଟ ହୋଇଗଲାଣି। ଅନ୍ୟପକ୍ଷରେ ଘରୋଇ ବସ୍‌ ମାଲିକଙ୍କ ଇଙ୍ଗିତରେ ସମୟ ସାରଣୀ ରହିଥିବାରୁ ନିଗମ କ୍ଷତି ସହୁଛି ।
ରାୟଗଡ଼ାରେ ଓଏସ୍‌ଆର୍‌ଟିସି ତରଫରୁ ପୂର୍ବରୁ ଏକ ଜୋନ ଓ ଗ୍ୟାରେଜ ରହିଥିଲା। ବିପୁଳ କ୍ଷତି ହେବାରୁ ରାଜ୍ୟର ଅନ୍ୟ ଜୋନ୍‌ ସହିତ ରାୟଗଡ଼ା ଜୋନକୁ ସରକାର ୨୦୦୦ରେ ବନ୍ଦ କରି ଦେଇଥିଲେ। ପରେ ଓଏସ୍‌ଆରଟିସି ଅନେକ ପରିବର୍ତ୍ତନ କରି ସରକାର ପୁର୍ନବାର ନୂତନ ବସ୍‌ ସହିତ ରୁଟ ପ୍ରଦାନ କରିଥିଲେ। ପରେ ରାୟଗଡ଼ାରେ ୨୦୧୫ରେ ନୂତନ ଜୋନ୍‌ ଆରମ୍ଭ ହୋଇଥିଲା। ସେ ସମୟରେ ୯ଟି ବସ୍‌ ଦିଆଯାଇଥବା ବେଳେ ସେଥିମଧ୍ୟରୁ ୮ଟି ବିଭିନ୍ନ ରୁଟ୍‌ରେ ଚଳାଚଳ କଲା। ଗୋଟିଏ ବସ୍‌କୁ ସଂରକ୍ଷଣ ରଖି କୌଣସି ରୁଟର ବସ୍‌ ମରାମତି ହେଲେ ସେଠାକୁ ଛଡ଼ାଯାଉଥିଲା। ପ୍ରାୟ ୪ ବର୍ଷ ସବୁ ଠିକ ଚାଲିବାରୁ ଓଏସଆରଟିସି ତରଫରୁ ୨୦୧୯ ଡିସେମ୍ବରରେ ଆଉ ୨ଟି ବସ୍‌ ଏହି ଜୋନକୁ ଆସିଥିଲା। ମୋଟ ୧୧ଟି ବସ ଯାତ୍ରୀଙ୍କ ସୁବିଧା ପାଇଁ ଚାଲିଲା। ତେବେ ୨୦୨୦ରେ ମହାମାରୀ କରୋନା ବ୍ୟାପିବା ପରେ ବସ ଚଳାଚଳ ବନ୍ଦ ହେଇଯିବାରୁ ଧିରେ ଧିରେ କ୍ଷତି ଆରମ୍ଭ ହେଲା। ମୋଟ ୧୧ଟି ବସ୍‌ରୁ ବର୍ତ୍ତମାନ ୭ଟି ଯାଉଛି। ସେଥିମଧ୍ୟରୁ ଗୋଟିଏ ଲେଖାଏ ବସ ବ୍ରହ୍ମପୁର, ଚନ୍ଦ୍ରପୁର କାଶୀପୁର, ଗୁଡ଼ାରୀ, କଳହାଣ୍ଡି ଜିଲାର ଥୁଆମୁଳ ରାମପୁର, କୋରାପୁଟ ଜିଲାର ଡଙ୍ଗାପାଇ, ନାରାୟଣପାଟଣା ଓ ମାଲକାନଗିରିର ଚିତ୍ରକୋଣ୍ଡାକୁ ଗଡ଼ୁଛି। ଗାଡ଼ି ଓ ଷ୍ଟାଫ୍‌ ଅଭାବ କାରଣରୁ ଗଜପତି ଜିଲାର ଅଡ଼ବାକୁ ବସ ବନ୍ଦ ରହିଛି। ସେହିପରି ରାୟଗଡ଼ାରୁ କଟକ ପର୍ଯ୍ୟନ୍ତ ଗୋଟିଏ ବସ ଚାଲିଛି। ହେଲେ ବସର ସମୟ ଘରୋଇ ବସ ମାଲିକଙ୍କ ମୁତାବକ ଚାଲୁଥିବାରୁ ଟିକେଟ ସେଭଳି ବିକ୍ରି ହେଉନାହିଁ॥ ସେପଟେ ଗଡ଼ିବା ଅବସ୍ଥାରେ ନ ଥିବା ୪ଟି କେଉଁଠାରେ ଅଛି ଦେଖାଯାଉ ନାହିଁ। ଦୁଇଟି ବସ୍‌ ୬ ମାସରୁ ଉର୍ଦ୍ଧ୍ୱ ହେବ ମରାମତି ନ ହୋଇ ପଡ଼ିରହିଛି। ମରାମତି ପାଇଁ ଏଠାରେ ଓଏସଆରଟିସି ପକ୍ଷରୁ କୌଣସି ଗ୍ୟାରେଜ ବ୍ୟବସ୍ଥା ନାହିଁ। ନିଯୁକ୍ତି ପାଇଥିବା ଫୋରମ୍ୟାନ ବସଷ୍ଟାଣ୍ଡରେ ବାଧ୍ୟବାଧକତାରେ ମରାମତି କାର୍ଯ୍ୟ କରୁଛନ୍ତି। କେତେକ ଘରୋଇ ବସ ମାଲିକ ରାୟଗଡ଼ା ଓଏସଆରଟିସି ଜୋନକୁ ସେମାନଙ୍କ ଇଚ୍ଛାରେ ପରିଚାଳିତ କରୁଥିବା ଅଭିଯୋଗ ହୋଇଛି। ଘରୋଇ ବସ ମାଲିକଙ୍କ ଇଙ୍ଗିତରେ ବସ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ନ ଯାଇ ମନଇଚ୍ଛା ଯାଉଛି। କଳାହାଣ୍ଡି ଜିଲାର ଭବାନୀପାଟଣାକୁ ସରକାରଙ୍କ ତରଫରୁ ପୂର୍ବରୁ ଏକ ବସ ଚଳାଚଳ ପାଇଁ ଯୋଜନା ରହିଥିଲା। ହେଲେ ଓଏସଆରଟିସି କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ପୂର୍ବରୁ ଆଉ ଏକ ନୂଆ ଘରୋଇ ବସ ଚଳାଚଳ କଲା। ଫଳରେ ସେହି ରୁଟରେ ଆଉ ଓଏସଆରଟିସି ବସ ଗଡ଼ିବ ନାହିଁ। ଅପରପକ୍ଷରେ ରାୟଗଡ଼ା ଠାରୁ ବାଲିଗୁଡ଼ା, ବିଜୟନଗରମ୍‌ ଓ ସୁନାବେଡ଼ାକୁ ଗୋଟିଏ ଲେଖାଏ ବସ ଚଳାଚଳ କରିବାକୁ ଦାବି ହେଉଥିଲେ ମଧ୍ୟ ସୁଫଳ ମିଳୁନାହିଁ। କ୍ଷତିରେ ଚାଲୁଥିବା ଏହି ଜୋନକୁ ସରକାର କେଉଁ ମୁହୂର୍ତ୍ତରେ ବନ୍ଦ କରିବା ପାଇଁ ଘୋଷଣା କଲେ ଜନସାଧାରଣ ହଇରାଣ ହେବେ। ଏନେଇ ରାୟଗଡ଼ା ଜୋନ ଓଏସଆରଟିସି ମ୍ୟାନେଜର ସଂଗ୍ରାମ କେଶରୀ ଜେନାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଓଏସଆରଟିସିରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ପ୍ରଦୀପ ଚୌଧୁରୀଙ୍କୁ ପଚାରିବାରୁ ସେ କେବଳ ଗାଡ଼ିର ସ୍ଥିତି ଜଣାଇଥିଲେ। ବସଷ୍ଟାଣ୍ଡ ଠାରେ କୋରାପୁଟ, ଭବାନୀପାଟଣା ଓ ଭୁବନେଶ୍ୱର ଆଦି ଯାତ୍ରା ପାଇଁ ଘରୋଇ ବସରେ ଟିକଟ କରିଥିବା କେତେଜଣ ଯାତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଆମ ଜିଲାରେ ଓଏସଆରଟିସି ବସ ସେବା ଠିକ ନ ଥିବା ଯୋଗୁ ଘରୋଇ ବସରେ ଅଧିକା ଦେୟ ଦେଇ ଯାତ୍ରା କରିବାକୁ ପଡ଼ୁଛି ବୋଲି କହିଥିଲେ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ଓଏସଆରଟିସି ବସ ଚଳାଚଳ ସ୍ବାଭାବକ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?