Posted inଖେଳ

ଭାରତୀୟ କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୨୬।୬(ପି.ଟି.): ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ରବିବାର ୩୯ ଜଣିଆ କୋର୍‌ ଗ୍ରୁପ୍‌ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୪ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଦୀପସାନ ତିର୍କୀ ଓ ଶୀଳାନନ୍ଦ ଲାକ୍ରା। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ଭାରତୀୟ ଦଳର କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିବ। କ୍ୟାମ୍ପ ଶେଷ ହେବା ପରେ ଭାରତୀୟ ଦଳ ସ୍ପେନ୍‌ ଯାଇ ୧୦୦ତମ ଆନିଭର୍ସାରି ସ୍ପାନିଶ ହକି ଫେଡେରେଶନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ। ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ହେବାକୁଥିବା ଏହି ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ଘରୋଇ ସ୍ପେନ୍‌ ସହିତ ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ବିପକ୍ଷରେ ମ୍ୟାଚ ଖେଳିବ। ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଖେଳିବା ପରେ ଭାରତୀୟ ଦଳ ଅଗଷ୍ଟ ୩ରୁ ଚେନ୍ନାଇରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାଗନେବ। ସେଠାରେ ଭାରତର କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚାଇନା ସହିତ ମୁକାବିଲା ହେବ। ”ବେଲ୍‌ଜିୟମ ଓ ନେଦରଲାଣ୍ଡ୍ସରେ ଆମେ ୨୦୨୨-୨୩ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ-ଲିଗ୍‌ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲୁ। ଆମେ ଏବେ ସେହି ପ୍ରଦର୍ଶନ ବଜାୟ ରଖିବା ଆଶାରେ ଅଛୁ, ବିଶେଷ କରି ବର୍ଷର ଶେଷ ଭାଗରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟଗୁଡ଼ିକରେ ସ୍ଥିରତା ବଜାୟ ରଖିବା ମୁଖ୍ୟ ଲକ୍ଷ୍ୟ“ ବୋଲି ମୁଖ୍ୟ କୋଚ୍‌ ଗ୍ରେଗ୍‌ ଫୁଲଟନ ପ୍ରକାଶ କରିଛନ୍ତି।
ଭାରତୀୟ କୋର୍‌ ଗ୍ରୁପ୍‌
ଗୋଲକିପର୍ସ: କ୍ରିଶନ ବାହାଦୁର ପାଠକ, ପି.ଆର. ଶ୍ରୀଜେଶ, ସୂରଜ କରକେରା, ପଓ୍ବନ ମଲିକ, ପ୍ରଶାନ୍ତ କୁମାର ଚୌହାନ।
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ, ଗୁରିନ୍ଦର ସିଂ, ଯୁଗରାଜ ସିଂ, ମନଦୀପ ମୋର, ନିଲମ ସଞ୍ଜୀପ ଖେସ୍‌, ସଞ୍ଜୟ, ଯଶଦୀପ ସିଓ୍ବାଚ୍‌, ଦୀପସାନ ତିର୍କୀ, ମନଜିତ।
ମିଡ୍‌ଫିଲ୍ଡର୍ସ: ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ମୋଇରାଙ୍ଗଥେମ୍‌ ରବୀଚନ୍ଦ୍ର ସିଂ, ଶମସେର ସିଂ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ୍‌, ସୁମିତ, ଆକାଶଦୀପ ସିଂ, ଗୁଜଜାନ୍ତ ସିଂ, ମହମ୍ମଦ ରାହିଲ ମୌସିନ, ମନିନ୍ଦର ସିଂ।
ଫରଓ୍ବାଡର୍‌ସ: ଏସ୍‌. କାର୍ଥୀ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ, ଦିଲପ୍ରୀତ ସିଂ, ସୁଖଜିତ ସିଂ, ସିମରନଜିତ ସିଂ, ଶୀଳାନନ୍ଦ ଲାକ୍ରା, ପଓ୍ବନ ରାଜଭାର।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri