Posted inଖେଳ

ବଳାତ୍କାର ଅଭିଯୋଗରେ ୪ ଫୁଟ୍‌ବଲର ଗିରଫ

ବ୍ୟୁନୋସ ଏୟାର୍ସ,୨୦ା୩ (ପି.ଟି.): ବଳାତ୍କାର ଅଭିଯୋଗରେ ଆର୍ଜେଣ୍ଟିନାର ୪ ଜଣ କ୍ଲବ ଫୁଟ୍‌ବଲରଙ୍କୁ ଗିରଫ କରାଯାଇଛି। ଭେଲେଜ ସାର୍ସଫିଲ୍ଡ କ୍ଲବର ୪ ଜଣ ଖେଳାଳିଙ୍କ ନାମରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ସୋମବାର ଏହି ଖେଳାଳିମାନଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ମାର୍ଚ୍ଚ ୮ ତାରିଖରେ କ୍ଲବ ପକ୍ଷରୁ ଗୋଲକିପର ସେବାଷ୍ଟିଆନ୍‌ ସୋସା, ଡିଫେଣ୍ଡର ବ୍ରାୟାନ କଫ୍ରେ, ମିଡ୍‌ଫିଲ୍ଡର ଜୋଶ ଇଗ୍ନାସିଓ ଫ୍ଲୋରେଣ୍ଟିନ ଓ ଷ୍ଟ୍ରାଇକର ଆବିଏଲ ଓସୋରିଓଙ୍କୁ ବାସନ୍ଦ କରାଯାଇଥିଲା। ବ୍ୟୁନୋସ ଏୟାର୍ସରୁ ୧୨୦୦ କିମି ଦୂରରେ ଅବସ୍ଥିତ ଟୁକୁମାନ ସହରର ଜଣେ ମହିଳା ଏହି ଅଭିଯୋଗ କରିଥିଲେ। ଭେଲେଜ ସାର୍ସଫିଲ୍ଡ ଏହି ସହରରେ ଆଟଲେଟିକୋ ଟୁକୁମାନ ବିପକ୍ଷରେ ଖେଳିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ ସେ ମାର୍ଚ୍ଚ ୩ ତାରିଖରେ କ୍ଲବ୍‌ର ଖେଳାଳିଙ୍କ ସହ ବାହାରକୁ ଯାଇଥିଲେ। ସେଠାରେ ସମସ୍ତେ ମଦ୍ୟପାନ ମଧ୍ୟ କରିଥିଲେ। ନିଶାସକ୍ତ ଅବସ୍ଥାରେ ତାଙ୍କ ସହିତ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଓକିଲ କରିଥିବା ଅଭିଯୋଗ ଅନୁସାରେ ଗୋଲକିପର ସେବାଷ୍ଟିଆନ୍‌ ସୋସା ମହିଳା ଖେଳାଳିଙ୍କୁ ହୋଟେଲକୁ ଆମନ୍ତ୍ରଣ କରିଥିଲେ। ତେବେ ସୋସା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆର୍ଜେଣ୍ଟିନା ଇତିହାସରେ ଭେଲେଜ ଏକ ଐତିହାସିକ କ୍ଲବ୍‌। ୧୦ ଥର ଜାତୀୟ ଟାଇଟଲ ଜିତିବା ସହ ୧୯୯୪ରେ କୋପା ଲିବର୍ଟାଡୋର୍ସ ଟ୍ରଫି ମଧ୍ୟ ଜିତିଥିଲା। ଗିରଫ ହୋଇଥିବା ୪ ଫୁଟ୍‌ବଲରଙ୍କ କଣ୍ଟ୍ରାକ୍ଟକୁ ସସ୍‌ପେଣ୍ଡ କରାଯାଇଥିବା କ୍ଲବ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri