ରାଜ୍ୟରେ କମିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭ ତାରିଖ ପରେ ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ପରେ ଶୀତ କମିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖତଃ ଶୁଖିଲା ରହିବ । ଶୀତ କମିବା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ୬ଟି ଜିଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଏବଂ କଳାହାଣ୍ଡି ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏଭଳି ଘନ କୁହୁଡ଼ି ଜାରି ରହିବ । ବିଶେଷ କରି ଏହି ସବୁ ଜିଲାରେ ୨ଶହ ମିଟରରୁ କମ ଦୃଶ୍ୟମାନ ରହିବା ସମ୍ଭାବନା ରହିଛି । ଏଥିପାଇଁ ଗାଡି ଚାଳକଙ୍କୁ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏସିପି, ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୩।୯(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍‌ରେ ଏସିପି ଓ ଇନ୍ସପେକ୍ଟର ସ୍ତରରେ ଶୁକ୍ରବାର ଅଦଳବଦଳ ହୋଇଛି। ଜଣେ ଏସିପି ଓ ୧୪ ଜଣ ଇନ୍ସପେକ୍ଟରଙ୍କୁ ବଦଳି...

୪୬୪.୭୨ କୋଟିର ୪ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି ସରକାର। ରାଜ୍ୟରେ ମେଟାଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି ୪ଟି ଶିଳ୍ପ କ୍ଷେତ୍ରରେ...

ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା...

୪ ଜିଲାକୁ ବଡ଼ ବିପଦ

ଭୁବନେଶ୍ୱର,୨୪।୫(ବ୍ୟୁରୋ)ସାମୁଦ୍ରିକ ଝଡ଼ ୟାସ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲା ପାଇଁ ବଡ଼ ବିପଦ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ୨୫ ତାରିଖ...

ପରୀ ପ୍ରସଙ୍ଗ: ଆନ୍ଦୋଳନ ଜିଦ୍‌ରେ ଭାଜପା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ନୟାଗଡ଼ ଜିଲାର ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଲଢ଼େଇ ଥମିବାର ନଁା ଧରୁନାହିଁ। କିନ୍ତୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମଧ୍ୟରେ ମତଭେଦ...

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ...

ବର୍ଷା-ବଜ୍ରପାତ ସମ୍ଭାବନା: ଅପରାହ୍ନ ୫.୩୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ରବିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଖରିଫ୍‌ ଚାଷ ଜୋରସୋର ଚାଲିଥିବାବେଳେ ସାର ଅଭାବ ଚାଷୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଧାର୍ଯ୍ୟ ସମୟରେ କେନ୍ଦ୍ର ସରକାର ସାର ଯୋଗାଉନାହାନ୍ତି। ରାଜ୍ୟକୁ ମାସିକିଆ...

Advertisement
Archives

Model This Week