୪ ବ୍ୟବସାୟୀ ଗିରଫ, କାର, କଫ୍‌ସିରପ ଜବତ

ପାଟଣାଗଡ଼୧୭।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ରବିବାର ୪ ଜଣ କଫସିରପ୍‌ ବ୍ୟବସାୟୀଙ୍କୁ ଗିରଫ୍‌ କରିଛି। ସେମାନେ ହେଲେ ପାଟଣାଗଡ କାଦୋପଡାର ସୁମନ୍ତ ମେହେର, ବାସୁଦେବ ସେଠ, ଲାଇନ ପଡାର ଶାନ୍ତ ମାହାର ଏବଂ କୁତମୁଣ୍ଡା ଗ୍ରାମର ସୁଜ୍ଞାନୀ ମେହେର।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବରପାଇ ପାଟଣାଗଡ଼ ପୋଲିସ ଏସ୍‌ଆଇ ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରିଥିଲା। ଏହି ସମୟରେ ଲରମ୍ଭା ପଟରୁ ଆସୁଥିବା ଏକ କାର (ସିଜି ୦୪ ବି ୦୭୧୧)ରେ ବେଆଇନ ଚାଲାଣ ହେଉଥିବା ୭୭ ବୋତଲ କଫ୍‌ସିରପ୍‌, ୪ଟି ମୋବାଇ ଏବଂ ୨ ହଜାର ଟଙ୍କା ଜବତ କରିଛି। ପରେ ଏହି କାର୍‌ରେ ଥିବା ୪ ବ୍ୟବସାୟୀଙ୍କୁ ଗିରଫ କରିଛି। ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ସାମବାର ସେମାନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ପରେ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାପରେ ପାଟଣାଗଡ଼ ଜେଲକୁ ପଠାଯାଇଥିବା ଥାନା ଅଧିକାରୀ କେ. ପ୍ରିୟଙ୍କା ରଉତରାୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ସାମଗ୍ରୀ ଆତ୍ମସାତ୍‌ କରି ବନ୍ଧାହେଲେ ଡେଲିଭରି ବୟ

ଆଳି,୧୬ା୧୨ (ଡି.ଏନ.ଏ.): ଅନ୍‌ଲାଇନରେ ସାମଗ୍ରୀ ମଗାଇ ତାହାକୁ ଆତ୍ମସାତ କରିବା ଘଟଣାରେ ଆଳି ଥାନା ପୋଲିସ ଜଣେ ଡେଲିଭରି ବୟକୁ ଗିରଫ କରିିଛି। ପୋଲିସ ସୂଚନା...

ରାଧାଦାମୋଦର ବେଶରେ ମହାପ୍ରଭୁ

ପୁରୀ ଅଫିସ,୭ା୧୦:ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ୍‌ ଗୁରୁବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏଥିସହ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଧାଦାମୋଦର ବେଶରେ ସଜେଇ ହୋଇ...

ଖୋଲିଲା କୁଲଡ଼ିହା: ପ୍ରଥମ ଦିନରେ ୪୯ ପର୍ଯ୍ୟଟକ

ସଜନାଗଡ଼, ୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟକୁ ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍‌ ୧୫ତାରିଖରୁ ବନ୍ଦ ରଖାଯାଇଥିଲା। ଶୀତଋତୁ...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍‌

ଭଦ୍ରକ ଅଫିସ, ୫।୧୦ – ଭଦ୍ରକ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଅଦାଲତର ବିଚାରପତି ପ୍ରଣତି ସାହା ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର...

ବଦଳି ଆବେଦନପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଲାଞ୍ଚ: ସାଉଥ୍‌କୋ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ଜଣେ ଲାଇନ ମ୍ୟାନଙ୍କ ବଦଳି ଆବେଦନପତ୍ରକୁ ଛତ୍ରପୁର ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଖଲ୍ଲିକୋଟ ସାଉଥକୋର ଜଣେ ସହକାରୀ ଯନ୍ତ୍ରୀ...

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ: ଏମ୍‌ଜିଏନ୍‌ଆରଜିଏସରେ ଏକ କୋଟି ଶ୍ରମଦିବସ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏ୍‌ନଆରଜିଏସ୍‌)ରେ ଗଞ୍ଜାମ ଜିଲା ରେକର୍ଡ ସୃଷ୍ଟି କରିଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ...

ସୁରକ୍ଷିତ ରହିବ ସରକାରୀ ସମ୍ପତ୍ତି

ଅନୁଗୋଳ ଅଫିସ, ୭।୮ ଅନୁଗୋଳ ପୌରାଞ୍ଚଳରେ ଆଉ ଦେଖାଦେବନି ଜବରଦଖଲ ସମସ୍ୟା। ଏଠାରେ ଥିବା ସରକାରୀ ସମ୍ପତ୍ତି ଉନ୍ନୟନ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।...

ପରିବା ବିକୁଛନ୍ତି ପାଲାଗାୟକ

ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି...

Advertisement
Archives

Model This Week