୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର,୧୯ା୯(ସ୍ବ.ପ୍ର./ଡି.ଏନ୍‌.ଏ.):ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୪ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। କେବଳ ସେତିକି ନୁହେଁ, ଗତ ୧୮ ଦିନ ମଧ୍ୟରେ ଏଠାରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଘଟିବା ଚିକିତ୍ସା ସେବା ଉପରେ ପ୍ରଶ୍ନ ଉଠିଛି। ୪ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ରବିବାର ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପାଟିତୁଣ୍ଡ କରିବା ସହ ଡାକ୍ତରଖାନା ଘେରାଉ କରିଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଟାଉନ ଥାନା ପୋଲିସ ପହଞ୍ଚତ୍ ଡାକ୍ତରଙ୍କୁ ସୁରକ୍ଷା ଦେବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ଚିକିତ୍ସା ଅବହେଳା କାରଣରୁ ଏଭଳି ଘଟଣା ଘଟିଥିବା ମୃତ ଶିଶୁଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଜିଲାପାଳ ଆଶିଷ ଠାକ୍‌ରେ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ଡାକ୍ତରଖାନାର ସ୍ପେଶିଆଲ ନିୟୁବର୍ଣ୍ଣ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ)ରେ ଚିକିତ୍ସିତ ହେଉଥିବା ବାଂଶପାଳ ବ୍ଲକ ଅଧୀନ ଇମିରି ଗ୍ରାମର କାମ ଦେହୁରୀଙ୍କ ୫ ଦିନର ଶିଶୁ, ଯୋଡ଼ା ଅଞ୍ଚଳର ଦିପେଶ ନାୟକଙ୍କ ନବଜାତ ଶିଶୁ, ଯୋଡ଼ାର ପ୍ରିୟଙ୍କା ମୁଦୁଲିଙ୍କ ଭାଇଙ୍କ ୬ ଦିନର ଶିଶୁ ଓ ଗୁରୁଡ଼ା ଅଞ୍ଚଳର ବିଭୀଷଣ ଲୋହାରଙ୍କ ୮ ଦିନର ଶିଶୁଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରେ ଡାକ୍ତର ଆସି ଚିକିତ୍ସା ନ କରିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଶିଶୁଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ସିଡିଏମ୍‌ଓ ଡାକ୍ତର ସୁଜାତା ରାଣୀ ମିଶ୍ର ଅଭିଯୋଗର ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କିଶୋର ଚରଣ ପୃଷ୍ଟି କହିଛନ୍ତି ଯେ, ଶନିବାର ରାତିରୁ ରବିବାର ମଧ୍ୟରେ ଏସ୍‌ଏନ୍‌ସିୟୁରେ ୩ ଜଣ ଓ ଆଗରୁ ଚିକିତ୍ସାଧୀନ ଥିବା ଜଣେ ୭ ଦିନର ଶିଶୁଙ୍କ ମୃତ୍ୟୁ ହୋଇଛି। ତେବେ ୧୮ ଦିନ ମଧ୍ୟରେ ୧୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ସେ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ମୃତ ଶିଶୁଙ୍କ ପରିବାର ଲୋକଙ୍କ ବୟାନ, ସିସିଟିଭି ରେକର୍ଡରେ ଡାକ୍ତରଙ୍କ ଉପସ୍ଥିତି ଓ ଚିକିତ୍ସା ଆଦିକୁ ଆଧାର କରି ତଦନ୍ତ କରିବାକୁ ଦାବି ହେଉଛି। ମୃତ ଶିଶୁଙ୍କ ସମ୍ପର୍କୀୟ କାମ ଦେହୁରୀ କୁହନ୍ତି, ତାଙ୍କର ୫ ଦିନର ପିଲାକୁ ମେଡିକାଲ ଆଣିଥିଲେ। ତାକୁ ବାତ ମାରୁଛି କହି ଡାକ୍ତର କଟକ ଯିବାକୁ କହିଲେ। ଗରିବ ଲୋକ କଟକ ଯାଇପାରିବି ନାହିଁ କହିବାରୁ ଏଠାରେ ଭଲ ହୋଇଯିବ କହି ଡାକ୍ତର ଆଡ୍‌ମିଶନ କରିଥିଲେ। ହେଲେ ରବିବାର ପିଲାର ମୃତ୍ୟୁ ହୋଇଥିବା ଆମକୁ ଜଣାଇଲେ। ପିଲା ପାଖକୁ ଯିବାକୁ ମଧ୍ୟ ଦେଲେ ନାହିଁ ା
ଦୀପେଶ ନାୟକ କୁହନ୍ତି, ମୋ ପୁଅ ୬ ଦିନର ଥିଲା। ଶନିବାର ରାତିରେ ଆସିଲା ବେଳକୁ ଡାକ୍ତର ନାହାନ୍ତି। ଛୁଆକୁ ଦେଖିବାକୁ ଦେଲେ ନାହିଁ। ଯଦି କହିଥାନ୍ତେ ତେବେ କଟକ ନେଇଯାଇଥାନ୍ତି। କିଛି କହିଲେ ନାହିଁ କି ଡାକ୍ତର ଆସିଲେନି। ବିଳମ୍ବରେ ଆସିବାରୁ ପୁଅର ମୃତ୍ୟୁ ଘଟିଲା ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ କହିଲେ।
ବିଭୀଷଣ ଲୋହାର କହିଛନ୍ତି ଯେ, ତାଙ୍କର ୭ ଦିନର ଛୁଆର ମୃତ୍ୟୁ ହୋଇଛି। ଗତ ରବିବାର ଆସିଥିଲୁ ା ମା’କୁ ଡିସଚାର୍ଜ କରିଦେଲେ। ଛୁଆକୁ ରଖିଲେ। ରବିବାର କହିଲେ ମୃତ୍ୟୁ ହୋଇଗଲା। ଆମେ ବୁଝିପାରୁନୁ କିପରି ଛୁଆର ମୃତ୍ୟୁ ଘଟିଲା।
ଏହା ବ୍ୟତୀତ ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଚମ୍ପୁଆ ବ୍ଲକ ବଡ଼ନାଇ ଗ୍ରାମର ଜୟନ୍ତୀ ଚାତମ୍ବା ଓ ଅଭିମନ୍ୟୁ ଚାତମ୍ବାଙ୍କ ୭ ଦିନର ଶିଶୁଙ୍କ ଶନିବାର ରାତିରେ ମୃତ୍ୟୁ ହେବା ପରେ ସେମାନେ ଘରକୁ ପଳାଇଥିଲେ। ରବିବାର ଅନ୍ୟ ୩ ଶିଶୁଙ୍କ ମୃତ୍ୟୁ ହୋଇଛି ା
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦୁଝର ଓ ପଡ଼ୋଶୀ ଜିଲା ସମେତ ଅନ୍ୟ ରାଜ୍ୟର ବହୁ ଲୋକ ଏହି ଜିଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଏହି ଡାକ୍ତରଖାନାରେ ଗୁରୁତର ନବଜାତ ଶିଶୁଙ୍କ ପାଇଁ ଏସ୍‌ଏନ୍‌ସିୟୁ ଓ୍ବାର୍ଡ ମଧ୍ୟ ରହିଛି। ଏଣୁ ଏଠାରେ ରୋଗୀଙ୍କ ଭିଡ଼ ଲାଗି ରହିଥାଏ। ତେବେ ଡାକ୍ତର ଅଭାବ ସାଙ୍ଗକୁ କେତେକ ଡାକ୍ତର ଘରୋଇ କ୍ଲିନିକ୍‌ରେ ସମୟ ଦେଉଥିବାରୁ ଚିକିତ୍ସାରେ ଅବହେଳା ହୋଇଥାଏ ବୋଲି ଅଭିଯୋଗ ହେଉଛି। କେବଳ ଶିଶୁ ନୁହେଁ, ଅନ୍ୟାନ୍ୟ ବିଭାଗ ଡାକ୍ତରମାନେ ଡାକ୍ତରଖାନା ଛାଡ଼ି ଘରୋଇ କ୍ଲିନିକ୍‌କୁ ଯାଉଥିବା ଏବଂ ଦଲାଲ ଜରିଆରେ ସରଳ ଓ ବାହାରୁ ଆସୁଥିବା ରୋଗୀଙ୍କୁ କ୍ଲିନିକ୍‌ ବା ନର୍ସିଂହୋମ୍‌କୁ ପଠାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ହେଲେ ଜିଲା ମେଡିକାଲରେ ଚାଲିଥିବା ସ୍ବାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥା ପଦାକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ସମୟରେ ବର୍ଷା, ବ୍ୟାପକ ଫସଲ ନଷ୍ଟ ଆଶଙ୍କା

ନିରାକାରପୁର,୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୯ହଜାର ହେକ୍ଟର ଜମିରେ ଚାଷୀମାନେ ଧାନଫସଲ କରିଛନ୍ତି। ତେବେ ଧାନଫୁଲ ଉଡ଼ାଇବା...

ବାଘଛାଲ ଜବତ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା/କୋକସରା,୬ା୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡିରେ ପୁଣି ବାଘଛାଲ ଜବତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଛତିଶଗଡ଼ ଉଦନ୍ତି ସୀତାନଦୀ...

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri