Posted inଜାତୀୟ

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ମମତା କହିଥିଲେ, ଭାରତରେ ଗୋଟିଏ ନୁହେଁ, ପାଳିକରି ୪ଟି ରାଜଧାନୀ ରହିବା ଆବଶ୍ୟକ। ବ୍ରିଟିଶ ଶାସନ ବେଳେ କୋଲକାତାରୁ ସାରା ଦେଶକୁ ଶାସନ କରାଯାଉଥିଲା। ତେବେ ଦେଶରେ କେବଳ ଗୋଟିଏ ରାଜଧାନୀ ସହର କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ମୋଦି ସରକାର ଉଚ୍ଛେଦ କରିଥିବା ଯୋଜନା କମିଶନକୁ ପୁନର୍ବାର ସ୍ଥାପନ କରିବା ଲାଗି ମଧ୍ୟ ସେ ଦାବି କରିଥିଲେ। ନୀତି ଆୟୋଗ ଏବଂ ଯୋଜନା କମିଶନ ଏକତ୍ର ରହିପାରିବ। ନେତାଜୀ ସୁଭାଷ ହିଁ ଯୋଜନା କମିଶନର ଅବଧାରଣା କରିଥିଲେ । ସେହିପରି ନେତାଜୀଙ୍କ ଜୟନ୍ତୀକୁ ଦେଶବ୍ୟାପୀ ଛୁଟିଦିନ ଘୋଷଣା କରିବାକୁ ମମତା ଦାବି କରିଥିଲେ। ନେତାଜୀ ଯେତେବେଳେ ଭାରତୀୟ ଜାତୀୟ ବାହିନୀ ଗଢ଼ିଥିଲେ, ସେତେବେଳେ ଗୁଜରାଟ, ବେଙ୍ଗଲ, ତାମିଲନାଡୁ ସମେତ ସବୁ ଅଞ୍ଚଳରୁ ଲୋକଙ୍କୁ ସେଥିରେ ସାମିଲ କରିଥିଲେ। ସେ ବ୍ରିଟିଶମାନଙ୍କ ‘ବିଭାଜନ ଓ ଶାସନ’ ନୀତିକୁ ବିରୋଧ କରୁଥିଲେ। କେନ୍ଦ୍ର ସରକାର ପ୍ରତିମୂର୍ତ୍ତି ଓ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ନିର୍ମାଣରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମେ ଆଜାଦ ହିନ୍ଦ୍‌ ସ୍ମାରକୀ ନିର୍ମାଣ କରି ଦେଖାଇଦେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ...

ମମତାଙ୍କ ବାସଭବନ ନିକଟରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା

କୋଲକାତା,୭ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ହରିଶ ମୁଖାର୍ଜୀ ରୋଡ୍‌ ବାସଭବନ ନିକଟରେ ସୋମବାର ରାତିରେ ଏକ ଗୁଜରାଟୀ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ...

ଉତ୍ସାହ ଆଗରେ ହାର୍‌ ମାନିଛି ବୟସ: ୯୩ ବର୍ଷ ବୟସ୍କ ବୃଦ୍ଧ ଶିଖାଉଛନ୍ତି କୁସ୍ତି ଲଢ଼ିବା

ମଦୁରାଇ,୧୩।୭: ତାମିଲନାଡୁର ମଦୁରାଇରେ ବାସ କରୁଥିବା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ ଉତ୍ସାହ ଆଗରେ ବୟସ ହାର୍‌ ମାନିଛି। ସେ ସ୍ଥାନୀୟ ଯୁବକଙ୍କୁ କୁସ୍ତି...

କିଙ୍ଗ୍‌ ଚାଲର୍‌ସଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୧ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି। ବ୍ରିଟେନର କାର୍ଯ୍ୟାଳୟ ଗ୍ରହଣ କରିବା...

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ବୃଦ୍ଧା ମା’, ମୁଖାଗ୍ନୀ ଦେଲେ ୭ମାସର ପୁଅ

ଚଣ୍ଡିଗଡ଼,୨୯।୭: ପଞ୍ଜାବ ବଟାଲା ଗଁାର ପାବଲାରାଲି କାଲନ୍‌ରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ଶହୀଦ ଯବାନଙ୍କୁ ବୃଦ୍ଧା ମା’ କାନ୍ଧରେ କାନ୍ଧେଇଥିବା...

ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ…

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଅଧିବେଶନର ପ୍ରଥମ ସପ୍ତାହରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ...

ଥାଲାଇଭାଙ୍କୁ ଦାଦା ସାହେବ ଫାଲ୍‌କେ

ନୂଆଦିଲ୍ଲୀ,୧।୪: ଦକ୍ଷିଣ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା...

ବିପିନ୍‌ ରାଓ୍ବତ ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି।...

Advertisement
Archives

Model This Week