କେଓ୍ବାଇସି ନାମରେ ଅଭିନେତା ଅନୁ କପୁରଙ୍କଠାରୁ ଠକିନେଲେ ୪.୩୬ ଲକ୍ଷ ଟଙ୍କା…

ମୁମ୍ବାଇ, ୧।୧୦ : ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଅନୁ କପୁର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏକ ଅଗ୍ରଣୀ ଘରୋଇ କ୍ଷେତ୍ରୀୟ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା କାଢି ନିଆଯାଇଛି। ତେବେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ସେ ୩.୦୮ ଲକ୍ଷ ଟଙ୍କା ଫେରସ୍ତ ପାଇଛନ୍ତି। ଓଶିୱାରା ପୋଲିସ ଷ୍ଟେଶନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୁରୁବାର ଜଣେ ବ୍ୟକ୍ତି ଅନୁଙ୍କୁ ଫୋନ କରି କହିଥିଲେ ଯେ ତାଙ୍କର କେଓ୍ବାଇସିର ସବିଶେଷ ତଥ୍ୟ ଅପଡେଟ ହେବା ଜରୁରୀ। ତା’ପରେ ସେ ଅନୁଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଗୋଟିଏ ଥର ପାସୱାର୍ଡ (ଓଟିପି) ଶେୟାର କରିବାକୁ କହିଥିଲେ। ଅନୁ ସେପରି କରିଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ’କିଛି ସମୟ ପରେ କଲର୍‌ କପୁରଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ଅନ୍ୟ ଦୁଇଟି ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏହି କାରବାର ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟାଙ୍କ ତୁରନ୍ତ ଅନୁଙ୍କୁ ଡାକିଥିଲା ଏବଂ ତାଙ୍କ ଆକାଉଣ୍ଟରେ ଟ୍ୟାମ୍ପରିଂ ହୋଇଥିବା ମଧ୍ୟ ସୂଚନା ଦେଇଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, କିଛି ସମୟ ପରେ କଲର୍‌ କପୁରଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ଅନ୍ୟ ଦୁଇଟି ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏହି କାରବାର ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟାଙ୍କ ତୁରନ୍ତ ଅନୁଙ୍କୁ ଡାକିଥିଲା ଏବଂ ତାଙ୍କ ଆକାଉଣ୍ଟରେ ଟ୍ୟାମ୍ପରିଂ ହୋଇଥିବା ମଧ୍ୟ ସୂଚନା ଦେଇଥିଲା।

ପୋଲିସ କହିଛି ଯେ ଉଭୟ ଆକାଉଣ୍ଟକୁ ଫ୍ରିଜ କରାଯାଇ ଅନୁଙ୍କୁ ୩.୦୮ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅନଲାଇନ ଠକେଇକାରୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ...

ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ।...

ପ୍ରଶଂସକଙ୍କ ହୃଦୟ ଜିଣିଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ ଶାହାରୁଖ ପ୍ରଶଂସକଙ୍କ ହୃଦୟ କିପରି ଜିତିବେ ତାହା ସେ ଭଲ ଭାବରେ ଜାଣିଛନ୍ତି। ପୁଣି ଥରେ ସେ ପ୍ରମାଣ କରିଛନ୍ତି ଯେ,...

ଇଞ୍ଜିନିୟରିଂ ପଢିବାକୁ ମୁମ୍ବାଇ ଆସି ଅଭିନେତା ହେଲେ କାର୍ତ୍ତିକ

ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଖୁବ୍‌ କମ ସମୟରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି କାର୍ତ୍ତିକ। ବକ୍ସ...

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ...

ଘୁଞ୍ଚିଲା ଫିଲ୍ମ ‘ଶେହଜାଦା’ର ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଶେହଜାଦା’ର ରିଲିଜ୍‌ ବୃଦ୍ଧି କରାଯାଇଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ‘ପଠାନ୍‌’ର ବିପୁଳ ରୋଜଗାର ଦେଖିବା ପରେ...

ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ...

ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ...

Advertisement
Archives

Model This Week