କେନ୍ଦ୍ରାପଡ଼ା ଜିଲାରେ ୪,୨୮୬ ଶିଶୁ ଅପପୁଷ୍ଟିର ଶିକାର

କେନ୍ଦ୍ରାପଡ଼ା ଅଫିସ,୮ା୭: କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ପ୍ରଣୟନ କରୁଛନ୍ତି। ପ୍ରଣୀତ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଅର୍ଥ ମଞ୍ଜୁର ହେଉଛି। ହେଲେ କେନ୍ଦ୍ରାପଡ଼ା ଜିଲାର ଶିଶୁଙ୍କ ସମ୍ପର୍କରେ ଯେଉଁ ତଥ୍ୟ ବିଭାଗୀୟ କାର୍ଯ୍ୟାଳୟରୁ ମିଳିଛି, ତାହା ଯୋଜନା କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ଶିଶୁ ଓ ମହିଳା କଲ୍ୟାଣ ବିକାଶ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ, ୨୦୨୨ ଜୁନ ୩୦ ତାରିଖ ସୁଦ୍ଧା ଜିଲାର ଶୂନ୍‌ରୁ ୫ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ୧,୦୫,୦୯୬। ଏଥିମଧ୍ୟରୁ ୧,୦୪,୩୭୪ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କାର୍ଯ୍ୟାଳୟ ନିକଟରେ ତଥ୍ୟ ରହିଛି। ୧,୦୨,୩୦୩ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ୧୯୬୩ ଶିଶୁଙ୍କ ସ୍ଥିତି ଚଳନୀୟ। ତେବେ ୨୦୭୧ ଶିଶୁଙ୍କ ଓଜନ ଆବଶ୍ୟକତାଠାରୁ କମ୍‌ ରହିଛି। ଏହା ବ୍ୟତୀତ ୧୦୮ ଜଣ ଶିଶୁଙ୍କ ଓଜନ ଅବସ୍ଥା ସାଂଘାତିକ ଥିବାବେଳେ ୧୩୭ ଜଣ ଶିଶୁଙ୍କ ଅବସ୍ଥା ଉଦ୍‌ବେଗଜନକ ଅଛି। ସେହିପରି ରାଜକନିକା, ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୨ ଜଣ ଲେଖାଏ ଓ ଡେରାବିଶ, ପଟ୍ଟାମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ଜଣେ ଲେଖାଏ ଶିଶୁଙ୍କ ନିରନ୍ତର ଚିକିତ୍ସାର ଆବଶ୍ୟକତା ରହିଛି। ମୋଟ ଉପରେ ୪,୨୮୬ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା କୁହାଯାଇଛି। ଏହି ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଛି। ସେହିପରି ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ, ଜିଲାର ୧୮୫ପୁଅ ଓ ୧୫୭ ଝିଅ ଅନାଥ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ ମୋଟ ୫,୪୪୧ ଶିଶୁ ଜଣକିଆ ଅଭିଭାବକଙ୍କ ନିକଟରେ ଅଛନ୍ତି। ସଂଖ୍ୟାଧିକ ଶିଶୁକନ୍ୟାଙ୍କୁ ପେଟ ଚିନ୍ତା ଅଧିକ ଘାରିଛି। ମା’ ଅଥବା ବାପାଙ୍କ ଜଣକିଆ ହେପାଜତରେ ଥିବା ଶିଶୁଙ୍କ ମଧ୍ୟରୁ ଶିକ୍ଷା ମହରଗ ପାଲଟିଛି। ବିଶେଷକରି ଏହି ଅନାଥଙ୍କ ମଧ୍ୟରୁ ୮୮ ଶିଶୁଙ୍କୁ ଜେଜେମା’, ଜେଜେବାପା ପରିଣତ ବୟସରେ ଲାଳନପାଳନ କରୁଛନ୍ତି। ବିଭିନ୍ନ କାରଣ ପାଇଁ ଜିଲାରେ ଅସୁରକ୍ଷିତ ଶୈଶବର କୋହ ବଢୁଛି ବୋଲି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଇଂ. ନଳିନୀକାନ୍ତ ରଥ, ଅମରବର ବିଶ୍ୱାଳ, ସୁନୀଲ କୁମାର ଗନ୍ତାୟତ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଦାରିଦ୍ର୍ୟ ଏହାର ମୁଖ୍ୟ କାରଣ ହୋଇଥିଲେ ମଧ୍ୟ ବାଲ୍ୟ ବିବାହ, ପ୍ରେମ ବିବାହ, ଯୋଗାଯୋଗର ଅଭାବ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବହୁ ଅବ୍ୟବସ୍ଥା କେନ୍ଦ୍ରାପଡ଼ା ଜିଲାରେ ଅଛି। ଜିଲାର ଉପାନ୍ତ ଅଞ୍ଚଳରେ ଅପପୁଷ୍ଟି ଓ ଅନାଥଙ୍କ ସଂଖ୍ୟା ଅଧିକ ରହିଛି। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ କବଳରେ ରହିଛି। ଏହି ସମ୍ପ୍ରଦାୟ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଛନ୍ତି। ଏପରି କି ପ୍ରେମ ବିବାହ ଏଠାରେ ଏକ ସାଧାରଣ କଥା ହୋଇଛି। ଜଣେ ଅପରିପକ୍ୱ ନାବାଳିକାଙ୍କ ଦ୍ୱାରା ସନ୍ତାନ ଜନ୍ମ ଫଳରେ ଅପପୁଷ୍ଟି ବଢୁଛି। ସେହିପରି ଜିଲାର ଭୌଗୋଳିକ ସ୍ଥିତି ଅନୁଯାୟୀ ଗମନାଗମନ ପଥ ସୁଗମ ନୁହେଁ। ୧୭ ପଞ୍ଚାୟତକୁ ସିଧାସଳଖ ରାସ୍ତା ନାହିଁ। ଏମାନଙ୍କ ସୁରକ୍ଷା ପାଇଁ ପ୍ରଣୀତ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ ଅଧିକାଂଶ ପ୍ରଶାସନିକ ଅଧିକାରୀଙ୍କ ଅସହଯୋଗ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ବଢୁଛି। ଏ ନେଇ ବିଧିବଦ୍ଧ ଯାଞ୍ଚ କଲେ ଅନାଥ ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ଅଧିକ ହେବ ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲା ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅଧିକାରୀ ଶଙ୍କର ଜେନାଙ୍କୁ ପଚାରିବାରେ ଜିଲାରେ ୨,୧୪୭ ଅଙ୍ଗନୱାଡି କେନ୍ଦ୍ର ଅଛି। ଏହି କେନ୍ଦ୍ରରେ ନିୟୋଜିତ କର୍ମୀ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ଖାଦ୍ୟ ଓ ଔଷଧ ପ୍ରଦାନ ଆଦି କ୍ଷେତ୍ରରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ସେହିପରି ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ପଚାରିବାରେ, ଜିଲାରେ ଥିବା ଅନାଥ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଉଛି। ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ଭାବେ ଗଢ଼ିବାକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri