ଅଢ଼େଇ ବର୍ଷରେ ୪,୧୭୪ ଲାଇସେନ୍ସ ରଦ୍ଦ

ଢେଙ୍କାନାଳ ଅଫିସ,୨୬।୩:  ଗାଡ଼ିଚାଳକ ଫୁ’ କରିଦେଉଛନ୍ତି ଟ୍ରାଫିକ୍‌ ନିୟମ। ଟ୍ରାଫିକ୍‌ ପୋଷ୍ଟରେ ଲାଲ୍‌ ରଙ୍ଗର ବତି ଜଳୁଥିବା ସତ୍ତ୍ୱେ ଏହାକୁ ବେଖାତିର କରୁଛନ୍ତି। ବାଇକ୍‌ ଆରୋହୀମାନେ ବିନା ହେଲ୍‌ମେଟ୍‌ରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ୪ ଚକିଆ ଯାନର ଡ୍ରାଇଭର ଏବଂ ଯାତ୍ରୀ ବିନା ସିଟ୍‌ବେଲ୍ଟରେ ଯାତ୍ରା କରୁଛନ୍ତି। ଢେଙ୍କାନାଳ ଜିଲାର ବ୍ୟସ୍ତବହୁଳ ସଡ଼କରେ ଏଭଳି ଦୃଶ୍ୟ ନିତିଦିନିଆ ହୋଇଗଲାଣି। ଏଭଳି ବେପରୁଆ ଗାଡ଼ିଚାଳକଙ୍କୁ ସାବାଡ କରିବାକୁ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିୟମ ଭାଙ୍ଗିବା ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଅଭିଯୋଗରେ ଗତ ଅଢ଼େଇ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ୪,୧୭୪ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।
୨୦୨୧ରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୧୦୭୬ଟି ଲାଇସେନ୍ସ ରଦ୍ଦ କରାଯାଇଥିଲା। ତନ୍ମଧ୍ୟରେ ଓଭରଲୋଡିଂ ପାଇଁ ୧୧୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନୁରୂପ ଭାବେ ଦ୍ରୁତଗତିରେ ଗାଡ଼ିଚାଳନା ପାଇଁ ୧୮୭, ନିଶା ସେବନ କରି ଗାଡ଼ିଚାଳନା ପାଇଁ ୩୩, ରେଡ୍‌ଲାଇନ୍‌ ପାର୍‌ ହେବା ପାଇଁ ୩, ବେପରୁଆ ଗାଡିଚାଳନା ପାଇଁ ୭୨, ଅଧିକ ଯାତ୍ରୀ ପରିବହନ ପାଇଁ ୧୨, ଗାଡ଼ିଚାଳନା ବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୪୬, ସିଟ୍‌ ବେଲଟ୍‌ ପାଇଁ ୯୪, ହେଲ୍‌ମେଟ ନ ପିନ୍ଧିବାରୁ ୫୧୧ ଜଣଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ା
ସେହିପରି ୨୦୨୨ରେ ମୋଟ ୨,୩୪୪ଟି ଲାଇସେନ୍ସ ରଦ୍ଦ କରାଯାଇଛି। ସେଥିରୁ ଓଭରଲୋଡିଂ ୨୮୯, ଦ୍ରୁତଗତି ୮୮୨, ନିଶାସେବନ କରି ଗାଡ଼ି ଚାଳନା ୧୪୮, ବେନିୟମ ଭାବେ ରେଡ୍‌ଲାଇଟ୍‌ ପାର ହେବା ୧, ବେପରୁଆ ଗାଡ଼ିଚାଳନା ୪୫, ଅଧିକ ଯାତ୍ରୀ ପରିବହନ ୨୧, ମୋବାଇଲ ଫୋନ ବ୍ୟବହାର ୪୦, ବିନା ସିଟ୍‌ ବେଲ୍ଡରେ ଗାଡ଼ିଚାଳନା ୩୯, ବିନା ହେଲ୍‌ମେଟ୍‌ରେ ଯାତ୍ରା ଅଭିଯୋଗରେ ୯୫୮ ଲାଇସେନ୍ସ ରଦ୍ଦ କରାଯାଇଛି। ଅନୁରୂପ ଭାବେ ୨୦୨୩ ଜାନୁୟାରୀରୁ ମାର୍ଚ୍ଚ ୧୫ ମଧ୍ୟରେ ୭୫୪ଟି ଲାଇସେନ୍ସ ରଦ୍ଦ ହୋଇଛି। ସେଥିରୁ ଓଭରଲୋଡିଂରେ ୬୭, ମଦ୍ୟପାନ କରି ଗାଡ଼ିଚାଳନାରେ ୪୯, ଦ୍ରୁତଗତି ପାଇଁ ୨୭୨, ବେପରୁଆ ଗାଡ଼ିଚଳାଇ ପାଇଁ ୪, ଅଧିକ ଯାତ୍ରୀ ପରିବହନ ପାଇଁ ୯, ମୋବାଇଲ ଫୋନ୍‌ ବ୍ୟବହାର କରି ୧୭ ଓ ବିନା ହେଲ୍‌ମେଟ୍‌ରେ ଗାଡ଼ିଚାଳନା ପାଇଁ ୩୩୬ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ା
ଏ ସଂକ୍ରାନ୍ତରେ ମୋଟରଯାନ ନିରୀକ୍ଷକ ଦେବାଶିଷ ସ୍ବାଇଁ କୁହନ୍ତି, ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୫୩ନଂ. ଓ ୫୫ନଂ. ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅଢ଼େଇ ବର୍ଷ ଭିତରେ ୪,୧୭୪ ଲାଇସେନ୍ସ ରଦ୍ଦ କରାଯାଇଛି। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର କୁହନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଦୁର୍ଘଟଣାରେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ଆଇନଗତ ଭାବେ ସହାୟତା ରାଶି ପ୍ରଦାନ କରାଯାଉଛି। ଜିଲାରେ ୫ ମୃତକଙ୍କ ପରିବାର ଏହାର ଅପେକ୍ଷାରେ ରହିଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri